ETV Bharat / state

ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ବିରୋଧରେ ବର୍ଷିଲା CPIM

author img

By

Published : May 28, 2023, 1:35 PM IST

କେନ୍ଦ୍ର ସରକାର ବିରୋଧରେ ବର୍ଷିଲା ସିପିଆଇଏମ । ପାଞ୍ଚ ଦଫା ଅଭିଯୋଗ ନେଇ କେନ୍ଦ୍ର ସରକାରକୁ ଘେରିଲା ସିପିଆଇଏମ । ଅଧିକ ପଢନ୍ତୁ

CPIM press meet
CPIM press meet

CPIM press meet

ରାଉରକେଲା: କେନ୍ଦ୍ର ସରକାର ବିରୋଧରେ ପୁଣି ସ୍ବର ଉଠାଇଲା ସିପିଆଇଏମ ଦଳ । କେନ୍ଦ୍ର ସରକାର ଜନ ବିରୋଧୀ ନୀତି ଆଦର୍ଶ ଆପଣାଉଥିବା ଅଭିଯୋଗ କରି ସିପିଆଇଏମ ଦଳର ସାମ୍ବାଦିକ ସମ୍ମିଳନୀ । ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇଏମ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇ ଥିବା ବେଳେ ଦେଶରେ ଏକ ଛତ୍ରବାଦୀ ମନମୁଖୀ କାର୍ଯ୍ୟ କରି ଗଣତନ୍ତ୍ରର ହତ୍ୟା କରି ଚାଲିଥିବା ଅଭିଯୋଗ କରିଛି ସିପିଆଇଏମ ଦଳ । ଏଭଳି ୫ ଦଫା ଅଭିଯୋଗକୁ ନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଉପରେ ବର୍ଷିଛି ସିପିଆଇଏମ ଦଳ ।

ତେବେ ସିପିଆଇଏମ ଦଳ ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଗୁଡ଼ିକ ସମ୍ବିଧାନର ଧାରା ସହିତ ତାଳମେଳ ରହୁନାହିଁ । କେନ୍ଦ୍ର ସରକାର ନିଜର ଏକ ଛତ୍ରବାଦୀ ଶାସନ ଚଳାଇଛନ୍ତି । ଦେଶର ଗୁରୁତର ପରିସ୍ଥିତି ସଂପର୍କରେ ସି.ସି.ଆଇ.ଏମ ଗଭୀର ଉଦ୍‌ବେଗ ପ୍ରକାଶ କରୁଛି ବୋଲି କହିଛି ଦଳ । ଆଜି ପାର୍ଲିଆମେଣ୍ଟ ଭବନର ନୂତନ ସୌଧ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ହୋଇଛି । ତେବେ ଏହା ରାଷ୍ଟ୍ରପତି ପ୍ରତି ଏକ ଅବମାନନା ବୋଲି ଅଭିଯୋଗ କରିଛି ସିପିଆଇଏମ ଦଳ ।

ସିପିଆଇଏମ ଦଳ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ସମ୍ବିଧାନ ଧାରା ୬୯ରେ ପାର୍ଲିଆମେଣ୍ଟତିନୋଟି ସଂସ୍ଥାକୁ ନେଇ ଗଠିତ । ଯଥା : ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭା । ପାର୍ଲିଆମେଣ୍ଟର ନୂତନ ସୌଧ ଉଦ୍‌ଘାଟନ ଉତ୍ସବ ରାଷ୍ଟ୍ରପତିଙ୍କ ଦ୍ବାରା କରା ନ ଯିବା ଦେଶବାସୀଙ୍କ ପକ୍ଷରେ ଗ୍ରହଣୀୟ ନୁହେଁ । କେନ୍ଦ୍ର ସରକାର ୨ ହଜାର ଟଙ୍କିଆ ନୋଟକୁ ବଜାରରୁ ହଟାଇବା ନିଷ୍ପତ୍ତି ମଧ୍ୟ ଭାରତର ଅର୍ଥନୀତି ଉପରେ ପ୍ରଭାବ ବୋଲି ଅଭିଯୋଗ କରିଛି ସିପିଆଇଏମ । ତେବେ ଏହା ଦେଶବାସୀ ଏବଂ ଦେଶର ଅର୍ଥନୈତିକ ବ୍ୟବସ୍ଥା ଉପରେ ପ୍ରଭାବ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ଅଭିଯୋଗ କରିଛି ସିପିଆଇଏ ମ।

ତେବେ କେଉଁ କାରଣରୁ ଏହି ନୋଟ ଅଚଳ କରାଯାଇଛି ତାହା ମଧ୍ୟ ଦେଶବାସୀଙ୍କୁ କେନ୍ଦ୍ର ସରକାର ଜଣାଇବା ଆବଶ୍ୟକତା ମଣୁ ନାହାନ୍ତି। ଅନ୍ୟ ପକ୍ଷରେ ବିଜେପି ସରକାର କାଳରେ ମଣିପୁର ସମ୍ପୂର୍ଣ୍ଣ ଜଳୁଛି । ଅସଂଖ୍ୟ ଲୋକ ମୃତାହତ ହୋଇଛନ୍ତି । ବିଜେପି ସରକାର ମଣିପୁରରେ ଜନଜାତି ମଧ୍ୟରେ ସଂଘର୍ଷ ଘଟାଇବାରେ ସଫଳ ହୋଇଛି ବୋଲି ଅଭିଯୋଗ କରିଛି ସିପିଆଇଏମ ଦଳ । ଏହାସହ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ଦିଲ୍ଲୀରେ ମହିଳା କୁସ୍ତିଯୋଦ୍ଧାମାନେ ବିଜେପି ସାଂସଦଙ୍କ ଦ୍ବାରା ଯୌନ ନିର୍ଯାତନା ଅଭିଯୋଗ କରି ଏହା ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି । ସୁପ୍ରିମକୋର୍ଟର ହସ୍ତକ୍ଷେପ ସତ୍ତ୍ବେ ବିଜେପି ସାଂସଦ ବ୍ରିଜ ଭୂଷଣ ସିଂଙ୍କୁ ଗିରଫ ନ କରିବା ହିଁ ଦେଶର ଆଇନ୍ ପ୍ରତି ମୋଦି ସରକାରଙ୍କ ବେଖାତିର ବୋଲି ପ୍ରମାଣିତ କରୁଛି ବୋଲି ଅଭିଯୋଗ କରିଛି ସିପିଆଇଏମ ଦଳ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.