ETV Bharat / sukhibhava

କେଉଁମାନଙ୍କ ପାଇଁ ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ ଅଧିକ ବିପଦ, ଜାଣନ୍ତୁ କାରଣ ଓ ନିରାକରଣ

author img

By

Published : Apr 7, 2023, 5:08 PM IST

କୋରୋନା ଗ୍ରାଫ୍ ପୁଣି ଥରେ ଉପର ମୁହାଁ ହେଉ ଥିବାବେଳେ ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ ଅଧିକ ଦେଖାଯାଉଛି । ଏହି ସମସ୍ୟା କେଉଁମାନଙ୍କ ପାଇଁ ବିପଦପୂର୍ଣ୍ଣ ଏବଂ କିପରି ସତର୍କ ରହିବେ, ଜାଣନ୍ତୁ...

Etv Bharat
Etv Bharat

ହାଇଦ୍ରାବାଦ: ଦେଶରେ କୋରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ 6 ହଜାର ପାର କଲାଣି । ମହାମାରୀରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି । କୋଭିଡ୍‌ର ତୃତୀୟ ଲହରରେ ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକେ ପୋଷ୍ଟ କୋଭିଡ ସିଣ୍ଡ୍ରୋମରେ ପୀଡିତ ଅଛନ୍ତି । ପୋଷ୍ଟ କୋଭିଡ ସିଣ୍ଡ୍ରୋମ ମଧ୍ୟ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନେ ପୁନର୍ବାର କରୋନା ହେବାର ଆଶଙ୍କା ରହିଛି । ତେଣୁ ବିଶେଷ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଭିଡ ରୋଗୀମାନେ ପ୍ରାୟ 2ରୁ 4 ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଆନ୍ତି । ତଥାପି, କେତେକ ରୋଗୀଙ୍କ ମଧ୍ୟରେ କୋଭିଡର ଲକ୍ଷଣ ଚାରି ସପ୍ତାହରୁ ଅଧିକ ସମୟ ଧରି ରହିଥାଏ । ଏପରି ଅବସ୍ଥାକୁ ଏକ୍ୟୁଟ୍ ପୋଷ୍ଟ କୋଭିଡ ସିଣ୍ଡ୍ରୋମ ଭାବରେ ଜଣାଶୁଣା । ଏହି ସମସ୍ୟା ମୁଖ୍ୟତଃ ପୂର୍ବରୁ ଅନ୍ୟାନ୍ୟ ରୋଗ, ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ କର୍କଟ ଭଳି ରୋଗରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ । କାରଣ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥିବାରୁ ସହଜରେ କୋଭିଡ ଭୂତାଣୁ ସଂକ୍ରମିତ କରିଥାଏ ଏବଂ ଉପଶମ ହେବାରେ ବିଳମ୍ବ ହୁଏ ।

ଡାକ୍ତରଙ୍କ କହିବା ଅନୁସାରେ ପ୍ରାପ୍ର ବୟସ୍କ ବ୍ୟକ୍ତିଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଏହିପରି ଲୋକଙ୍କଠାରେ କୋଭିଡ୍‌ର ପୁନଃସଂକ୍ରମଣ ଆଶଙ୍କା ମଧ୍ୟ ଅଧିକ । ଏଥିପାଇଁ ବୟସ୍କ ବ୍ୟକ୍ତିଙ୍କର ଅଧିକ ଯତ୍ନ ନେବା ଆବଶ୍ୟକ । କିପରି ଯତ୍ନ ନେବେ, ସେନେଇ ନିମ୍ନରେ ବର୍ଣ୍ଣନା କରାଯାଇଛି

ଏହା ମଧ୍ୟ ପଢନ୍ତୁ:- ଏହି ରୋଗ ସମୟରେ ଆସିପାରେ ହୃଦ୍‌ଘାତ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

  • ଠିକ୍ ସମୟରେ ଔଷଧ ଗ୍ରହଣ କରିବା ଉଚିତ୍
  • ନିୟମିତ ଡାକ୍ତରୀ ପରୀକ୍ଷା କରନ୍ତୁ
  • ମାସ୍କ ବ୍ୟବହାରକୁ ଭୁଲନ୍ତୁ ନାହିଁ
  • ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ
  • ଦ୍ୱିତୀୟ ଡୋଜର ମାସେ ପରେ ତୁରନ୍ତ ବୁଷ୍ଟର ଡୋଜ ନେଇଯାଆନ୍ତୁ
  • ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ

ଏହା ମଧ୍ୟ ପଢନ୍ତୁ:- ପୁଣି ବଦଳିଲା ମସ୍କଙ୍କ ମନ: ଟ୍ବିଟର ଲୋଗୋରୁ ହଟିଲା ଡଗି, ବସିଲା ଚଢେଇ

  • ପୋଷ୍ଟ କୋଭିଡ ସିଣ୍ଡ୍ରୋମର ଲକ୍ଷଣ
  • ଦୁର୍ବଳତା/ଥକାପଣ
  • ଶ୍ୱାସକ୍ରିୟାରେ ସମସ୍ୟା
  • ଝାଳ ବୋହିବା
  • ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା
  • ସ୍ୱାଦ ଏବଂ ଗନ୍ଧ ହରାଇବା
  • ନିଦ୍ରାହୀନତା

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.