ETV Bharat / sukhibhava

କେଉଁ ରୋଗ ପାଇଁ ହୁଏ କିଡନୀ ଫେଲ୍ ? ଜାଣନ୍ତୁ ଲକ୍ଷଣ

author img

By

Published : May 11, 2023, 5:09 PM IST

ଆଜିକାଲି ଅନେକ ଲୋକ କିଡନୀ ରୋଗରେ ପୀଡିତ ହୁଅନ୍ତି । ଶରୀରର ଅସୁସ୍ଥତା ଏବଂ ଅନେକ ରୋଗ ଯୋଗୁଁ କିଡନୀ ଖରାପ (ଫେଲ) ହେବାର ସମ୍ଭାବନା ଥାଏ । ତେବେ କିଡନୀ ଖରାପ (ଫେଲ) କିପରି ହୁଏ ଏବଂ ଏହାର ଲକ୍ଷଣ କଣ ଜାଣନ୍ତୁ,

ଶରୀରର ଅସୁସ୍ଥତା ଏବଂ ଅନେକ ରୋଗ ଯୋଗୁଁ କିଡନୀ ଫେଲ ହେବାର ସମ୍ଭାବନା ଥାଏ
ଶରୀରର ଅସୁସ୍ଥତା ଏବଂ ଅନେକ ରୋଗ ଯୋଗୁଁ କିଡନୀ ଫେଲ ହେବାର ସମ୍ଭାବନା ଥାଏ

ହାଇଦ୍ରାବାଦ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶରୀରର ମଇଳା ସଫା କରିବାର ଦାୟିତ୍ବ କିଡନୀ ବହନ କରେ। କିଡନୀ ଶରୀରର ମଇଳାକୁ ଫିଲ୍ଟର୍ କରି ଶରୀରରୁ ବାହାର କରିଦିଏ ଯାହା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଯଦି ଶରୀରରୁ ମଇଳା ବାହାରକୁ ନ ଆସେ ତେବେ ଶରୀର ଅନେକ ରୋଗର ଶିକାର ହୋଇଥାଏ ଏବଂ ଏହାର ପ୍ରଭାବ କିଡନୀ ଉପରେ ପଡିଥାଏ । ରୋଗରେ ପୀଡ଼ିତ ହେବା ପରେ କିଡନୀ ଖରାପ (ଫେଲ) ହେବା ଭଳି ସମ୍ବାବନା ହୋଇଥାଏ । ତେବେ କିଡନୀ କାହିଁକି ଖରାପ (ଫେଲ) ହୁଏ ଏବଂ ଏହାର ପ୍ରାରମ୍ଭିକ ଲକ୍ଷଣଗୁଡିକ କିପରି ଚିହ୍ନଟ କରାଯାଇପାରିବ । ଜାଣନ୍ତୁ,

