ETV Bharat / state

ସନ୍ଦେହ ଘେରରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ସହ ଝିଅର ଆତ୍ମହତ୍ୟା

author img

By

Published : Apr 29, 2021, 10:09 PM IST

ଗୋଟିଏ ପରିବାରର ତିନି ମୃତ । ଝିଅକୁ ହତ୍ୟା କରିବା ପରେ ମା’ର ଆତ୍ମହତ୍ୟା । ସ୍ୱାମୀର ଝୁଲନ୍ତା ମୃତଦେହ କେନ୍ଦୁଝର ଜିଲ୍ଲା ରୁଗୁଡି ଜଙ୍ଗଲରୁ ଉଦ୍ଧାର । ଅଧିକ ପଢନ୍ତୁ...

ସନ୍ଦେହ ଘେରରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ସହ ଝିଅର ଆତ୍ମହତ୍ୟା
ସନ୍ଦେହ ଘେରରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ସହ ଝିଅର ଆତ୍ମହତ୍ୟା

ସୁନ୍ଦରଗଡ: ଗୋଟିଏ ପରିବାରର ତିନି ମୃତ । ଝିଅକୁ ହତ୍ୟା କରିବା ପରେ ମା’ର ଆତ୍ମହତ୍ୟା । ସ୍ୱାମୀର ଝୁଲନ୍ତା ମୃତଦେହ କେନ୍ଦୁଝର ଜିଲ୍ଲା ରୁଗୁଡି ଜଙ୍ଗଲରୁ ଉଦ୍ଧାର । ଉରକେଲା ପୋଲିସ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ନ୍ୟୁ-ଗାର୍ଡେନ କଲୋନୀରେ ଘଟିଛି ଏହି ଘଟଣା । ନ୍ୟୁ-ଗାର୍ଡେନ କୋଲୋନୀ ମସଜିଦ ସମ୍ମୁଖ ଭଡା ଘରୁ ମା ଓ ଝିଅର ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ସ୍ୱାମୀର ମୃତଦେହ କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକମାନେ ଜଗତସିଂହପୁର ଜିଲ୍ଲାର ବୋଲି କୋଇଡା ପୋଲିସ କହିଛି ।

ସନ୍ଦେହ ଘେରରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ସହ ଝିଅର ଆତ୍ମହତ୍ୟା

ଗୋଟିଏ ପରିବାର ସ୍ୱାମୀ, ସ୍ତ୍ରୀ ଓ ତିନି ବର୍ଷର କୁନି ଝିଅ ଗତ ତିନି ବର୍ଷଧରି କୋଇଡା ନ୍ୟୁ ଗାର୍ଡେନ କଲୋନୀ ଅଞ୍ଚଳରେ ଏକ ଭଡା ଘରେ ରହି ଆସୁଥିଲେ । ସ୍ୱାମୀ ପ୍ରହଲ୍ଲାଦ ସାହାଣୀ ଓ ସ୍ତ୍ରୀ ରଞ୍ଜିତା ସାହାଣୀଙ୍କ ମଧ୍ୟରେ ଗତ ମଙ୍ଗଳବାର ରାତ୍ରରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏଥିରେ ଘର ମାଲିକ ଉତ୍ତକ୍ଷିପ୍ତ ହୋଇ ପ୍ରହଲ୍ଲାଦଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲା । ତେବେ ପ୍ରହଲ୍ଲାଦ ବୁଧବାର ସକାଳ ସମୟରୁ କେଉଁଆଡେ ଚାଲି ଯାଇଥିଲେ । ଆଜି (ଗୁରୁବାର)ସକାଳେ ଘର ଡେରି ପର୍ଯ୍ୟନ୍ତ ନଖୋଲିବାରୁ ପଡୋଶୀ ସନ୍ଦେହ କରି ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ତହସିଲଦାର ପହଞ୍ଚି କବାଟ ଖୋଲିବା ପରେ ରଞ୍ଜିତା ସାହାଣୀଙ୍କ ଝୁଲନ୍ତା ମୃତଦେହ ନିକଟରେ ଥିବା ଖଟ ଉପରେ ଏବଂ ତିନି ବର୍ଷ ଝିଅର ମୃତଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ ।

ପୋଲିସ ଉଭୟ ମା ଏବଂ ତିନି ବର୍ଷର ଝିଅର ମୃତଦେହକୁ ଜବତ କରିବା ସମୟରେ ସେଠାରେ ଏକ ସୁଇସାଇଡାଲ ନୋଟ ପାଇଥିଲା । ବୁଧବାର ମଧ୍ୟରାତ୍ରରେ ରଞ୍ଜିତା ଆତ୍ମହତ୍ୟା କରିବାର କାରଣ ସହ ତାଙ୍କ ପରିବାର ମୃତ୍ୟୁ ପାଇଁ ଘର ମାଲିକ ଦାୟୀ ବୋଲି ଉଲ୍ଲେଖ ରହିଛି । ତେବେ ମା ଏବଂ ଝିଅର ମୃତଦେହ ଜବତ କରି ପୋଲିସ ପରିବାର ଲୋକଙ୍କୁ ଖବର ଦେବା ବେଳକୁ ସ୍ୱାମୀ (ପ୍ରହଲ୍ଲାଦ ସାହାଣୀ)ଙ୍କ ଝୁଲନ୍ତା ମୃତଦେହ କେନ୍ଦୁଝର ଜିଲ୍ଲାର ରୁଗୁଡି ଥାନା ଅଞ୍ଚଳ ଜଙ୍ଗଲରୁ ଉଦ୍ଧାର ହୋଇଥିବା ନେଇ କେନ୍ଦୁଝର ପୋଲିସ ସୂଚନା ଦେଇଛି ।

ତେବେ ପ୍ରହଲ୍ଲାଦ ଆତ୍ମହତ୍ୟା କରିବା ପୂର୍ବରୁ ବେକରେ ରଶି ଲଗାଇ ନିଜ ଅତ୍ମୀୟଙ୍କ ପାଖକୁ ଫଟୋ ପଠାଇଥିଲା ବୋଲି ଜଣାପଡିଛି । ଏପଟେ ମା’ ପ୍ରଥମେ ତିନି ବର୍ଷର ଝିଅକୁ ମାରିବା ପରେ ନିଜେ (ରଞ୍ଜିତା) ଫ୍ୟାନରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା କଥା କୋଇଡା ପୋଲିସ ଅନୁମାନ କରୁଛି । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ପୁରା ଜିଲ୍ଲାକୁ ଦୋହଲାଇ ଦେଇଛି । କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ କୋଇଡା ତହସିଲଦାର ପ୍ରିୟଦର୍ଶୀ ଯୋଶୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଘର ମାଲିକକୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.