ETV Bharat / sukhibhava

କେତେବେଳେ ଆବଶ୍ୟକ ହୁଏ କିଡନୀ ଡାଏଲିସିସ, ଏହା ପରେ କେତେ ବର୍ଷ ବଞ୍ଚିପାରେ ରୋଗୀ ଜାଣନ୍ତୁ

author img

By ETV Bharat Odisha Team

Published : Oct 26, 2023, 8:14 AM IST

କେବେ ଆବଶ୍ୟକ ହୁଏ କିଡନୀ ଡାଏଲିସିସ ? ଏହା ପରେ କେତେ ବର୍ଷ ବଞ୍ଚିପାରେ ରୋଗୀ? ଅଧିକ ପଢନ୍ତୁ

kidney dialysis
kidney dialysis

ହାଇଦ୍ରାବାଦ: କିଡନୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାଧାରଣତଃ କିଡନୀ ରୋଗୀଙ୍କ ପାଇଁ ଡାଏଲିସିସ୍ ଶବ୍ଦ ବ୍ୟବହୃତ ହୋଇଥାଏ । ତେବେ କିଡନୀ ଫେଲ ହେବା କାରଣରୁ ଡାଏଲିସିସ କରାଯାଉଥିବା ନେଇ ଆପଣ ଅନେକ ଥର ଶୁଣିଥିବେ । ତେବେ ରିପୋର୍ଟ ଅନୁସାରେ, ଏହି କିଡନୀ ଡାଏଲିସିସ ପାଇଁ ଉପଯୁକ୍ତ ସମୟ ରହିଥାଏ । ଯଦି ବିଳମ୍ବ ହୁଏ ତେବେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ବୋଲି କୁହାଯାଇଛି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥାଏ ଯେ, ଡାଏଲିସିସ୍ ପରେ କିଡନୀ ସୁସ୍ଥ ହୁଏ କି? ଡାଏଲିସିସ ପରେ ଜଣେ କେତେ ଦିନ ବଞ୍ଚିପାରିବ ?

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସାଧାରଣ କିଡନୀ ସମସ୍ୟା ହୋଇଥିଲେ, ଚିକିତ୍ସା ଦ୍ବାରା ଆରୋଗ୍ୟ ହୋଇପାରିବ । ଯଦି କିଡନୀ ଫେଲ ହୁଏ କିମ୍ବା କିଡନୀ କାର୍ଯ୍ୟ କରିବା ବନ୍ଦ କରିଦିଏ ତେବେ ଡାଏଲିସିସ୍ ମାଧ୍ୟମରେ କିଡନୀ ଠିକ ହୋଇପାରିବ । ଅନ୍ୟପଟେ କ୍ରନିକ କିଡନୀ ଫେଲ ହୋଇଥିଲେ ଏହାର ପ୍ରତିରୋପଣ ଆବଶ୍ୟକ ହୋଇଥାଏ ।

ଡାଏଲିସିସ ପରେ କେତେ ଦିନ ବଞ୍ଚି ପାରିବେ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଡାଏଲିସିସ ଦ୍ବାରା ଜଣେ ରୋଗୀ କେତେ ବର୍ଷ ବଞ୍ଚିପାରିବ ତାହା ରୋଗୀ ଉପରେ ନିର୍ଭର କରିଥାଏ । ତେବେ ରିପୋର୍ଟ ଅନୁସାରେ କିଛି ରୋଗୀ 15 ବର୍ଷ ବଞ୍ଚୁଥିବା ବେଳେ ଅନ୍ୟ କେତେକ ରୋଗୀ 20ରୁ 25 ବର୍ଷ ବଞ୍ଚି ଥାଆନ୍ତି । ଡାଏଲିସିସ ପରେ ଜଣେ କେତେ ବର୍ଷ ବଞ୍ଚିବ ତାହା ରୋଗୀର ସ୍ବାସ୍ଥ୍ୟ ଉପରେ ନିର୍ଭର କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଗୋଟିଏ କିଡନୀ ଦାନ କରିବା ପରେ ଜଣେ ସାଧାରଣ ଜୀବନ ବଞ୍ଚିପାରେ କି ? ଏହା କୁହନ୍ତି ବିଶେଷଜ୍ଞ

ଡାଏଲିସିସ କଣ: ଡାୟଲିସିସ୍ ସମୟରେ ରୋଗୀର ରକ୍ତ ସଫା କରିବାକୁ ଚେଷ୍ଟା କରାଯାଏ। କିଡନୀ ଫେଲର ପରେ ଜଣେ ବ୍ୟକ୍ତିର ରକ୍ତ ଶୁଦ୍ଧ ହୋଇପାରେ ନାହିଁ। ଡାଏଲିସିସ୍ ମାଧ୍ୟମରେ ଏହାକୁ ଶୁଦ୍ଧ କରିବାକୁ ପ୍ରୟାସ କରାଯାଏ। ଏହି ପ୍ରକ୍ରିୟାରେ ରକ୍ତରେ ଜମା ହୋଇଥିବା ମଇଳା ଏବଂ ବିଷାକ୍ତ ପଦାର୍ଥ ବାହାର କରାଯାଇଥାଏ। ତେବେ ଡାଏଲିସିସ ସମୟରେ ରୋଗୀର ଶରୀରରେ ଇଲେକ୍ଟ୍ରୋଲାଇଟ୍ ସ୍ତର ଉପରେ ଧ୍ୟାନ ଦେବା ଜରୁରୀ।

କେଉଁ ପରିସ୍ଥିତିରେ ହୁଏ କିଡନୀ ଡାଏଲିସିସ: ଯେତେବେଳେ ଜଣେ ବ୍ୟକ୍ତିର ଉଭୟ କିଡନୀ ସଠିକ ଭାବେ କାର୍ଯ୍ୟ କରିବା ବନ୍ଦ ହୋଇଥାଏ, ସେହି ପରିସ୍ଥିତିରେ ଡାଏଲିସିସ ଆବଶ୍ୟକ ହୋଇଥାଏ। ବିଶେଷକରି ମଧୁମେହ କିମ୍ବା ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ କିଡନୀ ଫେଲ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.