ETV Bharat / sukhibhava

HIV ଔଷଧ ଉଚ୍ଚ ରକ୍ତଚାପ ବିପଦ ସହ ଜଡିତ: ଅନୁସନ୍ଧାନ

author img

By

Published : Feb 23, 2023, 11:39 AM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ, ଏଚ୍.ଆଇ.ଭି. ଏଡସ୍‌ ରୋଗରେ ପୀଡିତ ବ୍ୟକ୍ତି ଡୋଲୁଟେଗ୍ରାଭିର(DTG) ଔଷଧ ସେବନ କରୁଛନ୍ତି ସେମାନଙ୍କର ଉଚ୍ଚ ରକ୍ତଚାପ ବିପଦ ବୃଦ୍ଧି ପାଇବାର ସମ୍ଭାବନା ଅଧିକ । ଜାଣନ୍ତୁ ଏନେଇ ଅନୁସନ୍ଧାନ କଣ କହୁଛି ।

dolutegravir
dolutegravir

ନ୍ୟୁୟର୍କ: ଏଚ୍.ଆଇ.ଭି ଏଡସ୍‌ ରୋଗରେ ପୀଡିତ ବ୍ୟକ୍ତି ଡୋଲୁଟେଗ୍ରାଭିର(DTG) ଔଷଧ ସେବନ କରୁଥିଲେ ସାବଧାନ । ଏହି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ । ଆଜ୍ଞା ହଁ, ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ଅଧ୍ୟୟନ ଅନୁସାରେ ଯେଉଁ ଏଚ୍.ଆଇ.ଭି. ଏଡସ୍‌ ରୋଗୀ ଡୋଲୁଟେଗ୍ରାଭିର(DTG) ମେଡିସିନ୍ ସେବନ କରୁଛନ୍ତି ସେମାନଙ୍କର ଉଚ୍ଚ ରକ୍ତଚାପ(ହାଇ ବ୍ଲଡ୍ ପ୍ରେସର୍) ହେବାର ସମ୍ଭାବନା ଅଧିକ ।

2019 ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଆନୁଷ୍ଠାନିକ ଭାବରେ ନିମ୍ନ ଏବଂ ମଧ୍ୟମ ଆୟ କରୁଥିବା ଦେଶ(LMICs)ରେ ଏଚ୍.ଆଇ.ଭି ସଂକ୍ରମିତ ଲୋକଙ୍କ ପାଇଁ ପସନ୍ଦିତ ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି(ART) ଭାବରେ ଡୋଲୁଟେଗ୍ରାଭିର୍ ଔଷଧକୁ ସୁପାରିଶ କରାଯାଏ । ଏହା ପୂର୍ବରୁ ପରାମର୍ଶିତ ଇଫାଭିରେଞ୍ଜ(EFV) ଚିକିତ୍ସା ଅପେକ୍ଷା ସହନଶୀଳ ଏବଂ କମ୍ ବ୍ୟୟବହୁଳ । ଏହା ପରଠାରୁ, ଅନେକ କ୍ଲିନିକାଲ୍ ପରୀକ୍ଷଣ ଦର୍ଶାଇଛି ଯେ, EFV ନେଉଥିବା ଲୋକଙ୍କ ତୁଳନାରେ DTG ଗ୍ରହଣ କରୁଥିବା ଲୋକଙ୍କ ଯଥେଷ୍ଟ ଓଜନ ବୃଦ୍ଧି ସହିତ ଜଡିତ । ସେମାନଙ୍କ ଓଜନ ବୃଦ୍ଧି ପାଉଥିବା ଦାବି ହୋଇ ଆସୁଥିଲା ।

ଏହା ମଧ୍ୟ ପଢନ୍ତୁଛ- ଏଡସ୍‌କୁ ମାତ୍ ଦେଉଛି ଷ୍ଟେମ୍-ସେଲ୍ ଥେରାପୀ, ବିଶ୍ବର ତୃତୀୟ ବ୍ୟକ୍ତି ରୋଗମୁକ୍ତ

ବର୍ତ୍ତମାନ କରାଯାଇଥିବା ଏକ ନୂତନ ଅନୁସନ୍ଧାନ ଏସବୁ ଦାବି ସଠିକ୍ ବୋଲି ପ୍ରମାଣିତ କରିଛି । କାରଣ ଅନୁସନ୍ଧାନ କହୁଛି ଯେ, DTG ଏବଂ ଓଜନ ବୃଦ୍ଧି ମଧ୍ୟରେ ସଂଯୋଗ ଥିବା ପ୍ରମାଣିତ ମିଳିଛି ଏବଂ ଏହା ମଧ୍ୟ ଜଣାପଡିଛି ଯେ, ଏଚ୍‌.ଆଇ.ଭିରେ ସଂକ୍ରମିତ DTG ଔଷଧ ନେଉଥିବା ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ବିପଦ ମଧ୍ୟ ବଢିପାରେ । ଇକ୍ଲିନିକାଲ୍ ମେଡିସିନ୍ ପତ୍ରିକାରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି ।

ଏହି ଅନୁସନ୍ଧାନ ସମୟରେ, ଅଧ୍ୟୟନକାରୀମାନେ 794 ରୋଗୀଙ୍କ ଉପରେ ପରୀକ୍ଷଣ କରିଥିଲେ । ଅନୁସନ୍ଧାନରୁ ଜଣାପଡିଲା ଯେ, EFV ରେ ଥିବା ରୋଗୀଙ୍କ ତୁଳନାରେ ART ରେ ଥିବା ରୋଗୀମାନେ EFV ରୁ DTG କୁ ପରିବର୍ତ୍ତନ କରିବା ପରେ 12 ମାସରେ ସେମାନଙ୍କ ଓଜନ ହାରାହାରି 1.78 କିଲୋଗ୍ରାମ ବୃଦ୍ଧି ପାଇଛି । ଫଳାଫଳଗୁଡିକ ଏହା ମଧ୍ୟ ଦର୍ଶାଇଲା ଯେ, DTG ଗ୍ରହଣ କରୁଥିବା ରୋଗୀମାନେ EFV ଚିକିତ୍ସା ଗ୍ରହଣ କରୁଥିବା ରୋଗୀଙ୍କ ତୁଳନାରେ ଉଚ୍ଚ ରକ୍ତଚାପ 14 ପ୍ରତିଶତ ବୃଦ୍ଧି ପାଇଛି ।

ରକ୍ତଚାପ ବୃଦ୍ଧି ତଥ୍ୟ କମ୍ ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହା ଔଷଧ ସହିତ ସଂଯୁକ୍ତ ନିଶ୍ଚିତ ରୂପେ ଚିନ୍ତାଜନକ, କାରଣ ଏହା ଏକ୍ସପୋଜର ପରେ ଶୀଘ୍ର ଦେଖାଯାଏ ବୋଲି ବୋଷ୍ଟନ୍ ବିଶ୍ୱବିଦ୍ୟାଳୟର ବିଶ୍ୱ ସ୍ୱାସ୍ଥ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଆଲାନ ବ୍ରେନନ୍ କହିଛନ୍ତି । ତେଣୁ ଏ ଦିଗରେ ଅଧିକ ଅନୁସନ୍ଧାନ ସହ ବିକଳ୍ପର ଆବଶ୍ୟକତା ଥିବା ସେ ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.