ETV Bharat / state

ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା ଘଟଣା, ୭ ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Apr 30, 2023, 11:11 AM IST

ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ । ଟଙ୍କା ପାଇଁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା ଘଟଣା
ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା ଘଟଣା

ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା ଘଟଣା

ରାଉରକେଲା: ସୁନ୍ଦରଗଡ଼ ଲେଫ୍ରିପଡାରେ ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା ମାମଲା । ୧୬ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ପୋଲିସ । ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା ପୋଲିସ । ଏନେଇ ଗତକାଲି(ଶନିବାର) ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।

ସୂଚନାଅନୁସାରେ, ଗତ ଏପ୍ରିଲ ୧୩ ତାରିଖ ଦିନ ଜଣେ ଛେଳି ବେପାରୀଙ୍କ ଉପରକୁ ଲୁଟ କରିବାକୁ ନେଇ ଗୁଳି କରି ହତ୍ୟା କରାଯାଇଥିଲା । ଛେଳି ବ୍ୟବସାୟୀ ବେପାରକୁ ଯାଉଥିବା ବେଳେ ଘଟିଥିଲା ଅଘଟଣ । ରାସ୍ତାରେ ଯାଉଥିବା ବେଳେ ଗୁଳି ଫୁଟାଇ ବେପାରୀଙ୍କ ଜୀବନ ନେଇଥିଲେ ଦୁର୍ବୃତ୍ତ । ଲୁଟ କରିବାକୁ ଯାଇ ଛେଳି ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା ଅଭିଯୋଗ ହୋଇଥିଲା । ଏଭଳି ଘଟଣା ଘଟିଥିଲା ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା ଅଞ୍ଚଳରେ । ଏପ୍ରିଲ ୧୩ ତାରିଖ ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଥିଲା । ଛେଳି ବେପାରୀ ପ୍ରଭାତ ନାଏକ ବେପାର କରିବା ପାଇଁ ଯାଉଥିବା ବେଳେ କିଛି ଜଣ ଦୁର୍ବୃତ୍ତଙ୍କ ଦ୍ଵାରା ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା । ପ୍ରଭାତ ଝାରସୁଗୁଡା ଜିଲ୍ଲାର ହୋଇଥିବାବେଳେ ଶରଧାପାଲ୍ଲୀ ଅଞ୍ଚଳରେ ରହି ଛେଳି ବେପାର କରୁଥିଲେ । ତେବେ ଏହି ଘଟଣାରେ ସାମିଲ ଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା, ୯ ଲକ୍ଷ ଲୁଟି ଫେରାର୍ ଦୁର୍ବୃତ୍ତ

ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨ ବାଇକ, ୨ ଦେଶୀ ପିସ୍ତଲ, ୬ ରାଉଣ୍ଡ ଜୀବନ୍ତ ଗୁଳି, ଭୁଜାଲି, ୭ ମୋବାଇଲ ଏବଂ ନଗଦ ୯୫୦୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ଭଷ୍ମା ଥାନା ଚଉଁରଢାଲ ଗାଁର ସୁଧୀର କିସାନ, ରାଜଗାଙ୍ଗପୁର ଥାନା ଗୁଢିଆଲି ଗାଁ ପ୍ରମୋଦ ମାଝୀ, ସୁଜିତ୍ ମାଝୀ, ପ୍ରଦୀପ ସିଂ, ଝାଡ଼ଖଣ୍ଡ ଗୁମଲାର ଖେଶ୍ବର ଗୋପ, ଅରୁଣ ଓରାମ, ରାଇବଗା ଥାନା ସଲଙ୍ଗାବାହାଲର ମହାନ୍ତି ବଡାଇକ । ଏନେଇ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି । ସମସ୍ତଙ୍କ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସ୍କିଲ୍‌କାର୍ଟ ସହ ମୋ କଲେଜର ଏମଓୟୁ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଦିଆଯିବ ପ୍ରଶିକ୍ଷଣ

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.