ETV Bharat / state

ରାଉରକେଲା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଅଫିସ ସମ୍ମୁଖରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

author img

By ETV Bharat Odisha Team

Published : Sep 13, 2023, 8:00 AM IST

ଷଷ୍ଠ ଦିନରେ ରାଜ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଧାରଣା । ରାଜ୍ୟ ସରକାରଙ୍କ ଶିକ୍ଷକ ବିରୋଧୀ ନୀତିକୁ ନେଇ ସାରା ରାଜ୍ୟରେ ଜୋରଦାର ହେଉଛି ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ପଞ୍ଚମ ଦିନରେ ଶିକ୍ଷକ ଆନ୍ଦୋଳନ
ପଞ୍ଚମ ଦିନରେ ଶିକ୍ଷକ ଆନ୍ଦୋଳନ

ଶିକ୍ଷକଙ୍କ ଆନ୍ଦୋଳନ ଜାରି

ରାଉରକେଲା: ଷଷ୍ଠ ଦିନରେ ରାଜ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଧାରଣା । ରାଜ୍ୟ ସରକାରଙ୍କ ଶିକ୍ଷକ ବିରୋଧୀ ନୀତିକୁ ନେଇ ସାରା ରାଜ୍ୟରେ ଜୋରଦାର ହେଉଛି ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଆନ୍ଦୋଳନ । ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରୁଛନ୍ତି ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ । ତେବେ ରାଉରକେଲା ଗୋଷ୍ଠୀ ଶିକ୍ଷାଅଧିକାରୀ ଅଫିସ ସମ୍ମୁଖରେ ଆନ୍ଦୋଳନରେ ବସି ରହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍‌ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ।

ସେମାନଙ୍କ ଦାବି ମୁତାବକ, ନୂତନ ପେନସନ ସ୍କିମ୍ ଉଚ୍ଛେଦ ହେଉ । ପୁରୁଣା ଅନୁସାରେ ପେନସନ୍ ଦିଆଯାଉ । ଏହାସହ ଗ୍ରେଡ୍‌ ପେ' ୪୨୦୦ କରାଯିବା ସହ ଶିକ୍ଷାଦାତାଙ୍କୁ ନିୟମିତ କରାଯାଉ । ଧାରଣାରତ ଶିକ୍ଷକଙ୍କ କହିବା ଅନୁଯାୟୀ, ସେମାନଙ୍କୁ ପ୍ରଥମେ ଠିକା ଭାବେ ନିଯୁକ୍ତି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ରେଗୁଲାର ଭାବରେ ନିଯୁକ୍ତି ପ୍ରଦାନ କରାଗଲା । ତେବେ ବର୍ତ୍ତମାନ ରେଗୁଲାର ହେବା ପରେ ସମୟ ଅନୁସାରେ ବର୍ଦ୍ଧିତ ଦରମା ପ୍ରଦାନ କରାଯିବା ଉଚିତ୍‌ । ନୂତନ ପେନସନ୍ ଯୋଜନାକୁ ଉଚ୍ଛେଦ କରି ପୂର୍ବ ପରି ପେନସନ୍ ଯୋଜନାରେ ସାମିଲ କରିବା । ଗଣଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ସହ ଏକ୍ସ କ୍ୟାଡର ଉଚ୍ଛେଦ କରିବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଧାରଣା ସ୍ଥଳରେ ଅଚେତ ହେଲେ ଶିକ୍ଷକ, ଆନ୍ଦୋଳନ ଯୋଗୁଁ ପାଠପଢ଼ାରେ ବାଧାପ୍ରାପ୍ତ

ସେପଟେ ୨୦୦୫ ମସିହାରୁ ସରକାର ନୂତନ ପେନସନ୍ ସ୍କ୍ରିମ୍ ଲାଗୁ କରିଛନ୍ତି । ଏହି ଯୋଜନାରେ ପୂର୍ବପରି ଅବସରପ୍ରାପ୍ତ ଶିକ୍ଷକମାନେ ପେନସନ୍ ପାଇବେ ନାହିଁ । ୨୦୦୫ ମସିହା ପରେ ସ୍ଥାୟୀ ନିଯୁକ୍ତି ପାଇଥବା ଶିକ୍ଷକମାନେ ଏହାକୁ ବିରୋଧ କରି ଗତ ୮ ତାରିଖରୁ ଧାରଣା ଦେଇଛନ୍ତି । ଶିକ୍ଷକମାନେ ଧାରଣାରେ ବସିଥିବାରୁ ବିଶ୍ରା ବ୍ଳକର ୨୧୦ ସ୍କୁଲରେ ଶିକ୍ଷାଦାନ ପ୍ରଭାବିତ ହୋଇଛି । ଏହି ଧାରଣାରେ ବିଶ୍ରା ବ୍ଲକ୍‌ର ୨୧୦ଟି ବିଦ୍ୟାଳୟର ମୋଟ ୪୪୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଏପରି ସ୍କୁଲ୍ ରହିଛି ଯେଉଁଠି ଆବଶ୍ୟକ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇନାହାନ୍ତି । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣରେ ବସିବା ଦ୍ଵାରା ଏବେ ସ୍କୁଲ୍‌ରେ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇଛି । ସେପଟେ ଯେଉଁ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଅଛନ୍ତି ସେମାନେ ଯେପରି ଏହି ଅଭାବକୁ ପୂରଣ କରିବେ ସେନେଇ ନିର୍ଦ୍ଦେଶ ଦିଅଯାଇଛି । ପାଠ ପଢ଼ାକୁ ବନ୍ଦ କରି ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ । ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଶିକ୍ଷକମାନେ ଧାରଣା ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.