ETV Bharat / sukhibhava

Gender Change Surgery: ଲିଙ୍ଗ ପରିବର୍ତ୍ତନ ପାଇଁ କଣ ରହିଛି ପ୍ରକ୍ରିୟା, କେତେ ଦିନ ଲାଗେ ସମୟ

author img

By

Published : Jun 23, 2023, 8:01 AM IST

ଆପଣ ଶୁଣିଥିବେ ଅନେକ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହିଁଥାଆନ୍ତି ଏବଂ ସର୍ଜରୀ କରି ଏହା ମଧ୍ୟ କରିଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଲିଙ୍ଗ ପରିବର୍ତ୍ତନ କିପରି ହୋଇଥାଏ ଏବଂ କେତେ ଦିନ ସମୟ ଲାଗିଥାଏ ?

Gender Change Surgery
Gender Change Surgery

ହାଇଦ୍ରାବାଦ: ଏକ ପୁରାତନ କଥା ଅଛି ଯେ ପ୍ରେମରେ ସବୁକିଛି ନ୍ୟାୟଯୁକ୍ତ । ଇତିହାସରେ ଏପରି ହଜାର ହଜାର କାହାଣୀ ଅଛି ଯେଉଁଠାରେ ଲୋକମାନେ ସେମାନଙ୍କର ପ୍ରେମ ପାଇବା ପାଇଁ ସବୁକିଛି ତ୍ୟାଗ କରିଛନ୍ତି । ବର୍ତ୍ତମାନ ଲିଙ୍ଗ ପରିବର୍ତ୍ତନର ଅନେକ ଘଟଣା ସାମ୍ନାକୁ ଆସୁଛି । କିଏ ପ୍ରେମ ପାଇଁ ତ ଆଉ କିଏ ଝିଅରୁ ପୁଅ ହେବା ପାଇଁ ଏଭଳି ଲିଙ୍ଗ ପରିବର୍ତ୍ତନ କରିଥାଆନ୍ତି । ବର୍ତ୍ତମାନ ମଧ୍ୟ ଏଭଳି ଏକ ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରି ସୁଚେତନାରୁ ସୁଚେତନ ହେବାକୁ ସ୍ଥିର କରିଛନ୍ତି । ଏହା ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ତେବେ ଆପଣ ଜାଣିଛନ୍ତି କି ଲିଙ୍ଗ ପରିବର୍ତ୍ତନ କଣ ? ଏହା କିପରି ହୋଇଥାଏ ଏବଂ ଲିଙ୍ଗ ପରିବର୍ତ୍ତନ ହେବା ପାଇଁ କେତେ ସମୟ ଲାଗିଥାଏ ?

ଏଭଳି ହୋଇଥାଏ ଲିଙ୍ଗ ପରିବର୍ତ୍ତନର ଅସ୍ତ୍ରୋପଚାର: ଯେତେବେଳେ ଜଣେ ପୁଅ, ଝିଅ କିମ୍ବା କିନ୍ନର ସ୍ବଇଚ୍ଛାରେ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହିଁଥାଆନ୍ତି ପ୍ରଥମେ ସେମାନଙ୍କର ମାନସିକ ସ୍ଥିତି ପରୀକ୍ଷା କରାଯାଇଥାଏ । ଏହି ହରମୋନ୍ ଥେରାପି ପରେ ଚିକିତ୍ସା ଆରମ୍ଭ ହୁଏ । ଆବଶ୍ୟକ ଅନୁସାରେ ହରମୋନ ଦିଆଯାଇଥାଏ । ଉଦାହରଣ ସ୍ବରୂପ ଯଦି ଜଣେ ଝିଅରୁ ପୁଅ ହେବାକୁ ଚାହୁଁଛି ତାକୁ ଝିଅମାନଙ୍କ ପାଖରେ ରହିଥିବା ହରମୋନ ଦିଆଯାଇଥାଏ । ଏହାକୁ ଇଞ୍ଜେନକସନ ଦ୍ବାରା ଶରୀର ଭିତରକୁ ପ୍ରବେଶ କରାଯାଇଥାଏ । ଏହି ଇଞ୍ଜେକ୍ସନର ପ୍ରାୟ ତିନିରୁ ଚାରି ଡୋଜ ଦେବା ପରେ ଶରୀରରେ ହରମୋନାଲ ପରିବର୍ତ୍ତନ ଆରମ୍ଭ ହୁଏ । ତା’ପରେ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

ଏଥିରେ ପୁରୁଷ କିମ୍ବା ସ୍ତ୍ରୀର ବ୍ୟକ୍ତିଗତ ଅଂଶ ଏବଂ ଚେହେରାର ଆକାର ବଦଳିଯାଏ । ଯଦି ଜଣେ ମହିଳା ପୁରୁଷ ହେବା ପାଇଁ ତାହାଲେ ପ୍ରଥମେ ଅପରେସନ ଦ୍ବାରା ସ୍ତନକୁ ହଟାଯାଇଥାଏ । ପୁରୁଷମାନଙ୍କ ଗୁପ୍ତାଙ୍ଗକୁ ଅପରେସନ ଦ୍ବାରା ସଂଯୋଗ କରାଯାଇଥାଏ । ପୁରୁଷରୁ ସ୍ତ୍ରୀ ହେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ପ୍ରକ୍ରିୟା ସମାନ ହୋଇଥାଏ । ସ୍ତନ ସଂଯୋଗ କରିବା ପାଇଁ ଅଲଗା ତିନିରୁ ଚାରି ଘଣ୍ଟା ଅସ୍ତ୍ରୋପଚାର କରିବାକୁ ପଡିଥାଏ । ଏହି ଅସ୍ତ୍ରୋପଚାର କେବଳ ଚାରିରୁ ପାଞ୍ଚ ମାସର ବ୍ୟବଧାନ ପରେ କରାଯାଇଥାଏ ।

ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରପୋଚାର ଏକ ଜଟିଳ ପ୍ରକ୍ରିୟା: ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାରର ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଅନେକ ଡାକ୍ତର ଜଡିତ ରହିଥାଆନ୍ତି । ଏଥିରେ ସାଇକ୍ରେଟିସ, ସର୍ଜନ, ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ନ୍ୟୁରୋ ସର୍ଜନ ମଧ୍ୟ ଉପସ୍ଥିତ ରହିଥାଆନ୍ତି । ଡାକ୍ତରମାନେ କହିଛନ୍ତି ଯେ, ଏହି ଅସ୍ତ୍ରୋପଚାର କେବଳ 21 ବର୍ଷରୁ ଅଧିକ ଲୋକଙ୍କ ଉପରେ କରାଯାଇଥାଏ । ଅଳ୍ପ ବୟସରେ ଏଭଳି ଅସ୍ତ୍ରୋପଚାର କରିବା ପୂର୍ବରୁ ପିତାମାତାଙ୍କ ଲିଖିତ ସମ୍ମତି ଗ୍ରହଣ କରାଯାଇଥାଏ ।

ଲିଙ୍ଗ ପରିବର୍ତ୍ତନ ପାଇଁ ଏହି ଅପରେସନର ଅନେକ ସ୍ତର ରହିଛି । ଏହି ପ୍ରକ୍ରିୟା ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ । ମହିଳାଙ୍କ ଠାରୁ ପୁରୁଷ ହେବାକୁ ପ୍ରାୟ 32 ପ୍ରକାରର ପ୍ରକ୍ରିୟା ଅତିକ୍ରମ କରିବାକୁ ପଡିବ । ଜଣେ ପୁରୁଷରୁ ମହିଳା ହେବାରେ 18ଟି ପ୍ରକ୍ରିୟା ରହିଛି । ଅସ୍ତ୍ରୋପଚାର କରିବା ପୂର୍ବରୁ ଡାକ୍ତରମାନେ ମଧ୍ୟ ପୁଅ ଏବଂ ଝିଅ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି କି ନାହିଁ ତାହା ମଧ୍ୟ ଦେଖନ୍ତି । ଏଥିପାଇଁ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯାଇଥାଏ । ଯଦି କିଛି ଗମ୍ଭୀର ରୋଗରେ ପୀଡିତ ଥାଆନ୍ତି ତେବେ ଏହି ଅପରେସନ ସମ୍ଭବ ହୋଇନଥାଏ ।

ପୁଅ ଠାରୁ ଝିଅ ହେବା ସହଜ ଅଟେ: ମହିଳାଙ୍କ ଠାରୁ ପୁରୁଷ ଅପେକ୍ଷା ପୁରୁଷରୁ ମହିଳା ହେବା ସହଜ ଅଟେ । ଯଦି କେହି ଜଣେ ପୁରୁଷରୁ ସ୍ତ୍ରୀ ହୋଇଯାଏ, ତେବେ ମହିଳାଙ୍କ ଅଙ୍ଗ ଗୁଡ଼ିକ ତାଙ୍କ ଶରୀରର ଅଙ୍ଗରୁ ଅସ୍ତ୍ରୋପଚାର ମାଧ୍ୟମରେ କରାଯାଇଥାଏ । ଏହି ଅପରେସନ ପାଇଁ ମାତ୍ର 4 ଘଣ୍ଟା ସମୟ ଲାଗିଥାଏ । ସ୍ତନ ସଂଯୋଗ ପାଇଁ ଅଲଗା ସମୟ ଲାଗିଥାଏ । ଏହି ଦୁଇଟି ଅପରେସନ୍ ତିନିରୁ ଚାରି ମାସର ବ୍ୟବଧାନରେ କରାଯାଇଥାଏ । ଯଦି କେହି 18ଟି ପ୍ରୋସେସ ଅନୁସରଣ କରି ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଅଢେଇ ବର୍ଷ ସମୟ ଲାଗିଥାଏ । ଏଭଳି କ୍ଷେତ୍ରରେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ ।

କିନ୍ତୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଲିଙ୍ଗ ପରିବର୍ତ୍ତନ କରିଲେ ବଞ୍ଚିବା ସ୍ବାଭାବିକ ହୋଇପାରିବ । ସମାଜରେ ଗର୍ବର ସହକାରରେ ବଞ୍ଚିପାରିବେ । କିନ୍ତୁ ଚାହିଁଲେ ମଧ୍ୟ ମହିଳାମାନେ ଗର୍ଭବତୀ କିମ୍ବା ପୁରୁଷମାନଙ୍କର ପ୍ରଜନନ କ୍ଷମତା ରହିନଥାଏ । ଏମାନେ କେବେ ମଧ୍ୟ ସନ୍ତାନ ସୁଖ ପାଇପାରିବେ ନାହିଁ । ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ । ଏହି ଅସ୍ତ୍ରୋପଚାର ପାଇଁ 10ରୁ 20 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହାସହ ଲିଙ୍ଗ ପରିବର୍ତ୍ତନ ପାଇଁ ଅସ୍ତ୍ରୋପଚାର କରିବା ପରେ ମଧ୍ୟ ଔଷଧ ଏବଂ ଇଞ୍ଜେକ୍ସନ ନେବାକୁ ପଡିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.