ETV Bharat / sukhibhava

ଚିନ୍ତାଜନକ ଜାତିସଙ୍ଘ ରିପୋର୍ଟ, ବିଶ୍ବରେ ପ୍ରତି 2 ମିନିଟରେ ଆଖି ବୁଜୁଛନ୍ତି ଜଣେ ଗର୍ଭବତୀ

author img

By

Published : Feb 23, 2023, 9:51 PM IST

ମାତୃ ମୃତ୍ୟୁହାରକୁ ନେଇ ରିପୋର୍ଟ ପ୍ରକାଶ କଲା ଜାତିସଙ୍ଘ । ପ୍ରତି 2 ମିନିଟରେ ଜଣେ ଗର୍ଭବତୀ ମହିଳା ଗର୍ଭାବସ୍ତାରେ ଅଥବା ପ୍ରସବ ସମୟରେ ପ୍ରାଣ ହରାଉଥିବା ତଥ୍ୟ ପ୍ରକାଶ । ଅଧିକ ପଢନ୍ତୁ

woman in a hospital bed
woman in a hospital bed

ଜେନେଭା: ମାତୃ ମୃତ୍ୟୁହାରକୁ ନେଇ ଜାତିସଙ୍ଘ ରିପୋର୍ଟ ଉଦ୍‌ବେଗଜନକ । ତଥ୍ୟା ଅନୁସାରେ ବିଶ୍ବରେ ପ୍ରତି 2 ମିନିଟରେ ଜଣେ ଗର୍ଭବତୀ ମହିଳା ଗର୍ଭାବସ୍ତାରେ ଅଥବା ପ୍ରସବ ସମୟରେ ପ୍ରାଣ ହରାଉଛନ୍ତି । ଜାତିସଂଘ ଏଜେନ୍ସି ପକ୍ଷରୁ ଆଜି(ଫେବ୍ରୁଆରୀ 23)ରେ ଏହି ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଛି । 'ମାତୃ ମୃତ୍ୟୁହାରର ଧାରା'(ଟ୍ରେଣ୍ଡ୍ସ ଇନ୍ ମେଟର୍ନାଲ୍ ମୋର୍ଟାଲିଟି) ଶୀର୍ଷକ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, କେବଳ 2020 ରେ ବିଶ୍ବରେ ପ୍ରାୟ 2 ଲକ୍ଷ 87 ହଜାର ମାତୃ ମୃତ୍ୟୁ ଘଟିଛି ।

ଅତ୍ୟଧିତ ରକ୍ତସ୍ରାବ, ଉଚ୍ଚ ରକ୍ତଚାପ, ଗର୍ଭଧାରଣ ସମ୍ବନ୍ଧୀୟ ସଂକ୍ରମଣ, ଅସୁରକ୍ଷିତ ଗର୍ଭପାତରୁ ଜଟିଳତା, ଏବଂ ଗର୍ଭଧାରଣ ଦ୍ବାରା ବୃଦ୍ଧି ହେଉଥିବା ସଂକ୍ରମଣ(ଯେପରିକି ଏଚ୍.ଆଇ.ଭି. /ଏଡସ୍ ଏବଂ ମ୍ୟାଲେରିଆ) ମାତୃ ମୃତ୍ୟୁର ମୁଖ୍ୟ କାରଣ ବୋଲି ଜାତିସଂଙ୍ଘ ରିପୋର୍ଟ କହୁଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି, "ଗର୍ଭଧାରଣ ସବୁଠୁ ଖୁସିର ସମୟ । ସମସ୍ତ ମହିଳାଙ୍କ ପାଇଁ ଏହି ସମୟ ସକାରାତ୍ମକ ଅଭିଜ୍ଞତା ହେବା ଉଚିତ୍ । ମାତ୍ର ଲକ୍ଷ ଲକ୍ଷ ମହିଳା ଏହି ମୂଲ୍ୟବାନ ଅନୁଭବରୁ ଦୂରେ ରହୁଛନ୍ତି । ପର୍ଯ୍ୟାପ୍ତ ସୁବିଧା ଏବଂ ଚିକିତ୍ସାରୁ ବଞ୍ଚିତ ହେବ ବାସ୍ତବରେ ଏକ ଦୁଃଖର ବିଷୟ ।"

ଏହା ମଧ୍ୟ ପଢନ୍ତୁ:- କମ୍ବୋଡିଆରେ ନାବାଳିକାଙ୍କ ଜୀବନ ନେଲା ବାର୍ଡ ଫ୍ଲୁ, ରୁହନ୍ତୁ ସତର୍କ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନୂତନ ପରିସଂଖ୍ୟାନ ପ୍ରତ୍ୟେକ ମହିଳାଙ୍କ ପ୍ରସବ ପୂର୍ବରୁ, ସେହି ସମୟରେ ଏବଂ ପରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ପାଇବାକୁ ସୁନିଶ୍ଚିତ କରିବା ଆବଶ୍ୟକ । ପ୍ରାଥମିକ ସ୍ୱାସ୍ଥ୍ୟସେବା ମହିଳା, ଶିଶୁ ଏବଂ କିଶୋରମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବ । ତେଣୁ ଏହାକୁ ଦୃଷ୍ଟିରେ ରଖିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:-ସାବଧାନ ! ଏହି ସବୁ ସାଧାରଣ ଲକ୍ଷଣ ମଧ୍ୟ କର୍କଟ ସଙ୍କେତ ହୋଇପାରେ

ତେବେ ପ୍ରାଥମିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଅଭାବ, ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଅଭାବ ଏବଂ ଚିକିତ୍ସା ସାମଗ୍ରୀ ପାଇଁ ଦୁର୍ବଳ ଯୋଗାଣ ଶୃଙ୍ଖଳା ପ୍ରଗତି ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ୟୁଏନଏଫପିଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନାତାଲିଆ କାନେମ କହିଛନ୍ତି, "ଗର୍ଭବତୀ ଏବଂ ପ୍ରସବ ସମୟରେ ଏତେ ସଂଖ୍ୟକ ମହିଳା ପ୍ରାଣ ହରାଇବା ଆଦୌ ଗ୍ରହଣ ଯୋଗ୍ଯ ନୁହେଁ । ଗୋଟିଏ ବର୍ଷରେ 280,000 ରୁ ଅଧିକ ମୃତ୍ୟୁହାର ନିଶ୍ଚିତରୂପେ ଅର୍ଥହୀନ କାରଣରୁ ଘଟିଛି ।" ଏଥିପାଇଁ ଦେଶଗୁଡିକୁ ସଜାଗ ହେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.