ETV Bharat / sukhibhava

ପଢିବା ଅଭ୍ୟାସ ଅଛି କି, ବଢିବ ଜ୍ଞାନ ସ୍ବାସ୍ଥ୍ୟ ଉପରେ ପଡିବ ସୁପ୍ରଭାବ

author img

By ETV Bharat Odisha Team

Published : Dec 18, 2023, 4:16 PM IST

Reading Benefits: ବହି ପଢିବା ଅଭ୍ୟାସକୁ ଏକ ସୁସ୍ଥ ବ୍ୟାୟାମ ବୋଲି କୁହାଯାଏ। ଯାହା ମାନସିକ ସ୍ତରରେ ସୁସ୍ଥ ରଖିବାରେ ସାହାଯ୍ୟ କରେ। ପଠନ ଦ୍ବାରା ଜ୍ଞାନ ବୃଦ୍ଧି ସହିତ ମାନସିକ ସ୍ବାସ୍ଥ୍ୟରେ ସୁପ୍ରଭାବ ପଡିଥାଏ। ଅଧିକ ପଢନ୍ତୁ

Reading Benefits
Reading Benefits

ହାଇଦ୍ରାବାଦ: ପଠନ କେବଳ ଉତ୍ତମ ଅଭ୍ୟାସ ନୁହେଁ ବରଂ ବ୍ୟକ୍ତିତ୍ବରେ ସୁଦ୍ଧାର ଆଣିବାରେ ସାହାଯ୍ୟ କରିଥାଏ । ଆଜିକା ଡିଜିଟାଲ ଯୁଗରେ ଯୁବପିଢି ପାଠ ପଢା ଛାଡି ଗ୍ୟାଜେଟ ମୁହାଁ ହେଉଛନ୍ତି। କିନ୍ତୁ ଅନ୍ୟପଟେ ବୃଦ୍ଧ-ବୃଦ୍ଧ ମାନେ ମଧ୍ୟ ପୁସ୍ତକ ପଠନ ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି । ପାଠ ପଢିବା ଦ୍ବାରା ଚାପ ଏବଂ ଉଦାସୀନତା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ସମୟ ନୁହେଁ ବରଂ ଦୈନିକ କିଠି ସମୟ ପାଠ ପଢାରେ ସମୟ ବିତାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ଲାଭ ମିଳିଥାଏ।

ନିଦ୍ରାହୀନତାରୁ ମୁକ୍ତି: ଆଜିକା ସମୟରେ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଅନେକ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଯଦି ଜଣେ ବ୍ୟକ୍ତି ଏହି ସମସ୍ୟା ଦେଇ ଗତ କରୁଛନ୍ତି ତାହେଲେ କୌଣସି ଥେରାପି ଗ୍ରହଣ କରିବା ପୂର୍ବରୁ ପାଠ ପଢିବା ପାଇଁ ଚେଷ୍ଟା କରିବା ଉଚିତ ବୋଲି କୁହାଯାଇଛି । ଏହା ଦ୍ବାରା ଅଧିକ ପରିଶ୍ରମ ନକରି ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି କୁହାଯାଇଛି । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ପଠନ ଦ୍ବାରା ଚାପରୁ ମୁକ୍ତି ପାଇବା ସହିତ ନିଦ୍ରାହୀନତା ସମସ୍ୟା ଦୂର ହୋଇଥାଏ । ଏହା ମନକୁ ଶାନ୍ତି ପ୍ରଦାନ କରୁଥିବା କାରଣରୁ ଭଲ ନୀଦ ହୋଇଥାଏ।

ଚାପରୁ ମୁକ୍ତି: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମ ସ୍ୱାସ୍ଥ୍ୟ ସହିତ ଚାପର ସିଧାସଳଖ ସଂଯୋଗ ରହିଛି । ଅତ୍ୟଧିକ ଚାପର ପ୍ରଭାବ ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ପଡିଥାଏ। ଫଳରେ ମାନସିକ ବ୍ୟାଧି ସହିତ ଶାରୀରିକ ସମସ୍ୟା ଦେଖାଯାଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପାଠପଢା ଅତ୍ୟନ୍ତ ସହାୟକ ହୋଇଥାଏ। ପଠନ ଦ୍ବାରା ମସ୍ତିଷ୍କର ମାଂସପେଶୀକୁ ଆରାମ ମିଳିଥାଏ।

ଏହା ମଧ୍ୟ ପଢନ୍ତୁ: ପାଠପଢା ପ୍ରତି ଛୁଆମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ସୃଜନଶୀଳତା ଏବଂ ଜ୍ଞାନ ବୃଦ୍ଧି ହୋଇଥାଏ: ପଠନ ଦ୍ବାରା ଜ୍ଞାନ ବୃଦ୍ଧି ପାଇବା ସହିତ ବ୍ୟକ୍ତିର ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ । ଜ୍ଞାନ ଏବଂ ଆତ୍ମବିଶ୍ବାସ କ୍ୟାରିୟର ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଅନ୍ୟପଟେ ପଠନ ଦ୍ବାରା କ୍ରିଏଟିଭ ମାଇଣ୍ଡ ଡେଭଲପ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ସମସ୍ତ ବିଷୟକୁ ଅଲଗା ଭାବେ ଭାବିବା ଏବଂ ବୁଝିବା କ୍ଷମତାରେ ମଧ୍ୟ ଉନ୍ନତି ଆସିଥାଏ ।

ଭାବନାତ୍ମକ ସ୍ବାସ୍ଥ୍ୟ: ବହି ପଢିବା ଦ୍ବାରା କେବଳ ଜ୍ଞାନର ଅଭିବୃଦ୍ଧି ହୁଏ ନାହିଁ ବରଂ କାହାଣୀ ସହିତ ଜଡିତ ଖୁସୀ, ଦୁଃଖ ଏବଂ ଆଶ୍ଚର୍ଯ୍ୟ ଭଳି ଅନେକ ଭାବନା ମଧ୍ୟ ଆସିଥାଏ। ଏହା ମାନିସିକ ସ୍ତରରେ ବ୍ୟକ୍ତିକୁ ଶକ୍ତିଶାଳୀ କରିବା ସହିତ ପରିସ୍ଥିତିର ମୁକାବିଲା କରିବା ପାଇଁ ସାହାଯ୍ୟ କରିଥାଏ। ପୁସ୍ତକ ମାଧ୍ୟମରେ ଆମେ ଅନ୍ୟଜଣଙ୍କର ସଂସ୍କୃତି ସହିତ ଜଡିତ ହେବାର ଏକ ସୁଯୋଗ ପ୍ରଦାନ କରିଥାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.