ETV Bharat / sukhibhava

Low BP Ayurvedic Remedies: ରକ୍ତଚାପ ହଠାତ କମି ଯାଉଛି କି ? ଆପଣାନ୍ତୁ ଏହି ତରିକା

author img

By ETV Bharat Odisha Team

Published : Oct 11, 2023, 11:29 AM IST

ଯଦି ରକ୍ତଚାପ 90/60 mmHg କୁହେ କେବେ ଲୋ ବିପି ବୋଲି ବିବେଚନା କରାଯାଏ। ଏହି ଅବସ୍ଥାରେ ମୁଣ୍ଡ ବୁଲାଇବା, ଆଖି ଅନ୍ଧକାର ଦେଖାଯିବା, ମୁଣ୍ଡବିନ୍ଧା, ବାନ୍ତି, ଥକାପଣ ଏବଂ ଦୁର୍ବଳତା ଭଳି ଲକ୍ଷଣ ଦେଖାଯାଇଥାଏ । ତେବେ ଆୟୁର୍ବେଦିକ ଉପାୟରେ କିଭଳି ରକ୍ତଚାପକୁ ନିୟନ୍ତ୍ରଣ କରିବେ ଜାଣନ୍ତୁ । ଅଧିକ ପଢ଼ନ୍ତୁ

Low BP Ayurvedic Remedies
Low BP Ayurvedic Remedies

ହାଇଦ୍ରାବାଦ: ଆଜିକା ସମୟର ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ପ୍ରାୟ ସମସ୍ତଙ୍କର ରକ୍ତଚାପ ସମସ୍ୟା ଦେଖାଯାଉଛି । ଶରୀରର ସାଧାରଣ ରକ୍ତଚାପ 120/80 mmHg ରହିବା ଉଚିତ । କିନ୍ତୁ ଯଦି ଏହା 90/60 mmHgଠାରୁ କମ ହୋଇଯାଉଛି ତେବେ ଏହା ନିମ୍ନ ରକ୍ତଚାପ ଭାବରେ ବିବେଚନା କରାଯାଏ । ଏହି ଅବସ୍ଥାରେ ମୁଣ୍ଡ ବୁଲାଇବା, ଆଖି ସାମ୍ନାରେ ଅନ୍ଧକାର ଦେଖାଯିବା, ମୁଣ୍ଡବିନ୍ଧା, ବାନ୍ତି, ଥକାପଣ ଏବଂ ଦୁର୍ବଳତା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦି ବିପି ଠିକ୍ ସମୟରେ ନିୟନ୍ତ୍ରିତ ନହୁଏ, ତେବେ ହୃଦଘାତ ଏବଂ ଷ୍ଟ୍ରୋକ୍‌ ପରି ବିପଜ୍ଜନକ ଏବଂ ସାଂଘାତିକ ସମସ୍ୟା ହୋଇପାରେ । ତେଣୁ ସର୍ବଦା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଜରୁରୀ ବୋଲି କୁହାଯାଇଛି । ଆୟୁର୍ବେଦିକ ଉପଚାର ଦ୍ବାରା ମଧ୍ୟ ଆପଣ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ।

ନିମ୍ନ ରକ୍ତଚାପ ପାଇଁ ଆୟୁର୍ବେଦିକ ଉପଚାର:

  • ରକ୍‌ ସଲ୍ଟ୍‌: ଯଦି ରକ୍ତଚାପ ହଠାତ କମିଯାଉଛି ତାହେଲେ ସେହି ପରିସ୍ଥିତିରେ ପ୍ରଥମେ ରକ୍‌ ସଲ୍ଟ ଖାଇବା ଉଚିତ । ଏଥିରେ ପୋଟାସିୟମର ମାତ୍ରା ଅଧିକ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରିତ କରି ରଖିଥାଏ । ହଠାତ୍‌ ରକ୍ତଚାପ କମିଗଲେ ପ୍ରଥମେ ଏକ ଗ୍ଲାସ୍‌ ପାଣିରେ ଅଧା ଚାମଚ ରକ୍‌ ସଲ୍ଟ ମିଶାଇ ପିଇଲେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ।
  • ତୁଳସୀ ପତ୍ର: ଲୋ' ବିପି ସମସ୍ୟା ପାଇଁ ତୁଳସୀ ପତ୍ରକୁ ରାମବାଣ ହିସାବରେ ବିବେଚନା କରାଯାଏ । ଭିଟାମିନ ସି, ପୋଟାସିୟମ ଏବଂ ମ୍ୟାଗ୍ନେସିୟମର ମାତ୍ରା ଅଧିକ ରହିଥିବା ବେଳେ ଆଣ୍ଟିଅକ୍ସିଡେଣ୍ଟ୍‌ ମଧ୍ୟ ରହିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ତେବେ ହଠାତ ବିପି ଲୋ ହୋଇଗଲେ 4ରୁ 5ଟି ତୁଳସୀ ପତ୍ରରୁ ଚୋବାଇ ଖାଇପାରିବେ ।

ଏହା ମଧ୍ୟ ପଢନ୍ତୁ: Low BP: ନିମ୍ନ ରକ୍ତଚାପକୁ କିପରି ନିୟନ୍ତ୍ରଣ କରିବେ, ଜାଣନ୍ତୁ

  • ଗୋଲମରିଚ: ନିମ୍ନ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଲମରିଚର ବ୍ୟବହାର ଉପକାରୀ ବୋଲି ବିବେଚନା କରାଯାଇଥାଏ। ଏହା ଲୋ' ବିପି(ନିମ୍ନ ରକ୍ତଚାପ) ପାଇଁ ଲଭଦାୟୀ ବୋଲି କୁହାଯାଏ । ଯଦି ହଠାତ୍‌ ରକ୍ତଚାପ ହ୍ରାସ ପାଉଛି ତାହେଲେ ଉଷୁମ ପାଣିରେ ଗୋଲମରିଚ ମିଶାଇ ପିଇପାରିବେ । କିନ୍ତୁ ଦିନକୁ 2 ଗ୍ରାମରୁ ଅଧିକ ଖାଇବା ଉଚିତ ନୁହେଁ ବୋଲି କୁହାଯାଇଛି ।
  • କିସମିସ: ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ରାତିରେ 4ରୁ 5ଟି କିସ୍‌ମିସ୍‌କୁ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଖାଲି ପେଟରେ ଏହାକୁ ଚୋବାଇ ଖାଇବା ସହିତ ପାଣି ପିଅନ୍ତୁ । କିଛି ଦିନ ଏଭଳି କରିବା ଦ୍ବାରା ବିପି କଣ୍ଟ୍ରୋଲ ହୋଇପାରିବ ।
  • ଅଶ୍ୱଗନ୍ଧା: ଅଶ୍ବଗନ୍ଧାର ଅନେକ ଔଷଧୀୟ ଗୁଣ ରହିଛି । ନିଦ୍ରାହୀନତା, ଅବସାଦରୁ ଏହି ଚେରମୂଳି ମୁକ୍ତି ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ବୋଲି ସମସ୍ତେ ଜାଣନ୍ତି । ତେବେ ନିମ୍ନ ରକ୍ତଚାପ କ୍ଷେତ୍ରରେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ଏଥିରେ ରହିଥିବା ପୋଷକ ତତ୍ତ୍ବ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏକ ଚାମକ ଅଶ୍ବଗନ୍ଧା ଚୁର୍ଣ୍ଣକୁ ଉଷୁମ ପାଣିରେ ମିଶାଇ ପିଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.