ETV Bharat / sukhibhava

ବ୍ରିଟେନରେ କାୟା ମେଲୁଛି କୋଭିଡର omicron BA.4.6 ଭାରିଆଣ୍ଟ

author img

By

Published : Sep 14, 2022, 1:58 PM IST

ବ୍ୟାପିବାରେ ଲାଗୁଛି କୋଭିଡର ଆଉ ଏକ ଭାରିଆଣ୍ଟ ଓମିକ୍ରନ୍ BA.4.6(Another new COVID variant) । ଜାଣନ୍ତୁ ନୂଆ ଭାରିଆଣ୍ଟର ଗମ୍ଭୀରତା, ସଂକ୍ରାମକତା ଏବଂ ରୋଗ ପ୍ରତିରୋଧକତା ବାବଦରେ ।

ବ୍ୟାପୁଛି ଆଉ ଏକ କୋଭିଡ ଭାରିଆଣ୍ଟ omicron BA.4.6
ବ୍ୟାପୁଛି ଆଉ ଏକ କୋଭିଡ ଭାରିଆଣ୍ଟ omicron BA.4.6

ଲଣ୍ଡନ: ଆମେରିକାରେ ଦ୍ରୁତ ଗତିରେ ବ୍ୟାପୁଥିବା କୋଭିଡର ସବ୍-ଭାରିଆଣ୍ଟ ଓମିକ୍ରନ୍ BA.4.6(Another new COVID variant) ବର୍ତ୍ତମାନ ବ୍ରିଟେନରେ ବ୍ୟାପୁଥିବା ନେଇ ସୂଚନା ମିଳିଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (Health Security Agency, UKHSA) କହିଛି ଯେ, COVID ଭାରିଆଣ୍ଟ ଉପରେ ହୋଇଥିବା ଲାଟେଷ୍ଟ ଅନୁସନ୍ଧାନ ଅନୁଯାୟୀ, ଅଗଷ୍ଟ 14 ଆରମ୍ଭରୁ, ବ୍ରିଟେନରେ 3.3 ପ୍ରତିଶତ BA.4.6 ନମୁନା ସଂଗ୍ରହ କରାଯାଇଥିଲା ।

ସେହିଭଳି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, BA.4.6 ବର୍ତ୍ତମାନ ସମଗ୍ର ଆମେରିକାରେ 9% ରୁ ଅଧିକ ମାମଲା ରହିଛି । ବିଶ୍ବର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଭାରିଆଣ୍ଟ ଚିହ୍ନଟ କରାଯାଇଛି । ତେବେ BA.4.6 କେତେ ପ୍ରଭାବୀ, ଏହାର ଲକ୍ଷଣ ବାବଦରେ ଜାଣନ୍ତୁ...

BA.4.6 ହେଉଛି omicron ର BA.4 ଭାରିଆଣ୍ଟର ସବ୍-ଭାରିଆଣ୍ଟ । BA.4 ପ୍ରଥମେ ଜାନୁଆରୀ 2022ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ଏବଂ ଏହା ପରେ ସମଗ୍ର ବିଶ୍ୱରେ ବ୍ୟାପିଥିଲା । BA.4.6 କିପରି ଉତ୍ପନ୍ନ ହୋଇଛି ତାହା ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ଏକ ରିକମ୍ବିନାଣ୍ଟ ଭାରିଆଣ୍ଟ ହୋଇପାରେ । ଯେତେବେଳେ, SARS-CoV-2ର ଦୁଇଟି ଭିନ୍ନ ପ୍ରକାର (COVID-19 ସୃଷ୍ଟି କରୁଥିବା ଭୂତାଣୁ) ଏକ ସମୟରେ ସମାନ ବ୍ୟକ୍ତିଙ୍କୁ ସଂକ୍ରମିତ କରେ ସେତେବେଳେ ଅନ୍ୟ ଏକ ଭାରିଆଣ୍ଟ ପୁନର୍ବିନ୍ୟାସ(Recombination) ହୁଏ ।

BA.4.6 ଗମ୍ଭୀରତା, ସଂକ୍ରାମକତା ଏବଂ ରୋଗ ପ୍ରତିରୋଧକତା:-

ସୌଭାଗ୍ୟବଶତ ଓମିକ୍ରନ୍ ସଂକ୍ରମଣରେ ଗୁରୁତର ଆଶଙ୍କା କମ୍ ହୋଇଥାଏ । ପୂର୍ବ ଓମିକ୍ରନ ଭାରିଆଣ୍ଟରେ ମଧ୍ୟ ମୃତ୍ୟୁ ସଂଖ୍ୟା କମ୍ ରହିଥିଲା, କିନ୍ତୁ ସଂକ୍ରମଣ ହାର ଅଧିକ ଥିଲା । BA.4.6ର ମଧ୍ୟ ସମାନ ପ୍ରଭାବ ରହିବ ବୋଲି ଆଶା କରାଯାଉଛି । ବାସ୍ତବରେ, BA.4.6 ଭାରିଆଣ୍ଟର ଭୟାବହତା ଉପରେ କୌଣସି ରିପୋର୍ଟ କରାଯାଇ ନାହିଁ ।

ଅକ୍ସଫୋର୍ଡ ୟୁନିଭରସିଟି ରିପୋର୍ଟ ଅନୁଯାୟୀ, ଯେଉଁ ଲୋକମାନେ Pfizer ମୂଳ COVID ଟିକା ନେଇଥିଲେ, ସେମାନେ BA.4 କିମ୍ବା BA.5 ଅପେକ୍ଷା BA.4.6 ପ୍ରତିକ୍ରିୟାରେ କମ୍ ଆଣ୍ଟିବଡି ଉତ୍ପାଦନ କରନ୍ତି । ଏହା ଚିନ୍ତାଜନକ, କାରଣ ଏଥିରୁ ସ୍ପଷ୍ଟ ଯେ, BA.4.6 ବିରୋଧରେ COVID ଟିକା କମ୍ ପ୍ରଭାବଶାଳୀ ହୋଇପାରେ । କିନ୍ତୁ ଗୁରୁତର ରୋଗରୁ ଭଲ ସୁରକ୍ଷା ପ୍ରଦାନ ଜାରି ରଖିଛି ଟୀକାକରଣ ଏବଂ COVID ସହିତ ଲଢିବାକୁ ସର୍ବୋତ୍ତମ ଅସ୍ତ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.