ETV Bharat / state

5th Phase Voting: ଶାନ୍ତି ଶୃଙ୍ଖଳା ସହ ଭୋଟ ଦେଲେ ସୁନ୍ଦରଗଡ଼ବାସୀ

author img

By

Published : Feb 24, 2022, 9:14 PM IST

ସୁନ୍ଦରଗଡ଼ରେ ଶାନ୍ତି ଶୃଙ୍ଖଳାରେ ସରିଛି ୫ମ ପର୍ଯ୍ୟାୟ ନିର୍ବାଚନ । ପ୍ରଶାସନର କାର୍ଯ୍ୟକାରିତାକୁ ନେଇ ଖୁସି ବ୍ୟକ୍ତ କଲେ ଜିଲ୍ଲାବାସୀ । ଅଧିକ ପଢନ୍ତୁ

5th Phase Voting: ଶାନ୍ତି ଶୃଙ୍ଖଳା ସହ ଭୋଟ ଦେଲେ ସୁନ୍ଦରଗଡ଼ବାସୀ
5th Phase Voting: ଶାନ୍ତି ଶୃଙ୍ଖଳା ସହ ଭୋଟ ଦେଲେ ସୁନ୍ଦରଗଡ଼ବାସୀ

ସୁନ୍ଦରଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଦାନ ଆଜି(ଗୁରୁବାର) ଶେଷ ହୋଇଛି । ଜିଲ୍ଲାର ସଦର, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ଏହି ମତଦାନ ହୋଇଛି । ତେବେ ଭୋଟଦାନ ସମୟରେ ଜିଲ୍ଲାରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟି ନଥିବା ଜଣାପଡିଛି ।

5th Phase Voting: ଶାନ୍ତି ଶୃଙ୍ଖଳା ସହ ଭୋଟ ଦେଲେ ସୁନ୍ଦରଗଡ଼ବାସୀ

ଜିଲ୍ଲାର ଏହି ସମସ୍ତ ଅଞ୍ଚଳରେ ଭୋଟରମାନେ ତାଙ୍କର ସୁଚିନ୍ତିତ ମତଦାନ ସାବ୍ୟସ୍ତ କରିଛନ୍ତି । ଏଥର ନିର୍ବାଚନରେ କେତେକ ଅଞ୍ଚଳରେ ଭୋଟରମାନେ ଦଳ ନୁହେଁ ବ୍ୟକ୍ତିତ୍ବ ଓ ପ୍ରାର୍ଥୀଙ୍କୁ ଦେଖି ତାଙ୍କର ମତ ସାବ୍ୟସ୍ତ କରିଛନ୍ତି । କେତେକ ପ୍ରାର୍ଥୀ ଓ ପ୍ରାର୍ଥିନୀ ମଧ୍ୟ ସେମାନଙ୍କ ଭୋଟରଙ୍କ ଉପରେ ପ୍ରଗାଢ ଆସ୍ଥା ରଖିଛନ୍ତି ।

ଲୋକେ ସେମାନଙ୍କୁ ସମର୍ଥନ କରୁଥିବା କଥା କେତେକ ପ୍ରାର୍ଥିନୀ କହିଛନ୍ତି । ଏହି ନିର୍ବାଚନରେ ଉପୁଜିଥିବା କାଁ ଭାଁ ବିଶୃଙ୍ଖଳାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ଦୃଢତାର ସହିତ ମୁକାବିଲା କରିଥିବାରୁ ସାଧାରଣ ଭୋଟରମାନେ ଖୁସିଥିବା ଜଣାପଡିଛି । ତେବେ ଆଜି ସଦର ବ୍ଲକରେ – 80.14 %, ଟାଙ୍ଗପାଲି ବ୍ଲକରେ - 79.57 % ଓ ଗୁରୁଣ୍ଡିଆ ବ୍ଲକରେ 74.17% ମତଦାନ ହୋଇଥିବା ଜଣାପଡିଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.