ETV Bharat / state

ସମସ୍ୟା ଘେରରେ ଝିରପାଣି ଗାଁ: ନା ଅଛି ରାସ୍ତା ନା ପାନୀୟ ଜଳ ସୁବିଧା

author img

By

Published : Jun 29, 2023, 7:55 AM IST

ଖଣି ବହୁଳ ଅଞ୍ଚଳ ହେଉଛି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳରେ ଅନେକ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ । ଗାଁକୁ ଭଲ ରାସ୍ତା ନଥିବାବେଳେ ବିଶୁଦ୍ଧ ପାନୀୟ ଜଳ ପାଉନାହାନ୍ତି ଲୋକେ । ଏହାସହ ବିଦ୍ୟୁତ ସମସ୍ୟା ଲାଗି ରହିଥିବାବେଳେ ଅଞ୍ଚଳକୁ ଆସୁନି ନେଟୱାର୍କ । ଅଧିକ ପଢନ୍ତୁ

ଅବହେଳିତ ଖଣିବହୁଳ ଅଞ୍ଚଳର ଗାଁ ଝିରପାଣି
ଅବହେଳିତ ଖଣିବହୁଳ ଅଞ୍ଚଳର ଗାଁ ଝିରପାଣି

ଅବହେଳିତ ଖଣିବହୁଳ ଅଞ୍ଚଳର ଗାଁ ଝିରପାଣି

ସୁନ୍ଦରଗଡ଼: କୋଇଡା ବ୍ଲକ କାଲଟା ପଞ୍ଚାୟତ ଝିରପାଣି ଗ୍ରାମରେ ନାହିଁ ମୌଳିକ ସୁବିଧା । ଖଣି ବହୁଳ ଅଞ୍ଚଳ ହେଉଛି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳରେ ଏପରି ଅନେକ ଗ୍ରାମ ରହିଛି ଯେଉଁଠି ସରକାରୀ ଯୋଜନା ଅପହଞ୍ଚ । ଗାଁକୁ ଭଲ ରାସ୍ତା ନଥିବାବେଳେ ପାନୀୟ ଜଳ ସୁବିଧା ମଧ୍ୟ ନାହିଁ । ଆଜିର ମୋବାଇଲ ଯୁଗରେ ବି ଏଠାରେ ନେଟୱାର୍କ ନାହିଁ । ଅଞ୍ଚଳରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବାବେଳେ ପିଇବା ପାଇଁ ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ ।

ସୀମାନ୍ତବର୍ତ୍ତୀ ଏହି ଗ୍ରାମର ମାତ୍ର ୫ କିଲୋମିଟର ଅତିକ୍ରମ କଲେ ଆସିବ ଝାଡଖଣ୍ଡ ମାଟି । ଦିନ ଥିଲା ଏହି ଗାଁ ନାମ ଶୁଣିଲେ ଛାତି ଥରି ଉଠୁଥିଲା । କାରଣ ଏହି ଅଞ୍ଚଳ ଦିନେ ଲାଲବାହିନୀଙ୍କ ସାମ୍ରାଜ୍ୟ ପାଲଟିଥିଲା । CRPF ପାଇଁ ଏହି ଅଞ୍ଚଳ ମାଓ ଲୁପ୍ତ ହୋଇଛି ସତ । କିନ୍ତୁ ଆଜି ଯାଏ ଏହି ଗ୍ରାମରେ କୌଣସି ସରକାରୀ ଅଧିକାରୀ କି ନେତା ମନ୍ତ୍ରୀଙ୍କ ପାଦ ପଡ଼ିନି । ଅବହେଳିତ ଅବସ୍ଥାରେ ଥିବା ଏହି ଗାଁକୁ ଯିବାକୁ ଭଲ ରାସ୍ତା ଟିଏ ନଥିବାରୁ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଯିବାକୁ ପଡୁଛି । ଝିରପାଣି ଗ୍ରାମର ସମସ୍ତ ଅଞ୍ଚଳରେ ଲାଗି ରହିଛି ପାଣିର ସମସ୍ୟା । ଏଠାରେ ବସବାସ କରୁଥିବା ପ୍ରାୟ 200ରୁ ଊର୍ଦ୍ଧ୍ବ ପରିବାର ପ୍ରତ୍ୟେକ ଦିନ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ ପାଇଁ ଚୁଆର ଗୋଳିଆ ପାଣି ହିଁ ସାଜିଛି ଉତ୍ସ ।

ଏହା ମଧ୍ୟ ପଢନ୍ତୁ:ଉପାନ୍ତ ଅଞ୍ଚଳରେ ଫେଲ୍ ମାରୁଛି ବସୁଧା ଯୋଜନା, ପାଣି ପାଇଁ ଦହଗଞ୍ଜ ମହୁଳଝରଣ ଗାଁ ଲୋକେ

ବର୍ତ୍ତମାନ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଦେଇଛି ଜଳ କଷ୍ଟ । ଗ୍ରାମବାସୀ ବିଶୁଦ୍ଧ ପାଣି ପାଉନଥିବାବେଳେ ହାଣ୍ଡି ମାଠିଆ ଗରା ଆଦିରେ ପାଣି ଭର୍ତ୍ତି କରି ଘରକୁ ନେଉଛନ୍ତି ଗୋଳିଆ ପାଣି । ଗ୍ରାମବାସୀଙ୍କ ସମସ୍ୟା ସେତିକିରେ ସରିନି । ଆଜି ବି ଲୋକଙ୍କ ପାଖରେ ପହଞ୍ଚିପାରିନି ଆଧୁନିକ ଟେକ୍ନୋଲୋଜି । ଅଞ୍ଚଳକୁ ନେଟୱାର୍କ ଆସୁନଥିବାରୁ ଲୋକଙ୍କ ହାତରେ ମୋବାଇଲଟିଏ ମଧ୍ୟ ନାହିଁ । ଏପରିକି ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଦେଇଛି ଜଳ କଷ୍ଟ । ଆଜି ମଧ୍ୟ ଲୋକଙ୍କ ପାଖରେ ନାହିଁ ପିଇବା ପାଇଁ ପାଣି । କେବଳ ଯେ ଖରା ନୁହେଁ ବରଂ ବାର ମାସ ଧରି ଏଠାରେ ଜଳ ସଙ୍କଟ ଦେଖିବାକୁ ମିଳିଥାଏ। ହାଣ୍ଡି ମାଠିଆ ଗରା ଆଦିରେ ପାଣି ଭର୍ତ୍ତି କରି ଘରକୁ ପାଣି ନେଇଥାନ୍ତି ଲୋକେ । ଏହାସହ ବିଦ୍ୟୁତ ଯୋଗାଣ ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି।


ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.