ETV Bharat / sukhibhava

Ultraprocessed ଖାଦ୍ୟର ବହୁଳ ବ୍ୟବହାର ଅକାଳ ବିୟୋଗର କାରଣ ହୋଇପାରେ

author img

By

Published : Nov 8, 2022, 9:12 PM IST

ସଚେତନ କରାଇଲେ ଅନୁସନ୍ଧାନକାରୀ ! ନିୟମିତ ଭାବେ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ(Ultraprocessed foods) ଅକାଳ ବିୟୋଗର କାରଣ ହୋଇପାରେ । ଅଧିକ ପଢନ୍ତୁ

Ultraprocessed ଖାଦ୍ୟର ବହୁଳ ବ୍ୟବହାର ଅକାଳ ବିୟୋଗର କାରଣ ହୋଇପାରେ
Ultraprocessed ଖାଦ୍ୟର ବହୁଳ ବ୍ୟବହାର ଅକାଳ ବିୟୋଗର କାରଣ ହୋଇପାରେ

ନ୍ୟୁୟର୍କ: ନିୟମିତ ଭାବେ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ(Ultraprocessed foods) ଖାଇବା ଯେପରିକି, ପ୍ରି-ପ୍ୟାକେଜ୍ ହୋଇଥିବା ସୁପ୍(pre-packaged soups), ସସ୍, ଫ୍ରୋଜନ୍ ପିଜା(frozen pizza) ଏବଂ ପ୍ୟାକିଂ ମିଲ୍ ଖାଦ୍ୟ ଜଟିଳ ସମସ୍ୟା ସୃଷ୍ଟି କରିପାରେ । ଏପରିକି ବୟସ ପୂର୍ବରୁ ମୃତ୍ୟୁର କାରଣ ମଧ୍ୟ ହୋଇପାରନ୍ତି ଏହିସବୁ ପ୍ରକାରର ଭୋଜନ । ଏକଥା ଆମେ କହୁନୁ, ଏକ ନୂତନ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି(Ready-to-eat meals, frozen pizza can kill you early in life, warns study) । ଅନୁସନ୍ଧାନ ଅନୁଯାୟୀ, ଏହିପରି ଖାଦ୍ୟର ବ୍ୟବହାର ବୟସ ପୂର୍ବରୁ ମୃତ୍ୟରୁ କାରଣ ସହିତ ଜଡିତ ଥିଲା । 2019ରେ ବ୍ରାଜିଲରେ 10%ରୁ ଅଧିକ ଅକାଳ ବିୟୋଗ ଏହି କାରଣରୁ ହୋଇଥିବା ଜଣାପଡିଛି ।

2019ରେ ବ୍ରାଜିଲରେ 57 ହଜାର ବ୍ୟକ୍ତିଙ୍କ ଅକାଳ ମୃତ୍ୟୁର କାରଣର ଅଲ୍ଟ୍ରାପ୍ରୋସେସ୍‌ଡ ଖାଦ୍ୟ ରହିଥିବା ନେଇ ଅନୁସନ୍ଧାନକାରୀମାନେ ଆମେରିକାର ଜର୍ନାଲ୍ ଅଫ୍ ପ୍ରିଭେଣ୍ଟିଭ୍ ମେଡିସିନ୍‌ରେ ରିପୋର୍ଟ ପ୍ରକାଶ କରିଛନ୍ତି । ଖାଦ୍ୟରୁ ବାହାର କରାଯାଇଥିବା କିମ୍ବା ଲାବୋରେଟୋରୀରେ ସିନ୍ଥାଇଜ୍ ହୋଇଥିବା ଉପାଦାନ ସହିତ ପ୍ରସ୍ତୁତ ଏହିପରି ପ୍ରସ୍ତୁତ ଖାଦ୍ୟ ଧୀରେଧୀରେ ଅନେକ ଦେଶରେ ସତେଜ ଏବଂ ସର୍ବନିମ୍ନ ପ୍ରକ୍ରିୟାକୃତ ଉପାଦାନରୁ ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ଧାରାକୁ ପରିବର୍ତ୍ତନ କରିଛନ୍ତି ।