କିଡନୀ ଖରାପ (ଫେଲ) ହେବାର କାରଣ

  • ଡାଇବେଟିସ ହେଉଛି ଏପରି ଏକ ରୋଗ ଯାହା କିଡନୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଶରୀରରେ ରକ୍ତରେ ଶର୍କରା ସ୍ତର ବଢିଲେ ମଧ୍ୟ କିଡନୀ ଖରାପ (ଫେଲ) ହେବାର ସମ୍ଭାବନା ବଢିଥାଏ। ବାସ୍ତବରେ, ଯେତେବେଳେ ଶରୀରରେ ଅଧିକ ଶର୍କରା ଥାଏ, ଏହା ରକ୍ତରେ ମିଶ୍ରିତ ହୁଏ। ଏହି ଶର୍କରା କିଡନୀର ଫିଲ୍ଟରିଂକୋଷକୁ କ୍ଷତି ପହଞ୍ଚାଏ ଏବଂ ଧୀରେ ଧୀରେ କିଡନୀ ଦୁର୍ବଳ ହୋଇଯାଏ ଏବଂ ଖରାପ (ଫେଲ) ହୋଇଥାଏ। ଏପରି ପରିସ୍ଥିତିରେ, ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆବଶ୍ୟକ ଅଟେ।
  • ମୂତ୍ରାଶୟ ସଂକ୍ରମଣ(urinary infection), ଯାହାକୁ UTI ମଧ୍ୟ କୁହାଯାଏ। ଏହା କିଡନୀ ଖରାପ (ଫେଲ)ର ଅନ୍ୟତମ କାରଣ ବୋଲି କୁହାଯାଏ। ଅନେକ ଥର ମୂତ୍ରାଶୟ ସଂକ୍ରମଣ ବଢିବା ଦ୍ବାରା କିଡନୀ କୋଷର କ୍ଷତି ଘଟିଥାଏ। ଫଳରେ କିଡନୀ ଖରାପ (ଫେଲ) ହୁଏ।
  • ଉଚ୍ଚ ସୁଗାର ପରି ଉଚ୍ଚ ରକ୍ତଚାପ ମଧ୍ୟ କିଡନୀ ଖରାପ (ଫେଲ) ହେବାର କାରଣ ହୋଇଥାଏ। ଉଚ୍ଚ ରକ୍ତଚାପ ରକ୍ତ ଧମନୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଯାହା କିଡନୀର ରକ୍ତ କଣିକାକୁ କ୍ଷତି ପହଞ୍ଚାଇଥାଏ ଏବଂ କିଡନୀ ଖରାପ (ଫେଲ) ହେବାର ଆଶଙ୍କା ବଢାଇଥାଏ। ଶରୀରରେ ହେପାଟାଇଟିସ୍ ଭାଇରସ ଆକ୍ରମଣ ହେତୁ କିଡନୀ ଫେଲ ହେବାର ଆଶଙ୍କା ମଧ୍ୟ ବଢିଯାଏ। ହେପାଟାଇଟିସ୍ କାରଣରୁ କିଡନୀ ଭିତରେ ଫିଲ୍ଟ୍ରେସନ୍ କାମ କରୁଥିବା ଫିଲ୍ଟରଗୁଡିକ ଶିକାର ହୁଅନ୍ତି, ଯାହା କିଡନୀ ଫେଲ ହେବାର ଆଶଙ୍କା ବଢାଇଥାଏ।

କିଡନୀ ଖରାପ (ଫେଲ) ହେବାର ଲକ୍ଷଣ

କିଡନୀ ଫେଲ ହେବା କ୍ଷେତ୍ରରେ, ସର୍ବପ୍ରଥମେ ଶରୀରକୁ ଡିଟକ୍ସିଫାଇ କରିବାରେ ସମସ୍ୟା ହୁଏ। ଏହି କ୍ଷେତ୍ରରେ ପିଠି ଯନ୍ତ୍ରଣା ପ୍ରଥମ ଲକ୍ଷଣ ଭାବରେ ବିବେଚନା କରାଯାଏ। ପିଟିରେ ଯନ୍ତ୍ରଣା ଆରମ୍ଭ ହୁଏ । ସକାଳେ ଅସୁସ୍ଥତା ଅନୁଭବ ହୁଏ ଏବଂ ବାନ୍ତି ଲାଗେ। ଏହି ସମୟରେ, ଭୋକ ବହୁତ କମିଯାଏ ଏବଂ କିଛି ଖାଇବା ଉପରେ ପୁଣି ବାନ୍ତି ହୋଇଯାଏ। ଏହି ସମୟରେ, ବେଳେବେଳେ ମୂତ୍ରରୁ ରକ୍ତ ବାହାରି ଥାଏ। ପରିସ୍ରା (urine)ର ଫ୍ରିକ୍ବେନ୍ସିଂ ମଧ୍ୟ ଅନିୟମିତ ହୋଇଯାଏ। ବେଳେବେଳେ ପରିସ୍ରା ଅଧିକ ଆସେ ଏବଂ ବେଳେବେଳେ ଏହା କମ୍ ଆସେ। ପରିସ୍ରା କରିବା ସମୟରେ ଜଳିବା ଏବଂ ଯନ୍ତ୍ରଣା ମଧ୍ୟ କିଡନୀ ଖରାପ (ଫେଲ) ଲକ୍ଷଣ ଅଟେ। ଏଥିସହ ଉଚ୍ଚ ରକ୍ତଚାପ (ବିପି), ପାଦରେ ଫୁଲା ମଧ୍ୟ କିଡନୀ ଖରାପ (ଫେଲ)ର ଏକ ସାଧାରଣ ଲକ୍ଷଣ ବୋଲି କୁହାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.