ETV Bharat / state

ଦୀପରୁ ନିଆଁ ଲାଗି ଜଳିଗଲା 2 ମହଲା କୋଠା, ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ

author img

By ETV Bharat Odisha Team

Published : Nov 13, 2023, 5:14 PM IST

ରାଉରକେଲା ସହରର କୋଏଲ ନଗର ଅଞ୍ଚଳରେ ଏକ 2 ମହଲା ବିଶିଷ୍ଟ କୋଠାରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଳ୍ପକେ ବର୍ତ୍ତିଲେ ମହିଳା ଏବଂ ଶିଶୁ । ପଢନ୍ତୁ ପୁରା ଖବର

ଦୀପରୁ ନିଆଁ ଲାଗି ଜଳିଗଲା 2 ମହଲା କୋଠା
ଦୀପରୁ ନିଆଁ ଲାଗି ଜଳିଗଲା 2 ମହଲା କୋଠା

ଦୀପରୁ ନିଆଁ ଲାଗି ଜଳିଗଲା 2 ମହଲା କୋଠା

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହର କୋଏଲ ନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ଦୁଇ ମହଲା କୋଠା । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମହିଳା ଓ ଶିଶୁ । ତେବେ ଦୀପ ନିଆଁରୁ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ସକାଳ ପାଖାପାଖି 9ଟା 30 ସୁଦ୍ଧା ରାଉରକେଲା ସହରର କୋଏଲ ନଗରର ଏକ ଦୁଇ ମହଲା କୋଠାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଧୂଆଁ ଦେଖି ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଘର ମଧ୍ୟରେ ନିଆଁ ଜଳୁଥିବା ଦେଖି ନିଆଁକୁ ଲିଭାଇବାକୁ ଚେଷ୍ଟା କରିବା ସହ ସ୍ଥାନୀୟ ଅଗ୍ନିଶମ ବାହୀନିକୁ ଏନେଇ ଖବର ଦେଇଥିଲେ । ତେବେ ଦେଖୁ ଦେଖୁ ସମ୍ପୂର୍ଣ୍ଣ କୋଠାରେ ନିଆଁ ଲାଗିଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ଆକାଶ ଦୀପରୁ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଟେଣ୍ଟ ହାଉସ୍‌

ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଘରେ ଫସି ରହିଥିବା ଜଣେ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିଥିଲେ । ରାଉରକେଲା ଅଗ୍ନିଶମ ବିଭାଗ ଏବଂ ରାଉରକେଲା ଇସ୍ପାତ କାରଖାନାର 4ଟି ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲିଭା କାର୍ଯ୍ୟ ସରିବା ବେଳକୁ ଘର ମଧ୍ୟରେ ଥିବା ସମସ୍ତ ଆସବାବପତ୍ର ତଥା ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି । ତେବେ ଅଳ୍ପକେ ମହିଳା ଓ ଶିଶୁ ବର୍ତ୍ତି ଯାଇଛନ୍ତି ।

ଅନ୍ୟପଟେ ଘର ମାଲିକଙ୍କ କହିବାନୁଯାୟୀ, ଠାକୁର ଘରେ ଦୀପ ଜଳାଯାଇଥିବା ବେଳେ ହଠାତ୍‌ ଦୀପ ନିଆଁ ଚାରିଆଡେ ବ୍ୟାପୀ ଯାଇଥିଲା । ଚାହୁଁ ଚାହୁଁ ଘରେ ଥିବା ସମସ୍ତ ଆସବାବପତ୍ରରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଫଳରେ ଘରେ ଥିବା ସମସ୍ତ ଜରୁରୀ କାଗଜପତ୍ର, ସାର୍ଟିଫିକେଟ, ଅନ୍ୟାନ୍ୟ ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ..ଦୀପାବଳୀରେ ଅଘଟଣ, ରକେଟ୍‌ ବାଣ ଯୋଗୁଁ ଫ୍ଲାଟ୍‌ରେ ଲାଗିଲା ନିଆଁ

ତେବେ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଆଁ ଲାଗିଥିବା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚିଥିଲା । ଚାରିଆଡେ ଧୂମାଚ୍ଛନ୍ନ ହୋଇଯାଇଥିବାରୁ ଲୋକମାନଙ୍କୁ ଉଦ୍ଧାର କରିବା ବେଶ କଷ୍ଟସାଧ୍ୟ ଥିଲା । କଠିନ ଉଦ୍ୟମ ପରେ ଘର ମଧ୍ୟରେ ଫସି ରହିଥିବା 2 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ଓ ନିଆଁ ଲିଭାଯାଇଥିଲା । କିଭଳି ନିଆଁ ଲାଗିଲା ସେନେଇ ତଦନ୍ତ ଜାରି ରହିଛି ।


ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.