ଅଧ୍ୟୟନର ମୁଖ୍ୟ ଅନୁସନ୍ଧାନକାରୀ Eduardo A.F. Nilson, ସ୍ପଷ୍ଟ କରିଛନ୍ତି ଯେ, ପୂର୍ବ ମଡେଲିଂ ଅଧ୍ୟୟନଗୁଡିକରୁ ଜଣା ପଡ଼ିଛି ସୋଡିୟମ୍, ସୁଗର୍ ଏବଂ ଟ୍ରାନ୍ସ ଫ୍ୟାଟ୍ ଯୁକ୍ତ ଖାଦ୍ୟ କିମ୍ବା ମିଠା ପାନୀୟରେପ୍ରକ୍ରିୟାକୃତ ଖାଦ୍ୟ ଅନ୍ତର୍ଭୁକ୍ତ । ସେ କହିଛନ୍ତି ଯେ, ଅଲଟ୍ରାପ୍ରୋସେସେଡ୍ ଖାଦ୍ୟର ଅକାଳ ମୃତ୍ୟୁ ଉପରେ ସମ୍ଭାବ୍ୟ ପ୍ରଭାବ ଆକଳନ କରାଯାଇ ନାହିଁ । କିନ୍ତୁ ଏହି ଖାଦ୍ୟର ବ୍ୟବହାର ହେତୁ ମୃତ୍ୟୁ ବିଷୟରେ ଜାଣିବା ଏବଂ ଖାଦ୍ୟପେୟର ଢାଞ୍ଚାରେ ପରିବର୍ତ୍ତନ କିପରି ଅଧିକ ପ୍ରଭାବଶାଳୀ ଖାଦ୍ୟ ନୀତିରେ ସହାୟକ ହେବ ତାହା ମଡେଲିଂ କରି ରୋଗ ଏବଂ ଅକାଳ ମୃତ୍ୟୁକୁ ରୋକାଯାଇପାରିବ ।

ସମସ୍ତ ବୟସ ବର୍ଗ ଏବଂ ଯୌନ ସ୍ତରରେ, ଅଲଟ୍ରାପ୍ରୋସେସିଡ୍ ଖାଦ୍ୟର ବ୍ୟବହାର ବ୍ରାଜିଲରେ ଅଧ୍ୟୟନ ସମୟରେ ସମୁଦାୟ ଖାଦ୍ୟ ଗ୍ରହଣର 13 ପ୍ରତିଶତରୁ 21 ପ୍ରତିଶତ ମଧ୍ୟରେ ରହିଥିଲା ​​। 2019ରେ 30 ରୁ 69 ବର୍ଷ ବୟସ୍କ ସମୁଦାୟ 5,41,260 ବୟସ୍କ ଅକାଳରେ ପ୍ରାଣ ହରାଇଥିଲେ, ଯେଉଁମାନଙ୍କ ମଧ୍ୟରୁ 2,61,061 ପ୍ରତିରୋଧଯୋଗ୍ୟ ଓ ଅଣସଂକ୍ରାମକ ରୋଗର ଶିକାର ନଥିଲେ। ରିସର୍ଚ୍ଚରୁ ଜଣାପଡିଛି ଯେ, ସେହି ବର୍ଷ ପ୍ରାୟ 57,000 ମୃତ୍ୟୁ ଅଲଟ୍ରାପ୍ରୋସେସେଡ୍ ଖାଦ୍ୟର ବ୍ୟବହାର ହେତୁ ହୋଇପାରେ ।

ଅନୁସନ୍ଧାନକାରୀମାନେ ମତ ଦେଇଛନ୍ତି ଯେ, ଆମେରିକା, କାନାଡା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ଉଚ୍ଚ ଆୟକାରୀ ଦେଶରେ ଯେଉଁଠାରେ ଅଲ୍ଟ୍ରାପ୍ରୋସେସେଡ୍ ଖାଦ୍ୟ ସମୁଦାୟ କ୍ୟାଲୋରୀ ମାତ୍ରାରୁ ଅଧିକ ରହୁଛି । ଏହାର ଆନୁମାନିକ ପ୍ରଭାବ ଶରୀରରେ ଅଧିକ ହୋଇପାରେ । ଅଲ୍ଟ୍ରାପ୍ରୋସେସେଡ୍ ଖାଦ୍ୟର ବ୍ୟବହାର ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟକର ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଜନସ୍ୱାସ୍ଥ୍ୟ ପଦକ୍ଷେପ ଏବଂ ସଚେତନତାର ଆବଶ୍ୟକତା ରହିଛି ।

ଅଲଟ୍ରାପ୍ରୋସେସିଡ୍ ଖାଦ୍ୟର ବ୍ୟବହାର ଅନେକ ରୋଗର ଫଳାଫଳ ସହିତ ଜଡିତ, ଯେପରିକି ମେଦବହୁଳତା, ହୃଦ୍‌ରୋଗ, ମଧୁମେହ, ବିଭିନ୍ନ ପ୍ରକାରର କର୍କଟ ଏବଂ ଅନ୍ୟାନ୍ୟ ରୋଗ ସୃଷ୍ଟି କରିପାରେ ବୋଲି ନିଲସନ୍ କହିଛନ୍ତି । ତେଣୁ ଏସବୁଠୁ ଦୂରେଇ ରହିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.