ETV Bharat / state

ଏସପି ଦେଖାଇଲେ ମଣିଷପଣିଆ, ଗୁରୁତରଙ୍କୁ ଗାଡ଼ିରେ ନେଲେ ମେଡ଼ିକାଲ

author img

By

Published : Sep 11, 2019, 8:12 PM IST

ସଭିଙ୍କ ମୁହଁରେ ସୌମ୍ୟାଙ୍କ ପ୍ରଶଂସା । ସତରେ ସେ ହିଁ ବୁଝିଛନ୍ତି ମଣିଷର ମୂଲ୍ୟବୋଧ । ବିଭିନ୍ନ ନିଷ୍ପତି ଓ କର୍ତବ୍ୟ ପରାୟଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର । ମଙ୍ଗଳବାର ଏସପିଙ୍କ ଆଉ ଏକ କାର୍ଯ୍ୟ ଜିଲ୍ଲାରେ ଚର୍ଚ୍ଚା ପାଲଟିଛି । ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିବା ବ୍ୟକ୍ତିକୁ ପୋଲିସ ଗାଡ଼ିରେ ମେଡ଼ିକାଲ ନେଇଛନ୍ତି ଏସପି । ନିଜ ଜୀବନ ରକ୍ଷା ପାଇଁ ବ୍ୟବହାର ହେଉଥିବା ଜ୍ୟାକେଟକୁ ଷ୍ଟ୍ରେଚର ରୂପେ ବ୍ୟବହାର କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ପୋଲିସ ହେବତ ଏମିତି । ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର ସବୁବେଳେ ରହି ଆସିଛନ୍ତି ଚର୍ଚ୍ଚାରେ । କେତେବେଳେ ପୋଲିସର ମାତ୍ରାଧିକ ବଳ ପ୍ରୟୋଗକୁ ନେଇ ତ ଆଉ କେତେବେଳେ ନିଜର କର୍ତ୍ୟବନିଷ୍ଠ ଉଦ୍ୟମ ଲାଗି । କିନ୍ତୁ ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ପଡ଼ିଥିବା ବ୍ୟକ୍ତିକୁ ପୋଲିସ ଗାଡ଼ିରେ ମେଡ଼ିକାଲ ନେଇଛନ୍ତି ଏସପି । ସୌମ୍ୟାଙ୍କର ଏପରି ହୃଦୟବାନ କାର୍ଯ୍ୟ ପାଇଁ ଚାରିଆଡ଼ୁ ଛୁଟୁଛି ସାବାସୀର ସୁଅ । ରାଉରକେଲା ସମେତ ସୁନ୍ଦରଗଡ ବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ଏସପି ସୌମ୍ୟା ମିଶ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ମଙ୍ଗଲବାର ପୋଲିସ ଗାଡ଼ିରେ ସୁନ୍ଦରଗଡ଼ରୁ ରାଜଗାଙ୍ଗପୁର ଆସୁଥିଲେ ସୌମ୍ୟା । କୁତ୍ରା ନିକଟ ବିଜୁ ଏକ୍ସପ୍ରେସରେ ସେହି ସମୟରେ ଏକ ସାଇକେଲ ଅରୋହୀଙ୍କୁ ଧକ୍କା ଦେଇଥିଲା ବାଇକ । ଫଳରେ ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ଛଟପଟ ହେଉଥିଲେ ସାଇକେଲ ଆରୋହୀ । ହାଇୱେରେ ଅନେକ ଯାତ୍ରୀ ଯାଉଥିବା ସତ୍ତ୍ବେ କେହି ସାହାଯ୍ୟ କରିନଥିଲେ ।

