ETV Bharat / sukhibhava

ମାଇଗ୍ରେନ ପାଇଁ ମାର୍କେଟକୁ ଆସିଲା ଡିଭାଇସ, ଆଉ ଆବଶ୍ୟକ ନୁହେଁ ଔଷଧ

author img

By ETV Bharat Odisha Team

Published : Nov 18, 2023, 3:34 PM IST

Migraine relief wearable device: ମାଇଗ୍ରେନ ପାଇଁ ମାର୍କେଟକୁ ଆସିଲା ଡିଭାଇସ। ଏଣିକି ଆଉ ଆବଶ୍ୟକ ନୁହେଁ ବରଂ ଡିଭାଇସରେ ହେବ ଚିକିତ୍ସା । ଅଧିକ ପଢନ୍ତୁ

migraine
migraine

ହାଇଦ୍ରାବାଦ: ମାଇଗ୍ରେନ ସମସ୍ୟା ଭୋଗୁଥିବା ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କୁ ଆଉ ଆବଶ୍ୟକ ହେବ ନାହିଁ ଔଷଧ । ଏଣିକି ଡିଭାଇସ ସାହାଯ୍ୟରେ ଭଲ ହେବ ମାଇଗ୍ରେନ । ବର୍ତ୍ତମାନ ଏଭଳି ଏକ ଡିଭାଇସ ତିଆରି କରାଯାଇଛି, ଯାହାକି ପିନ୍ଧି ଅସହ୍ୟ ଯନ୍ତ୍ରଣାକୁ ମୁକ୍ତି ପାଇପାରିବେ । ଯଦି ଦେଖାଯାଏ ମାଇଗ୍ରେନ ଯନ୍ତ୍ରଣା କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଅସହ୍ୟ ହୋଇଥାଏ । ମୁଣ୍ଡରେ ଯନ୍ତ୍ରଣା ହେବା ପରେ ପୁରା ଶରୀରରେ ଏହା ଯନ୍ତ୍ରଣା ହୋଇଥାଏ । ମାଇଗ୍ରେନରେ ମୁଣ୍ଡବିନ୍ଧା ସମସ୍ୟାକୁ କମ କରିବା ପାଇଁ ଔଷଧର ଆବଶ୍ୟକତା ହୋଇଥାଏ। କିନ୍ତୁ ଏହାର ପ୍ରଭାବ କିଡନୀ ଉପରେ ପଡିଥାଏ । ଏପରି ପରିସ୍ଥିତିରେ ଏକ କମ୍ପାନୀ ଦ୍ବାରା ତିଆରି କରାଯାଇଥିବା ଉପକରଣ ବା ଡିଭାଇସ ବେସ ସହାୟକ ହେବ ବୋଲି କୁହାଯାଇଛି । ଏଡି ଡିଭାଇସକୁ ବାହୁରେ ପିନ୍ଧାଯାଇଥାଏ । 12 ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଶେଷ ଏହାକୁ ପିନ୍ଧି ପାରିବେ ।

ମାଇଗ୍ରେନ ଡିଭାଇସର ଦାମ: ଏହି ଡିଭାଇସକୁ ପିନ୍ଧିବା ଦ୍ବାରା ମାଇଗ୍ରେନରୁ ମୁକ୍ତି ମିଳିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ସୂଚନା ଅନୁସାରେ, ଏହାର ମୂଲ୍ୟ 14 ହଜାରରୁ 16 ହଜାର ମଧ୍ୟରେ ରହିଛି । ଏହି ଡିଭାଇସ ବ୍ୟବହାର କରିବା ଦ୍ବାରା ଯନ୍ତ୍ରଣାରୁ ମୁକ୍ତି ପାଇପାରିବ ବୋଲି କୁହାଯାଇଛି । ସ୍ନାୟୁତନ୍ତ୍ରର ଶେଷ ଭାଗକୁ ଉତ୍ତେଜିତ କରି ମଡ୍ୟୁଲେସନକୁ ସକ୍ରିୟ କରିବା ପାଇଁ ଇଲେକ୍ଟ୍ରିକାଲ ନ୍ୟୁରୋମୋଡ୍ୟୁଲେସନ ସିଷ୍ଟମ ବ୍ୟବହାର କରାଯାଇଥାଏ । ସାଧାରଣ ଅର୍ଥରେ ଯଦି ବୁଝିବା ସ୍ନାୟୁ ତନ୍ତ୍ରର ଶେଷକୁ ଛୁଇଁ ଏକ ଯନ୍ତ୍ରଣା ବା ପେନ୍ ଦିଆଯାଏ ଯାହାକୁ କଣ୍ଡିଂସନାଲ ପେନ କୁହାଯାଏ ।

କେତେ ସମୟ ଏହି ଡିଭାଇସକୁ ବ୍ୟବହାର କରିପାରିବେ: ଏଡି ଡିଭାଇସ ତିଆରି କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ମସ୍ତିଷ୍କରେ ପ୍ରାକୃତିକ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏହି ଡିଭାଇସକୁ 45 ମିନିଟର ବ୍ୟବଧାନରେ 18 ସେସନ ବ୍ୟବହାର କରିବାକୁ ହେବ। ଅଧିକ ମାଇଗ୍ରେନ ବା ମୁଣ୍ଡବିନ୍ଧା ହେଉଥିଲେ ଏହାକୁ 1 ଘଣ୍ଟା ବ୍ୟବହାର କରିବାକୁ ହେବ। ଏହି ଡିଭାଇସ ଏକ ମୋବାଇଲ ଆପରୁ ନିୟନ୍ତ୍ରିତ ହେବ। ଯଦି କମ୍ପାନୀର କହିବା ମୁତାବକ ଏହି ଡିଭାଇସ କାର୍ଯ୍ୟ କରେ ତାହେଲେ ମାଇଗ୍ରେନ ଚିକିତ୍ସା କ୍ଷେତ୍ରରେ ଏହା ବ୍ୟାପକ ପରିବର୍ତ୍ତନ ଆଣିବ।

ଏହା ମଧ୍ୟ ପଢନ୍ତୁ: Migraine: ଏହି ଭିଟାମିନ ଅଭାବରୁ ବାରମ୍ବାର ହୋଇଥାଏ ମୁଣ୍ଡବିନ୍ଧା

ତେବେ ମାଇଗ୍ରେନ୍‌ର କାରଣ ଅନେକ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥିବା ବେଳେ ଭିଟାମିନ ଡି'ର ଅଭାବ ହେତୁ ଏହା ହୋଇପାରେ ବୋଲି ନିକଟରେ ଏକ ରିସର୍ଚ୍ଚରେ କୁହାଯାଇଛି । ଭିଟାମିନ୍ ଡି' ମସ୍ତିଷ୍କର କାର୍ଯ୍ୟକଳାପ ଏବଂ ସ୍ନାୟୁ ତନ୍ତ୍ରକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.