ETV Bharat / sukhibhava

କେବଳ ସୁନ୍ଦର ନୁହେଁ ଅଳସୀ ଫୁଲ, ମଞ୍ଜିରେ ରହିଛି ଜଟିଳ ରୋଗର ସମାଧାନ

author img

By

Published : Nov 14, 2022, 10:58 AM IST

ଅଳସୀ ଫୁଲ କେବଳ ତାର ସୁନ୍ଦରତାରେ ଆକୃଷ୍ଟ କରେନି । ଅଳସୀ ମଞ୍ଜିରେ(Flax Seeds) ଏପରି ଗୁଣ ରହିଛି, ଯାହା ଜଟିଳ ରୋଗ ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ । ଅଧିକ ପଢନ୍ତୁ

କେବଳ ସୁନ୍ଦର ନୁହେଁ ଅଳସୀ ଫୁଲ, ଏହାର ମଞ୍ଜିରେ ବି ରହିଛି ଜଟିଳ ରୋଗର ସମାଧାନ
କେବଳ ସୁନ୍ଦର ନୁହେଁ ଅଳସୀ ଫୁଲ, ଏହାର ମଞ୍ଜିରେ ବି ରହିଛି ଜଟିଳ ରୋଗର ସମାଧାନ

ହାଇଦ୍ରାବାଦ: ଗୁରୁତର ରୋଗର ଚିକିତ୍ସା ବେଳେ ବେଳେ ଆୟୁର୍ବେଦରେ ଉପଲବ୍ଧ ହୋଇଥାଏ । ଏହା ଧୀରେ ଧୀରେ କାମ କରେ ଏବଂ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ଔଷଧରେ ମଧ୍ୟ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପଡିନଥାଏ । ଏହାରି ମଧ୍ୟରେ ଜଟିଳ ରୋଗ ହୃଦଘାତକୁ ଦୂର କରିବାରେ ଆୟୁର୍ବେଦ ଔଷଧର ଭୁମିକା ଥିବା ଜଣାପଡିଛି । ଅଳସୀ ମଞ୍ଜି(Flax Seeds) ହୃଦରୋଗ ଦୂର କରିପାରେ ବୋଲି ବିଶେଷଜ୍ଞଙ୍କ ମତ(Flax seeds may reduce the risk of heart attack know how to eat it) । ତେବେ ଆସନ୍ତୁ ଜାଣିବା କେଉଁ ପରିମାଣରେ ଅଳସୀ ମଞ୍ଜି ଖାଇପାରିବା ଏବଂ ଏହାର ଉପକାରିତା ବାବଦରେ ?

ଅଳସୀ ମଞ୍ଜି କିପରି ଖାଇବେ:-

ଡାକ୍ତର ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ, ଗୋଟିଏ ଦିନରେ ଏକ ଚାମଚରୁ ଅଧିକ ଅଳସୀ ମଞ୍ଜି ଖାଇବା ଉଚିତ ନୁହେଁ । ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ଅଳସୀକୁ ମଞ୍ଜି ଗୋଟିଏ ଗ୍ଲାସ ପାଣିରେ ରାତିସାରା ଭିଜାଇ ରଖନ୍ତୁ । ପରଦିନ ସକାଳେ ଖାଲି ପେଟରେ ମଞ୍ଜି ସହିତ ସେହି ପାଣି ପିଅନ୍ତୁ । ଏହା ବ୍ୟତୀତ, ଆପଣ ଏହାକୁ ଗ୍ରାଇଣ୍ଡିଂ କରି ମଧ୍ୟ ବ୍ୟବହାର କରିପାରିବେ । ସକାଳେ ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚାମଚ ଅଳସୀ ମଞ୍ଜି ପାଉଡର ମିଶାଇ ପିଅନ୍ତୁ । ଏହା ଆପଣଙ୍କୁ ହୃଦୟ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ରଖିବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ ।

ଅଳସୀ ମଞ୍ଜିରେ ପୁଷ୍ଟିକର ଖାଦ୍ୟ:-

  1. ଅଳସୀ ମଞ୍ଜିରେ କ୍ୟାଲୋରୀ, ସୋଡିୟମ୍, ପୋଟାସିୟମ୍, ଫାଇବର, ଶର୍କରା, ଭିଟାମିନ୍ ବି, କୋଲେଷ୍ଟ୍ରୋଲ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଫୋଲେଟ୍, କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍ ସି, ଆଇରନ୍ ଇତ୍ୟାଦି ଭରପୂର ଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ଅନେକ ରୋଗ ଉପକାରୀ ।
  2. 100 ଗ୍ରାମ ଅଳସୀ ମଞ୍ଜିରେ 20% ପ୍ରୋଟିନ୍, 28% ଫାଇବର, 18% ମୋନୋସାଚ୍ୟୁରେଟେଡ୍ ଏବଂ 34% ପଲିଅନସାଚ୍ୟୁରେଟେଡ୍ ଫ୍ୟାଟ୍ (PUFA) ଥାଏ ।
  3. ତେବେ ଏହି ଅଳସୀ ମଞ୍ଜିକୁ କଦାପି କଞ୍ଚା ଖାଇବା ଉଚିତ୍ ନୁହେଁ । ଏହାକୁ ସର୍ବଦା ଭାଜି, ପାଣିରେ ଭିଜାଇ କିମ୍ବା ପାଉଡର୍ ଆକାରରେ ଖାଆନ୍ତୁ । ଯଦି ଆପଣ କିଡନୀ ରୋଗରେ ପୀଡିତ, ତେବେ ଅଳସୀ ମଞ୍ଜି ଖାଆନ୍ତୁ ନାହିଁ ।

Disclaimer: ଉପରସ୍ଥ ସମସ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ । ସର୍ବଦା କୌଣସି ବି ଜଟିଳ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.