ETV Bharat / state

ସୁନ୍ଦରଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ହେଲେ ସାମିଲ

author img

By ETV Bharat Odisha Team

Published : Nov 23, 2023, 12:37 PM IST

ସୁନ୍ଦରଗଡରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

Viksit Bharat Sankalp Yatra
Viksit Bharat Sankalp Yatra

ସୁନ୍ଦରଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ସୁନ୍ଦରଗଡ଼ ଗସ୍ତରେ ଆସି କୁଣ୍ଡୁକେଲାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଉଳି ପଞ୍ଚାୟତର ମହାଦେବ ମୁଣ୍ଡା ଶହେ ଦିନର କାମ କରି ନିଜ ବ୍ୟାଙ୍କ ଖାତା ଜରିଆରେ ମୋଦି ସରକାର ପଠାଉଥିବା ମନରେଗା ଟଙ୍କା ପାଇଛନ୍ତି । ସେ ହିଁ ନୂଆ ଭାରତର ଚେହେରା । ଏହା ହିଁ ନୂଆ ଓ ପ୍ରଗତିଶୀଳ ଭାରତ ଦିଲ୍ଲୀରୁ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଖକୁ ଟଙ୍କା ପଠାଇବାକୁ କାର୍ଯ୍ୟକାରୀ ହୋଇଥିବା ଡିବିଟି ପ୍ରକ୍ରିୟାରେ ପାରଦର୍ଶିତା ଆସିଛି ବୋଲି କହିଥିଲେ ଧର୍ମେନ୍ଦ୍ର ।

ଆୟୋଜିତ ସଭାକୁ ସମ୍ବୋଧନ କରି ଧର୍ମେନ୍ଦ୍ର କହିଥିଲେ,"ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରୁ ରାଞ୍ଜିର ଖୁଣ୍ଟିଠାରୁ ପ୍ରଧାନମନ୍ତ୍ରଙ୍କ ଉପସ୍ଥିତିରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ଦେଶର ସବୁ ଅଞ୍ଚଳକୁ ପ୍ରାରମ୍ଭିକ ଭାବେ ଆଦିବାସୀ ଜିଲ୍ଲା ଗୁଡ଼ିକୁ ଯାଉଛି । ଯେବେ ଠାରୁ ପ୍ରଧାନମନ୍ତ୍ରୀ ଦେଶର ସେବା କରିବାକୁ ଆଶୀର୍ବାଦ ପାଇଲେ ସେବେଠାରୁ ଗରିବ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ପ୍ରୟାସକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏପରି ଅଭିନବ ଉପାୟ ଆପଣା ୟାଇଛି । ଦେଶର ନାଗରିକମାନଙ୍କୁ ଏକାଠି କରି 2047 ସୁଦ୍ଧା ବିଶ୍ବରେ ଦେଶକୁ ଏକ ନମ୍ବର ବା ବିକଶିତ ଦେଶ କରିବା । ତେଣୁ ଆଜିଠୁ ସଂକଳ୍ପ ନେଲେ ଦାସତ୍ବର ମାନସିକତାକୁ କାଢିକି ଦେଶର ଗୌରବକୁ ନେଇ ଭବିଷ୍ୟତ ଗଢ଼ିବାର ବୟସ ଆସିଛି । କୁଣ୍ଡୁକେଲା ଏକ ଐତିହାସିକ ଗାଁ । ଏଠାକାର ପ୍ରଶାସନ ସଫଳ ଆୟୋଜନ କରିଥିଲେ । ମୋଦି ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ପ୍ରକଳ୍ପର ବିଭିନ୍ନ ଲାଭାର୍ଥୀମାନଙ୍କୁ ଭେଟିଲି ।" ମୌଳିକ ସମସ୍ୟା ଉପରେଲୋକେ ମୋତେ ଅବଗତ କରାଇଥିଲେ କେନ୍ଦ୍ରମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝରରେ 'ବିକଶିତ ଭାରତ ସଂକଳ୍ପ ଯାତ୍ରା'ର ଶୁଭାରମ୍ଭ କଲେ ରାଜ୍ୟପାଳ

ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମିର ବିକାଶ ପାଇଁ ମୋଦି ସରକାର ଓଡ଼ିଶାକୁ ବିଗତ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଦେଇଛନ୍ତି । ମୋଦି ସରକାର ଓଡ଼ିଶା ଆବାସ ଯୋଜନାରେ ୩୨ ଲକ୍ଷ ଘର, ୭୭ ଲକ୍ଷ ଶୌଚାଳୟ ଯୋଗାଇଦେବା ସହ ଉଜ୍ବଳା ଯୋଜନାରେ ରାଜ୍ୟରେ ୫୩ ଲକ୍ଷ ଗରିବ ମାଆଙ୍କ ଘରେ ଗ୍ୟାସ ସଂଯୋଗ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାକୁ ଡିଏମଏଫରେ ବାର୍ଷିକ ୧୨ ଶହ କୋଟି ଟଙ୍କା ଆସୁଛି । ଏହା ଛଡ଼ା ଆଦିବାସୀଙ୍କ ଉତ୍ପାଦିତ ମାଣ୍ଡିଆର ପ୍ରଚାରପ୍ରସାର କରାଯାଉଛି ବୋଲି କହିଥିଲେ ଧର୍ମେନ୍ଦ୍ର ।

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଉପସ୍ଥିତ ଲୋକଙ୍କୁ ସଂକଳ୍ପ କରାଇଥିଲେ ଧର୍ମେନ୍ଦ୍ର । ଏହାସହ କେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଲାଭାର୍ଥୀମାନଙ୍କୁ ଭେଟିଥିଲେ । ସଭାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଭୋଇ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ସୁନ୍ଦରଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁବ୍ରତ ମାଝୀ ପ୍ରମୁଖ ବିକଶିତ ଭାରତ ଉପରେ ଆଲୋଚନା କରିଥିଲେ । ସୁନ୍ଦରଗଡ଼ରେ ପହଞ୍ଚିବା ପରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ କୁଣ୍ଡୁକେଲା ସଭାସ୍ଥଳକୁ ଆସିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପ୍ରଥମେ ସଭାସ୍ଥଳର ପ୍ରଦର୍ଶିତ ଷ୍ଟଲ୍ ବୁଲି ଦେଖ‌ିବା ସହ ଚାରାରୋପଣ କରିଥିଲେ ଧର୍ମେନ୍ଦ୍ର ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.