ETV Bharat / state

ପ୍ରେମରେ ପ୍ରତାରଣା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଗିରଫ

author img

By

Published : Jan 23, 2023, 1:35 PM IST

ପ୍ରେମ ଜାଲରେ ଫସାଇବା ପରେ ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଗର୍ଭବତୀ ହେବା ପରେ ଧରା ଛୁଆଁ ନଦେବାରୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Youth arrested for raping minor girl in rourkela
Youth arrested for raping minor girl in rourkela

ପ୍ରେମରେ ପ୍ରତାରଣା

ରାଉରକେଲା: ପ୍ରେମ-ପତିଶ୍ରୁତି-ପ୍ରତାରଣା । ନିଜ ଧର୍ମ ଲୁଚାଇ ନାବାଳିକାଙ୍କୁ ପ୍ରେମରେ ଫସାଇଥିଲେ ଯୁବକ । ନାବାଳିକାର ଅନିଚ୍ଛା ସତ୍ତ୍ବେ ରଖିଥିଲେ ଶାରୀରିକ ସମ୍ପର୍କ । କାହାରିକୁ ନକହିବାକୁ ଧମକ ଦେବା ସହ ବିବାହ କରିବାକୁ ଦେଇଥିଲେ ପ୍ରତିଶୃତି । କିନ୍ତୁ ପ୍ରତିଶୃତି ପାଲଟିଗଲା ପ୍ରତାରଣା । ବର୍ତ୍ତମାନ ନାବାଳିକା ଜଣଙ୍କ ୬ ମାସର ଗର୍ଭବତୀ ଥିବା ବେଳେ ଆଉ ଧରା ଛୁଆଁ ଦେଇନଥିଲା ପ୍ରେମିକ । ଥାନାରେ ଅଭିଯୋଗ ପରେ ଶେଷରେ ଠକ ପ୍ରେମିକକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ସୁନ୍ଦରଗଡର ରାଉରକେଲା ସହରରେ । ଗିରଫ ଅଭିଯୁକ୍ତ ହେଉଛି ମହମ୍ମଦ ଗୋଲୁ ।

ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳରେ ରହୁଥିବା ଜଣେ ନାବାଳିକା ଝିଅକୁ ମହମ୍ମଦ ଗୋଲୁ ନିଜ ପ୍ରେମ ଜାଲରେ ଫସାଇଥିଲା । ଯୁବକ ଜଣକ ନିଜର ପରିଚୟ ଲୁଚାଇ ନିଜକୁ ବୋଲି କହି ନାବାଳିକାଙ୍କୁ ପ୍ରେମ କରିବସିଥିଲା । ଶେଷରେ ନାବାଳିକା ଜଣଙ୍କୁ ପୂଜା କରିବା ବାହାନାରେ ଘରକୁ ଡାକି ଦୁଷ୍କର୍ମ କରିଥିଲା । ଏହାପରେ ଘଟଣା ସମ୍ପର୍କରେ କାହାକୁ ନକହିବା ପାଇଁ ଧମକ ମଧ୍ୟ ଦେଇଥିଲା । ଭୟରେ ନାବାଳିକା ପୀଡିତା ଜଣଙ୍କ ଘଟଣା ସମ୍ପର୍କରେ କାହାରିକୁ କହିନଥିଲେ । ଶେଷରେ ଗର୍ଭବତୀ ହେବାରୁ ଅଭିଯୁକ୍ତଙ୍କ ଜଣଙ୍କୁ ବିବାହ କରିବାକୁ କହିଥିଲା ନାବାଳିକା । କିନ୍ତୁ ଅଭିଯୁକ୍ତ ଜଣଙ୍କ ଧର୍ମ ଅଲଗା ହୋଇଥିବା କହି ବିବାହ କରିବାକୁ ମନା କରିଦେଇଥିଲା ।

ତେବେ ଗତ ତିନି ଦିନ ତଳେ ପୀଡିତାଙ୍କ ଦେହ ଖରାପ ହେବାରୁ ପରିବାର ଲୋକଙ୍କ ସନ୍ଦେହ ଉପୁଜିଲା । ଏନେଇ ପଚାରିବାରୁ ପରିବାର ସମ୍ମୁଖରେ ପୁରା ଘଟଣା ସମ୍ପର୍କରେ କହିଥିଲା ନାବାଳିକା । ବର୍ତ୍ତମାନ ପୀଡିତା ୬ ମାସର ଗର୍ଭବତୀ ଥିବା ଜଣାପଡିଛି । ଏନେଇ ରାଉରକେଲା ପ୍ଲାଣ୍ଟସାଇଡ଼ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-Human and Shreya Marital Discord: ଆସନ୍ତା ୩୦ରେ ଉଭୟଙ୍କୁ କରାଯିବ କାଉନସେଲିଂ

ଏନେଇ ଜଣେ ସମାଜସେବୀ କହିଛନ୍ତି ଯେ, ''ଯୁବକ ଜଣଙ୍କ ହିନ୍ଦୁ ନାବାଳିକାକୁ ପ୍ରେମ ଜାଲରେ ଫସାଇ ପୂଜା ବାହାନାରେ ଘରକୁ ଡାକି ଦୁଷ୍କର୍ମ କରିଥିଲା । ଏହାପରେ ଏ ବିଷୟରେ କାହାରିକୁ କହିଲେ ଜୀବନରୁ ମାରି ଦେବ ବୋଲି ଧମକ ଦେଇଥିଲା । ଏପରି ଭୟ ଦେଖାଇ ବହୁଦିନ ଧରି ପୀଡିତା ସହ ଶାରୀରିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ । ବର୍ତ୍ତମାନ ନାବାଳିକା ୬ମାସର ଗର୍ଭବତୀ ଅଛି । ''

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.