ETV Bharat / state

ରାଉରକେଲାରେ ମିଳିତ ଟ୍ରେଡ଼ ୟୁନିୟନର ଶ୍ରମ ଅଫିସ ଘେରାଉ

author img

By

Published : Dec 8, 2022, 3:53 PM IST

ଶ୍ରମ ବିଭାଗ ଅଫିସ ଘେରିଲେ ଶ୍ରମିକ । ବିଭିନ୍ନ ଦାବି ନେଇ ରାଉରକେଲା ଶ୍ରମ ବିଭାଗ ଅଫିସ ଘେରିଲା ମିଳିତ ଟ୍ରେଡ଼ ୟୁନିୟନ । ଅଧିକ ପଢ଼ନ୍ତୁ

labour protest in front of rourkela labour office over various demand
ବିଭିନ୍ନ ଦାବି ନେଇ ରାଉରକେଲା ଶ୍ରମ ବିଭାଗ ଅଫିସ ଘେରିଲେ ଶ୍ରମିକ

ରାଉରକେଲା: ଶ୍ରମ ବିଭାଗ ଅଫିସ ଘେରିଲେ ଶ୍ରମିକ । ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ ଦାବି ନେଇ ରାଉରକେଲା ଶ୍ରମ ବିଭାଗ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଉରକେଲା ମହାନଗର ନିଗମରୁ ରାଲି ଯୋଗେ ରାଉରକେଲା ଜିଲ୍ଲା ଶ୍ରମ ବିଭାଗ ଅଫିସ ପହଞ୍ଚି ଘେରାଉ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଥିଲେ ।

ରାଉରକେଲାରେ ମିଳିତ ଟ୍ରେଡ଼ ୟୁନିୟନର ଶ୍ରମ ଅଫିସ ଘେରାଉ

ବାରମ୍ବାର ଶ୍ରମ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ହୋଇ ପାରିନଥିବା ସେମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନକୁ ଅନ୍ୟାନ୍ୟ ଆଇନ ସହ ମିଶ୍ରଣ ଯୋଜନାକୁ ପ୍ରତ୍ୟାହାର କରିବା । ଶ୍ରମିକ ମାନଙ୍କ ପଞ୍ଜିକରଣ ଓ ନବୀକରଣ ପାଇଁ କେବଳ ମାତ୍ର ଅନଲାଇନରେ କରା ନଯାଇ ଅଫ ଲାଇନ ବ୍ୟବସ୍ଥା ଚାଲୁ କରିବା ।

ଜିଲ୍ଲାରେ ଦାଖଲ ସମସ୍ତ ଦରଖାସ୍ତ ଗୁଡିକ ଯାଞ୍ଚ କରି ପଞ୍ଜିକରଣ କରିବା ସହ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସହାୟତାକୁ ତୁରନ୍ତ ନିର୍ମାଣ ଶ୍ରମିକଙ୍କୁ ଦିଆଯିବାକୁ ଦାବି ହୋଇଛି । ସେହପରି ଆବେଦନ ହୋଇଥିବା ମୃତ୍ୟୁ କାଳୀନ ସହାୟତା ମଧ୍ୟ ତୁରନ୍ତ ପ୍ରଦାନ କରାଯିବା ଦାବିକୁ ନେଇ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଥାଶୀଘ୍ର ଶ୍ରମିକଙ୍କ ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ବିଶାଳ ଆନ୍ଦୋଳନ କରାଯିବ ବୋଲି ମିଳିତ ଟ୍ରେଡ଼ ୟୁନିୟନ ଚେତାବନୀ ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.