ETV Bharat / sukhibhava

କିଛି ଆକ୍ରାନ୍ତଙ୍କ ଶରୀରରେ ୭ ମାସ ପର୍ଯ୍ୟନ୍ତ ରହୁଛି କୋଭିଡ଼ ଭାଇରସ: ରିପୋର୍ଟ

author img

By

Published : Jan 29, 2022, 4:48 PM IST

ବ୍ରାଜିଲର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ କୋରୋନାରେ ଆକ୍ରାନ୍ତ ହେବା ପରେ ପ୍ରାୟ ୭ ମାସ ପର୍ଯ୍ୟନ୍ତ ଭାଇରସ ଶରୀରରେ ଜୀବିତ ରହୁଛି । ଅଧିକ ପଢନ୍ତୁ

କିଛି ଆକ୍ରାନ୍ତଙ୍କ ଶରୀରରେ ୭ ମାସ ପର୍ଯ୍ୟନ୍ତ ରହୁଛି କୋଭିଡ଼ ଭାଇରସ: ରିପୋର୍ଟ
କିଛି ଆକ୍ରାନ୍ତଙ୍କ ଶରୀରରେ ୭ ମାସ ପର୍ଯ୍ୟନ୍ତ ରହୁଛି କୋଭିଡ଼ ଭାଇରସ: ରିପୋର୍ଟ

ହାଇଦ୍ରାବାଦ: ବ୍ରାଜିଲର ସାଓ ପୌଲରେ ଥିବା ଫ୍ରାନ୍ସ୍‌ସ ପାଷ୍ଟର ଇନଷ୍ଟିଚ୍ୟୁଟ ଓ ଓସୱୋଲ୍ଡୋ କ୍ରୁଜ ଫାଉଣ୍ଡେସନ (Fiocruz) ୩୮ ଜଣ ବ୍ରାଜିଲର କୋରୋନା ସୁସ୍ଥଙ୍କୁ ନେଇ ଗବେଷଣା କରିଥିଲା । RT-PCR ରିପୋର୍ଟରେ ୨ରୁ ୩ ଥର ନେଗେଟିଭ ଆସିବା ପର୍ଯ୍ୟନ୍ତ ସେମାନଙ୍କର ପରୀକ୍ଷା କରାଯାଇଥିଲା । ଏହି 38 ଟି ମାମଲା ମଧ୍ୟରୁ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ଶରୀରରେ 70 ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଭାଇରସ ଚିହ୍ନଟ ହୋଇଥିଲା । ତେବେ ଏ ସମ୍ପର୍କରେ ଫ୍ରଣ୍ଟିଅର୍ସ ଇନ୍ ମେଡିସିନ୍ ପତ୍ରିକାରେ ପ୍ରକାଶିତ ହୋଇଛି ।

ଜଣେ ୩୮ ବର୍ଷୀୟ ବ୍ୟକ୍ତି କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିଲେ । ତାଙ୍କ ନିକଟରେ ଅଳ୍ପ କିଛି ଲକ୍ଷଣ ଦେଖାଯାଇଥିଲା । ତାଙ୍କ ଶରୀରରେ ପ୍ରାୟ ୨୩୨ ଦିନ ପର୍ଯ୍ୟନ୍ତ କୋରୋନା ଭାଇରସକୁ ଚିହ୍ନଟ କରାଯାଇଥିଲା । ସେ ଯଦି ଏହି ୨୩୨ ଦିନ ପର୍ଯ୍ୟନ୍ତ କୋଭିଡ଼ର ସମସ୍ତ ନିୟମାବଳୀ ଯେପରିକି ସାମାଜିକ ଦୂରତା, ମାସ୍କ ପରିଧାନ ନିୟମକୁ ନ ମାନିଥାନ୍ତେ ତେବେ ତାଙ୍କ ଦ୍ବାରା ଅନେକ ସଂକ୍ରମିତ ହୋଇଥାନ୍ତେ ବୋଲି ଗବେଷକମାନେ କହିଛନ୍ତି । ଯଦି ଆପଣ ଭାବୁଛନ୍ତି ୧୪ ଦିନ ମଧ୍ୟରେ ଭାଇରସ ଆକ୍ରାନ୍ତଙ୍କ ଶରୀରରୁ ନିଷ୍କ୍ରିୟ ହୋଇଯାଉଛି, ତେବେ ତାହା ଭୁଲ ଧାରଣା ।

ଏହା ବି ପଢନ୍ତୁ: Jodhapur IIT Research: ଚେଷ୍ଟ X-rayରୁ ଧରାପଡିବ କୋଭିଡ

ଜଣେ ଆକ୍ରାନ୍ତ କୋରୋନା ନେଗେଟିଭ ହେବା ପାଇଁ ଅତି କମରେ ୧ ମାସ ସମୟ ଲାଗୁଛି । ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଆକ୍ରାନ୍ତ ଜଣକ ୭୧ ରୁ ୨୩୨ ଦିନ ପର୍ଯ୍ୟନ୍ତ ପଜିଟିଭ ରହୁଛନ୍ତି । ଭାଇରସ ଏତେ ଦିନ ପର୍ଯ୍ୟନ୍ତ ଜୀବିତ ରହୁଥିବା ନେଇ ଏହା ପ୍ରଥମ ପ୍ରମାଣ ନୁହେଁ । ଏହା ପୂର୍ବରୁ ୨୦୨୧ ମସିହାରେ ବ୍ରାଜିଲର ଇନିଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଡ଼ିସିନ(IMT-USP) ଏହାକୁ ପ୍ରମାଣିତ କରିଥିଲା । ଏହି ଗବେଷଣାରେ ୨୫ ପ୍ରତିଶତ ଆକ୍ରାନ୍ତଙ୍କ ଶରୀରରେ ଭାଇରସ ୨୧୮ ଦିନ ପର୍ଯ୍ୟନ୍ତ ଜୀବିତ ରହୁଛି ବୋଲି ଜଣାପଡ଼ିଥିଲା ।

ସେପଟେ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡ଼ିସିନର ଡିସେମ୍ବର ୨୦୨୦ ରିପୋର୍ଟ ଅନୁସାରେ ଜଣେ ୪୫ ବର୍ଷୀୟ ଆକ୍ରାନ୍ତଙ୍କ ଶରୀରରେ ଭାଇରସ ୧୪୩ ଦିନ ପର୍ଯ୍ୟନ୍ତ ରହିଥିଲା । ସେହିପରି leukemiaରେ ପୀଡ଼ିତ ଅନ୍ୟ ଜଣେ ମହିଳାଙ୍କ ଶରୀରରେ ଭାଇରସ ୭୦ ଦିନ ପର୍ଯ୍ୟନ୍ତ ଜୀବିତ ରହିଥିଲା ବୋଲି ଜଣାପଡ଼ିଥିଲା । ପଜିଟିଭ ହେବାର ୧୪ ଦିନ ପରେ ଯଦି ଆକ୍ରାନ୍ତ ପୁଣି ପରୀକ୍ଷା ନ କରନ୍ତି ତେବେ ସେ ଅନ୍ୟମାନଙ୍କୁ ସଂକ୍ରମଣ କରିବାର ସମ୍ଭାବନା ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.