ETV Bharat / state

ପ୍ରଶାସନ ନଶୁଣିବାରୁ ହକି ଷ୍ଟାଡିୟମରେ ଧସେଇ ପଶିଲେ ବିସ୍ଥାପିତ, ଉଠାଇନେଲା ପୋଲିସ

author img

By

Published : Dec 14, 2022, 10:48 PM IST

ପ୍ରଶାସନ ଦାବି ନଶୁଣିବାରୁ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଧସେଇ ପଶି କାର୍ଯ୍ୟ ବନ୍ଦ କଲେ ବିସ୍ଥାପିତ ପରିବାର । ୩୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଠାଇନେଲା ପୋଲିସ । ଏହି ସମୟରେ ବିସ୍ଥାପିତ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

ପ୍ରଶାସନ ନଶୁଣିବାରୁ ହକି ଷ୍ଟାଡିୟମରେ ଧସେଇ ପଶିଲେ ବିସ୍ଥାପିତ, ଉଠାଇନେଲା ପୋଲିସ
ପ୍ରଶାସନ ନଶୁଣିବାରୁ ହକି ଷ୍ଟାଡିୟମରେ ଧସେଇ ପଶିଲେ ବିସ୍ଥାପିତ, ଉଠାଇନେଲା ପୋଲିସ

ପ୍ରଶାସନ ନଶୁଣିବାରୁ ହକି ଷ୍ଟାଡିୟମରେ ଧସେଇ ପଶିଲେ ବିସ୍ଥାପିତ, ଉଠାଇନେଲା ପୋଲିସ

ରାଉରକେଲା: ପୋଲିସ ସହ ମୁହାଁମୁହିଁ ବିସ୍ଥାପିତ ପରିବାର । ୩୦୦ରୁ ଊର୍ଦ୍ଧ୍ବ ଲୋକେ ଅଟକ । ପ୍ରଶାସନ ଦାବି ନଶୁଣିବାରୁ ନିର୍ମାଣାଧୀନ ହକି ଷ୍ଟାଡିୟମ କାର୍ଯ୍ୟ ବନ୍ଦ କରିବାକୁ ଯାଇଥିବାବେଳେ ଉଠାଇନେଲା ପୋଲିସ । ଦୀର୍ଘ ୯ ଦିନ ଧରି ଦିନରାତି ଶୀତ କାକରରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବସି ରହିଥିଲେ ଶହ ଶହ ବିସ୍ଥାପିତ ପରିବାର ।

ଚାକିରୀ ଦାବିରେ ୩୨ ମୌଜା ବିସ୍ଥାପିତ ପରିବାର ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଥିଲା । ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ । ଏହାକୁ ନେଇ ଆଜିକୁ ୯ ଦିନ ଧରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବସି ରହିଥିଲେ ୩୨ ମୌଜା ବିସ୍ଥାପିତ ପରିବାର । ହେଲେ ବୁଧବାର ବିସ୍ଥାପିତମାନେ ରାଉରକେଲାର ନିର୍ମାଣାଧୀନ ହକି ଷ୍ଟାଡିୟମକୁ ଧସେଇ ପଶିଥିଲେ । ତାଙ୍କର ଦାବି ପ୍ରଶାସନ ଶୁଣୁ ନଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ବିସ୍ଥାପିତ ପରିବାର । ବିର୍ସା ମୁଣ୍ଡା ହକି ଷ୍ଟାଡିୟମର କାର୍ଯ୍ୟ ବନ୍ଦ କରିଥିଲେ ବିସ୍ଥାପିତ ପରିବାର । ଶହ ଶହ ସଂଖ୍ୟାରେ ବିସ୍ଥାପିତ ପରିବର ଲୋକେ ବିର୍ସା ମୁଣ୍ଡା ଷ୍ଟାଡିୟମ ଭିତରକୁ ଯାଇ କାର୍ଯ୍ୟ ବନ୍ଦ କରିଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚି ରାଉରକେଲା ପୋଲିସ ସେମାନଙ୍କୁ ଉଠାଇ ନେଇଛି । ଏହି ସମୟରେ ପୋଲିସ ସହ ବିସ୍ଥାପିତଙ୍କର ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ତେବେ ଚାକିରୀ ଦିଆଯିବା ଦାବିକୁ ନେଇ ୩୨ ମୌଜା ବିସ୍ଥାପିତ ପରିବାର ଧାରଣାରେ ବସିଥିଲେ ।

ସୂଚନା ଅନୁସାରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମନ୍ଦିରା ଡ୍ୟାମ ନିର୍ମାଣ ସମୟରେ ଜମି ଅଧିଗ୍ରହଣ କରାଯାଇଥିଲା । ଏଥିରେ ବହୁ ଲୋକ ବିସ୍ଥାପିତ ହୋଇଥିଲେ । ସେହି ସମୟରେ ବିସ୍ଥାପିତଙ୍କୁ ଚାକିରୀ ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଆଜି ଯାଏଁ ହିତାଧିକାରୀଙ୍କୁ ମିଳିପାରିନାହିଁ ଚାକିରୀ । ବାରମ୍ବାର ଦାବି ସତ୍ତ୍ବେ କୌଣସି ପ୍ରକାର ଫଳ ନମିଳିବାରୁ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ବିସ୍ଥାପିତ ପରିବାର । ଚାକିରୀ ସହ ବଳକା ଜମି ଫେରସ୍ତ କରିବା ପାଇଁ କରିଥିଲେ ଦାବି । ଏନେଇ ୩ ମାସ ମଧ୍ୟରେ ସମସ୍ତଙ୍କ ଦାବିକୁ ଧ୍ୟାନ ଦେଇ ଏହାର ସମାଧାନ କରିବାକୁ ୨୦୨୧ ମସିହାରେ ହାଇକୋର୍ଟ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୨୨ ମାର୍ଚ୍ଚ ୨୦୨୨ରେ ୧୦୧୫ ଜଣ ବିସ୍ଥାପିତଙ୍କୁ ଚାକିରୀ ପ୍ରଦାନ କରାଯିବା ନେଇ ଜନ ଶୁଣାଣୀ କରିଥିଲେ । କିନ୍ତୁ ଏହାରି ମଧ୍ୟରେ କୌଣସି ବିସ୍ଥାପିତଙ୍କ ପାଇଁ ପ୍ରଶାସନ ପକ୍ଷରୁ ଚାକିରୀ ଦିଆଯିବାର ବ୍ୟବସ୍ଥା ହୋଇନଥିବା ଅଭିଯୋଗ କରି ୯ ଦିନ ଧାରଣାରେ ବସିବା ପରେ ଆଜି ହକି ଷ୍ଟାଡିୟମ ପରିସରକୁ ଯାଇ ହୋ ହାଲ୍ଲା କରିଥିଲେ ବିସ୍ଥାପିତ ପରିବାର ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.