ଏହି ସମୟରେ ସେଠାରେ ଏସ ପି ସୌମ୍ୟା ମିଶ୍ର ପହଞ୍ଚି ନିଜ ସରକାରୀ ପୋଲିସ ଗାଡ଼ିରେ ଆହତ ରାଜେନ୍ଦ୍ରକୁ ଚିକତ୍ସା ଲାଗି ନେଇଥିଲେ ରାଜଗାଙ୍ଗପୁର ହସ୍ପିଟାଲ । ଏପରିକି ପୋଲିସ ନିଜ ପୋଷାକ ଉପରେ ଯେଉଁ ରକ୍ଷା ଜ୍ୟାକେଟ ପିନ୍ଧିଥାଏ ତାକୁ ଷ୍ଟ୍ରେଚର ଭାବେ ବ୍ୟବହାର କରିଥିଲେ । ପ୍ରଥମେ ନିଜ ଗାଡ଼ିରେ କୁତ୍ରା ହସ୍ପିଟାଲ ଆଣି ପରେ ରାଜଗଙ୍ଗପୁର ଆଣିଥିଲେ । ସେଠାରେ ଚିକିତ୍ସା ସମୟରେ ରାଜେନ୍ଦ୍ରଙ୍କର ମୃତ୍ୟ ହୋଇଥିବାବେଳେ, ଦୁଇ ବାଇକ ଅରୋହୀ ରାଉରକେଲା ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଦୁର୍ଘଟଣାରେ ଆହତଙ୍କୁ ତତ୍କାଳ ସାହାଯ୍ୟ କରିବା କେତେ ଜରୁରୀ ସେ ବାର୍ତ୍ତା ଦେଇଥିଲେ ଏସ ପି ସୌମ୍ୟା ମିଶ୍ର । ପୋଲିସ ଏସପି ଙ୍କ ଏହି କାର୍ଯ୍ୟ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସାଜିଥିବାବେଳେ ସଭିଙ୍କ ମୁହଁରେ ସୌମ୍ୟାଙ୍କ ପ୍ରଶଂସା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ପୋଲିସ ହେବତ ଏମିତି । ସୁନ୍ଦରଗଡ ଏସ ପି ସୌମ୍ୟା ମିଶ୍ର ସବୁବେଳେ ରହନ୍ତି ଚର୍ଚ୍ଚାରେ । କେତେବେଳେ ପୋଲିସ ର ମାତ୍ରାଧିକ ବଳ ପ୍ରୟୋଗ କୁ ନେଇ ତ କେତେବେଳେ ନିଜର ଭଲ କାମ ଲାଗି । କିନ୍ତୁ ମଙ୍ଗଳବାର ଅପରାହ୍ଣ ରେ ସେ ଏପରି ଏକ କାମ କରିଛନ୍ତି ଯେ ରାଉରକେଲା ସମେତ ସୁନ୍ଦରଗଡ ବାସୀଙ୍କ ପ୍ରଶଂସା ର ପାତ୍ର ହୋଇଛନ୍ତି । ଏସ ପି ସୌମ୍ୟା ମିଶ୍ର ସୁନ୍ଦରଗଡ଼ ରୁ ରାଜଗାଙ୍ଗପୁର ଆସୁଥିଲେ ନିଜ ସରକାରୀ ପୋଲିସ ଗାଡ଼ିରେ । କୁତ୍ରା ନିକଟ ବିଜୁ expressway ରେ ସେହି ସମୟରେ ଏକ ବାଇକ ଧକ୍କା ଦେଇଥିଲା ଜଣେ ସାଇକେଲ ଅରୋହୀଙ୍କୁ ।
Body:
ବାଇକ ଧକ୍କାରେ ସାଇକେଲ ଅରୋହି ରାଜେନ୍ଦ୍ର କିସପେଟା ଗୁରୁତର ଆହତ ହୋଇ highway ରେ ପଡ଼ିଥିଲେ ମଧ୍ୟ କୌଣସି ଗାଡି ସାହାଯ୍ୟ ଲାଗି ରହି ନଥିଲା । ଏହି ସମୟରେ ସେଠାରେ ଏସ ପି ସୌମ୍ୟା ମିଶ୍ର ପହଞ୍ଚି ନିଜ ସରକାରୀ ପୋଲିସ ଗାଡ଼ିରେ ଆହତ ରାଜେନ୍ଦ୍ର କୁ ଚିକତ୍ସା ଲାଗି ନେଇଥିଲେ ରାଜଗାଙ୍ଗପୁର ହସ୍ପିଟାଲ । ଏପରିକି ପୋଲିସ ନିଜ ପୋଷାକ ଉପରେ ଯେଉଁ ରକ୍ଷା ଜ୍ୟାକେଟ ପିନ୍ଧିଥାଏ ତାକୁ ଷ୍ଟ୍ରେଚର ଭାବେ ବ୍ୟବହାରରେ ଆଣିଲେ ।ପ୍ରଥମେ ନିଜ ଗାଡ଼ିରେ କୁତ୍ରା ହସ୍ପିଟାଲ ଆଣି ପରେ ରାଜଗଙ୍ଗପୁର ଆଣିଥିଲେ । ସେଠାରେ ଚିକିତ୍ସା ସମୟରେ ରାଜେନ୍ଦ୍ର ମୃତ୍ୟ ବରଣ କରିଥିଲେ , କିନ୍ତୁ ଦୁର୍ଘଟଣାରେ ଆହତଙ୍କୁ ତତ୍କାଳ ସାହାଯ୍ୟ କରିବା କେତେ ଜରୁରୀ ସେ ବାର୍ତ୍ତା ଦେଇଥିଲେ ଏସ ପି ସୌମ୍ୟା ମିଶ୍ର ।
Conclusion: ଅନ୍ୟ ଦୁଇ ବାଇକ ଅରୋହି ରାଉରକେଲା IGH ରେ ଚିକିଶ୍ଚିତ ହେଉଛନ୍ତି । ପୋଲିସ ଏସ ପି ଙ୍କ ଏହି କାର୍ଯ୍ୟ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.