ETV Bharat / state

ନ୍ୟାୟ ପାଇଁ ସୁନ୍ଦରଗଡ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା

author img

By

Published : Mar 13, 2021, 7:53 AM IST

ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ଜଣେ ମହିଳା । ମହିଳାଙ୍କୁ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା କଥା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ନ୍ୟାୟ ପାଇଁ ସୁନ୍ଦରଗଡ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା
ନ୍ୟାୟ ପାଇଁ ସୁନ୍ଦରଗଡ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ସୁନ୍ଦରଗଡ: ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ଜଣେ ମହିଳା । ମହିଳାଙ୍କୁ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା କଥା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ସଦର ଥାନା ପୋଲିସ ଅଞ୍ଚଳରେ ।

ନ୍ୟାୟ ପାଇଁ ସୁନ୍ଦରଗଡ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ସଦର ପୋଲିସ ମହିଳାଙ୍କ ଅଭିଯୋଗ ନ ଶୁଣିବାରୁ ମହିଳା ଜଣଙ୍କ ସୁନ୍ଦରଗଡ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟଗାଁ ବାବା ଆଶ୍ରମ ଗାଁର ପାର୍ବତୀ ଓରାମଙ୍କୁ ସେହି ଗାଁର ମହେନ୍ଦ୍ର କିଶାନ ନାମକ ଜଣେ ବ୍ୟକ୍ତି ବିନା କାରଣରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଗତ 10 ତାରିଖ ରାତିରେ ମାଡ ମାରିଥିଲେ । ଏପରିକି ମାରଣାସ୍ତ୍ର ଦେଖାଇ ହତ୍ୟା କରିବ ବୋଲି ଧମକ ଦେଇଥିଲା ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ତେବେ ଏନେଇ ସେ ଗତ ଦୁଇଦିନ ଧରି ସଦର ଥାନାକୁ ଦୌଡି ନିରାଶ ହେବା ପରେ ଶୁକ୍ରବାର ଅପରାହ୍ନରେ ସୁନ୍ଦରଗଡ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି । ଏହାସହ କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କୁ ନେଇ ଏସପିଙ୍କ ପାଖରେ ପହଞ୍ଚିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.