ETV Bharat / state

Hockey World Cup: ହକିର ଏନ୍ତୁଡିଶାଳରେ ପହଁଞ୍ଚିଲା ଟ୍ରଫି ପରିକ୍ରମା, ରାଉରକେଲାରେ କରାଗଲା ଭବ୍ୟ ସ୍ୱାଗତ

author img

By

Published : Jan 12, 2023, 10:53 PM IST

ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରି ହକି ବିଶ୍ବକପ ୨୦୨୩ର ଟ୍ରଫି ଶେଷରେ ରାଉରକେଲାରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଅଧିକ ପଢନ୍ତୁ

ରାଉରକେଲାରେ ହକି ବିଶ୍ବକପ ଟ୍ରଫି ପରିକ୍ରମା
ରାଉରକେଲାରେ ହକି ବିଶ୍ବକପ ଟ୍ରଫି ପରିକ୍ରମା

Hockey World Cup :ହକିର ଏନ୍ତୁଡିଶାଳରେ ପହଁଞ୍ଚିଲା ଟ୍ରଫି ପରିକ୍ରମା, ରାଉରକେଲାରେ କରାଗଲା ଭବ୍ୟ ସ୍ବାଗତ

ରାଉରକେଲା: ରାଉରକେଲାରେ ପହଁଞ୍ଚିଛି ହକି ବିଶ୍ବକପ ଟ୍ରଫି ପରିକ୍ରମା । ଏନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିଲା । ଆସନ୍ତାକାଲିଠାରୁ ( ଶୁକ୍ରବାର ) ହକି ବିଶ୍ବକପ ରାଉରକେଲା ସହରରେ ଆରମ୍ଭ ହେବାକୁ ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଉରକେଲାରେ ପହଁଞ୍ଚିଲା ହକି ବିଶ୍ବକପ ଟ୍ରଫି ପରିକ୍ରମା । ସହରରେ ହକି ବିଶ୍ବକପ ଟ୍ରଫିକୁ ସ୍ବାଗତ କରିବା ପାଇଁ ପ୍ରବଳ ଭିଡ ଦେଖାଦେଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରି ହକି ବିଶ୍ବକପ ୨୦୨୩ର ଟ୍ରଫି ଶେଷରେ ରାଉରକେଲାରେ ପହଞ୍ଚିଛି । ପ୍ରଥମେ ରାଉରକେଲା ବେଦବ୍ୟାସ ଛକରେ ପହଁଚିବା ପରେ କ୍ରୀଡ଼ାପ୍ରେମୀ ଏବଂ ଜନସାଧାରଣଙ୍କ ପକ୍ଷରୁ ହକି ବିଶ୍ବକପ ଟ୍ରଫିକୁ ସ୍ବାଗତ କରାଯାଇଥିଲା । ବାଜା ବଜାଇ, ନାଚଗୀତ ସହ ଟ୍ରାଫିକୁ ସ୍ବାଗତ କରାଯାଇଥିଲା । ପରେ ଏକ ଶୋଭାଯାତ୍ରାରେ ଟ୍ରାଫିକୁ ରାଉରକେଲା ସହର ଭିତରକୁ ଅଣା ଟ୍ରଫି ପରିକ୍ରମା କରାଯାଇଥିଲା ।

ପାନପୋଷ ଛକ ଏବଂ ହକି ଛକରେ ଟ୍ରଫିକୁ ସ୍ବାଗତ ଜଣାଇବା ଲାଗି ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବାଜା ବଜାଇ, ବାଣ ଫୁଟାଇ ହକି ବିଶ୍ବକପ ଟ୍ରଫିକୁ ସ୍ବାଗତ କରାଯାଇଥିଲା । ଆସନ୍ତାକାଲି ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସ୍ପେନକୁ ଭେଟିବ ଭାରତ । ଏହା ପୂର୍ବଦିନ ହକି ବିଶ୍ବକପ ଟ୍ରଫି ସହରରେ ପହଞ୍ଚିଥିବା ବେଳେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ହକି ବିଶ୍ବକପ ଟ୍ରଫି ରାଜ୍ୟର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରିଛି । ସାରା ଓଡ଼ିଶା ବୁଲି ଶେଷରେ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛି ବିଶ୍ବକପ ଟ୍ରଫି ।

ରାଉରକେଲାର ବେଦବ୍ୟାସ ପୀଠରୁ ଟ୍ରଫିକୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଉରକେଲା ସହର ପରିକ୍ରମା କରାଯାଉଥିଲା । ଟ୍ରଫିକୁ ସ୍ବାଗତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ବେଦବ୍ୟାସ ପୀଠରେ ବିଶ୍ବକପ ଟ୍ରଫିକୁ ସ୍ୱାଗତ କରିଥିଲେ । ମାସ୍କଟ ‘ଓଲି’ ଟ୍ରଫି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା । ବେଦବ୍ୟାସ ପୀଠରେ ପୂଜାର୍ଚ୍ଚନା ଏବଂ ବେଦପାଠ ପରେ ରାଉରକେଲାରେ ଟ୍ରଫି ଟୁର୍ ଆରମ୍ଭ ହୋଇଥିଲା । ରାଉରକେଲା ସହରର ବିଭିନ୍ନ ସ୍ଥାନ ବେଦବ୍ୟାସ, ଦଣ୍ଡିଆପାଲୀ, ପାନପୋଷ, ଜଳଦା, ହକି ଛକ, ହାଇଟେକ ଛକ, ହନୁମାନ ବାଟିକା, ଉଦିତନଗର, ରାଉରକେଲା ମହାନଗର ନିଗମ ସହ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଏହି ବିଶ୍ବକପ ଟ୍ରଫି ପରିକ୍ରମା କରିଛି । ହକି ବିଶ୍ବକପ ପାଇଁ ସମ୍ପୂର୍ଣ୍ଣ ରାଉରକେଲା ସହରରେ ବେଶ୍ ଉତ୍କଣ୍ଠା ଦେଖାଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.