ETV Bharat / state

ଆମ ଓଡ଼ିଶା ନବୀନ ଓଡ଼ିଶାକୁ ବିରୋଧ, ସରପଞ୍ଚ ଓ ସମିତିସଭ୍ୟଙ୍କ ସାମୁହିକ ବର୍ଜନ

author img

By ETV Bharat Odisha Team

Published : Nov 8, 2023, 5:41 PM IST

ଆମ ଓଡ଼ିଶା ନବୀନ ଓଡିଶା ପ୍ରକଳ୍ପକୁ ସାମୁହିକ ବର୍ଜନ । ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ବିକ୍ଷୋଭ ପଦର୍ଶନ କଲା ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଙ୍ଘ । ଅଧିକ ପଢ଼ନ୍ତୁ

ଆମ ଓଡ଼ିଶା ଓ ନବୀନ ଓଡ଼ଶାକୁ ବିରୋଧ
ଆମ ଓଡ଼ିଶା ଓ ନବୀନ ଓଡ଼ଶାକୁ ବିରୋଧ

ଆମ ଓଡ଼ିଶା ଓ ନବୀନ ଓଡ଼ଶାକୁ ବିରୋଧ

ରାଉରକେଲା: ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଙ୍ଘ । ସରପଞ୍ଚ ଏବଂ ସମିତିସଭ୍ୟମାନେ ଏକାଠି ହୋଇ ରାଜ୍ୟ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବଣାଇ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ରାଜ୍ୟ ସରକାରଙ୍କ ନୀତିକୁ ଏବଂ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାକୁ ବିରୋଧ କରିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ଜୋରଦାର ବିରୋଧ କଲେ ସରପଞ୍ଚ ଏବଂ ସମିତିସଭ୍ୟ । ସୁନ୍ଦରଗଡ଼ରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ସରପଞ୍ଚ ଏବଂ ସମିତିସଭ୍ୟ ସମୂହ ବର୍ଜନ କରିଛନ୍ତି । ସରକାରଙ୍କ ପ୍ରକଳ୍ପକୁ ବର୍ଜନ କରାଯିବା ପଛରେ ଅନେକ ପ୍ରମୁଖ କାରଣକୁ ଦାୟୀ କରିଛି ସଂଘ । ତେବେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ବର୍ଜନର ପ୍ରାଥମିକ କାରଣ ଥିଲା ଏହା ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟରେ ପରିଣତ କରିବା ପାଇଁ ରୀତିମତ ଚେଷ୍ଟା ଚଳାଇବା । ଏହା ଶାସକ ଦଳ ରାଜ୍ୟର ବିଭିନ୍ନ ପ୍ରକଳ୍ପ ଉପରେ ଦଳୀୟ କାର୍ଯ୍ୟକ୍ରମ କରିବାର ନୀତିକୁ ଦର୍ଶାଉଛି ବୋଲି କହିଛି ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଙ୍ଘ ।

ଏହା ମଧ୍ୟ ପଢ଼ନ୍ତୁ.......Ama Odisha Nabin Odisha: ‘ମୋ ଓଡିଶା ନବୀନ ଓଡିଶା ପଛରେ RSS ଚିନ୍ତାଧାରା କି ?’

ଏହି ବର୍ଜନ ପଛର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ସରପଞ୍ଚ, ସମିତି ସଭ୍ୟ ଓ ସାଧାରଣ ଜନତାଙ୍କୁ ଅବହେଳା କରାଯିବା । ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ପାଇଁ ପାଣ୍ଠି ଦିଆଯାଉଛି । କିନ୍ତୁ ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି ? କାହିଁକି ଗ୍ରାମସଭା ମାଧ୍ୟମରେ ଯୋଜନା ପ୍ରସ୍ତୁତ ହେଉନି ? ବୋଲି ପ୍ରଶ୍ନ କରିଛନ୍ତି ସରପଞ୍ଚ ସଂଘ । କେବଳ ସେତିକି ନୁହେଁ, ଯେଉଁ ପ୍ରକଳ୍ପ ଗୁଡ଼ିକୁ ଲୋକେ ଗଣତାନ୍ତ୍ରିକ ପଦ୍ଧତିରେ ଗ୍ରାମସଭାରେ ଅନୁମୋଦନ କରିସାରିଛନ୍ତି, ସେ ସବୁକୁ ରାଜ୍ୟ ସରକାର ଜାଣିଶୁଣି ଅବହେଳା କରୁଛନ୍ତି । ତୃଣମୂଳସ୍ତରର ଗଣତନ୍ତ୍ରର ନୀତିକୁ ଏହା ଅବମାନନା କରିବା ସହ ଲୋକଙ୍କ ହିତସାଧନ ପାଇଁ ସରକାରଙ୍କ ଉପରେ ରଖାଯାଇଥିବା ଭରସାକୁ ଏହା ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛି ସରପଞ୍ଚ ସଙ୍ଘ ।

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ବ୍ୟାପକ ଭାବେ ବର୍ଜନ କରିବା ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଏକ ଉଲ୍ଲେଖନୀୟ ଘଟଣା । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା, ସ୍ଥାନୀୟ ସମ୍ପ୍ରଦାୟର ସ୍ୱରକୁ ସମ୍ମାନ ଦେବା, ସରକାରୀ କାର୍ଯ୍ୟ ଏବଂ ରାଜନୈତିକ ଦଳ କାର୍ଯ୍ୟକଳାପ ମଧ୍ୟରେ ଏକ ସ୍ପଷ୍ଟ ସୀମା ନିର୍ଦ୍ଧାରଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିବ ବୋଲି ଆଶା କରିଛି ସରପଞ୍ଚ ସଙ୍ଘ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.