ETV Bharat / state

ଅଜଣା ରୋଗ ୨ ଶିଶୁଙ୍କ ମୃତ୍ୟୁ ଘଟଣା, ଦମାଲୁ ଗାଁରେ ତଦନ୍ତ କଲା ମେଡିକାଲ ଟିମ

author img

By

Published : Sep 23, 2021, 2:05 PM IST

ଦମାଲୁ ଗ୍ରାମରେ ଅଜଣା ରୋଗ ସନ୍ଧାନରେ ମେଡିକାଲ ଟିମ । ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହ ଲହୁଣୀପଡା ମେଡିକାଲ ଅଫିସର ଗ୍ରାଉଣ୍ଡ ଜିରୋରେ । ଅଧିକ ପଢନ୍ତୁ...

ଦମାଲୁ ଗ୍ରାମରେ ଅଜଣା ରୋଗ ୨ଶିଶୁଙ୍କ ମୃତ୍ୟୁ ଘଟଣା,  ସନ୍ଧାନ କଲା ମେଡିକାଲ ଟିମ
ଦମାଲୁ ଗ୍ରାମରେ ଅଜଣା ରୋଗ ୨ଶିଶୁଙ୍କ ମୃତ୍ୟୁ ଘଟଣା, ସନ୍ଧାନ କଲା ମେଡିକାଲ ଟିମଦମାଲୁ ଗ୍ରାମରେ ଅଜଣା ରୋଗ ୨ଶିଶୁଙ୍କ ମୃତ୍ୟୁ ଘଟଣା, ସନ୍ଧାନ କଲା ମେଡିକାଲ ଟିମ

ସୁନ୍ଦରଗଡ: ଜିଲ୍ଲାର ଦମାଲୁ ଗ୍ରାମରେ ଅଜଣା ରୋଗ ଆତଙ୍କ । ଅନୁଧ୍ୟାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲା ମେଡିକାଲ ଟିମ୍ । ଗତ ୨୧ତାରିଖ ଦିନ ଜିଲ୍ଲାର ଦମାଲୁ ଗ୍ରାମରେ ଦୁଇ ଦୁଇ ଜଣ ନିଷ୍ପାପ ଶିଶୁଙ୍କର ଅଜଣା ରୋଗରେ ଜୀବନ ଯାଇଥିଲା । ଏଥି ସହ ମୃତ ଶିଶୁଙ୍କର ମା’ ଓ ଦେଢ ବର୍ଷ ବୟସର ସାନ ଭାଇ ଗୁରୁତର ଅବସ୍ଥାରେ ଲହୁଣୀପଡା ଚିକିତ୍ସାଳୟରେ ଭର୍ତ୍ତି ହେବା ସାରା ଅଞ୍ଚଳକୁ ସ୍ତବ୍ଧ କରିଥିଲା । ଏନେଇ ଖବର ପ୍ରସାରଣ ପରେ ଗତକାଲି ସୁନ୍ଦରଗଡ ମୁଖ୍ୟ ଜିଲ୍ଲା ଚିକିତ୍ସାଧୀକାରୀ ଡାକ୍ତର ସରୋଜ କୁମାର ମିଶ୍ର , ଲହୁଣୀପଡା ମେଡିକାଲ ଅଫିସର ଡାକ୍ତର ଚିନ୍ମୟ କୁମାର ସାହୁ ଓ କେତେକ ମେଡିକାଲ ଷ୍ଟାଫ୍ ଦମାଲୁରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ ।

ଦମାଲୁ ଗ୍ରାମରେ ଅଜଣା ରୋଗ ୨ଶିଶୁଙ୍କ ମୃତ୍ୟୁ ଘଟଣା, ସନ୍ଧାନ କଲା ମେଡିକାଲ ଟିମ

ହେଲେ ଏନେଇ କିଛି ନିର୍ଯ୍ୟାସ ବାହାରି ନଥିବା ବେଳେ ମୃତକଙ୍କ ଦେହର କିଛି ଅଂଶକୁ ଡାକ୍ତରୀ ପରୀକ୍ଷା ନିରୀକ୍ଷା ପାଇଁ ପଠାଯାଇଥିବା କଥା ଲହୁଣୀପଡା ମେଡିକାଲ ଅଫିସର କହିଛନ୍ତି । ତେବେ ଅସୁସ୍ଥ ହୋଇଥିବା ମା’ ଓ ଶିଶୁ ପିୁତ୍ରଙ୍କ ନିକଟରେ ଜ୍ୱର ଥିବା ବେଳେ ସେମାନଙ୍କ ଅବସ୍ଥାରେ ସୁଧାର ଆସୁଥିବା କଥା ଜଣାପଡିଛି । ତେବେ ଏହି ଅଭାବନୀୟ ଘଟଣା ଘଟିଥିଲେ ମଧ୍ୟ ସଂପୃକ୍ତ ପରିବାରର କେହି ଘଟଣା ଘଟିବା ପୂର୍ବରୁ ଡାକ୍ତରଖାନା କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇ ନଥିବା କଥା ଲହୁଣୀପଡା ମେଡିକାଲ ଅଫିସର କହିଛନ୍ତି । ତେବେ ମୃତ୍ୟୁର କାରଣ ଜଣାପଡିନଥିଲେ ମଧ୍ୟ ଘରୋଇ ଚିକିତ୍ସା ବା ରୋଗ ନ ଚିହ୍ନି ଚିକିତ୍ସା କରାଇବା ଓ ଅନ୍ଧ ବିଶ୍ୱାସର ସହାୟତା ନେବା ରୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟତମ କାରଣ ବୋଲି ଜଣା ପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.