ETV Bharat / state

କେନ୍ଦ୍ର ସରକାରଙ୍କ ବିରୋଧରେ ଶ୍ରମିକଙ୍କ ବିକ୍ଷୋଭ, CITUର ବିଶାଳ ରାଲି

author img

By

Published : May 4, 2023, 3:15 PM IST

କେନ୍ଦ୍ର ସରକାର ବିରୋଧରେ ସମସ୍ତ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ ସହ ବିଶାଳ ରାଲି । ଅଧିକ ପଢନ୍ତୁ

କେନ୍ଦ୍ର ସରକାରଙ୍କ ବିରୋଧରେ ଶ୍ରମିକଙ୍କ ବିକ୍ଷୋଭ
କେନ୍ଦ୍ର ସରକାରଙ୍କ ବିରୋଧରେ ଶ୍ରମିକଙ୍କ ବିକ୍ଷୋଭ

କେନ୍ଦ୍ର ସରକାରଙ୍କ ବିରୋଧରେ ଶ୍ରମିକଙ୍କ ବିକ୍ଷୋଭ

ରାଉରକେଲା: ନିଜର ନ୍ୟାର୍ଯ୍ୟ ଦାବି ଏବଂ ମୌଳିକ ଅଧିକାରକୁ ନେଇ ରାଜରାସ୍ତା ଓହ୍ଲାଇଲେ ଶ୍ରମିକ। କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାରେ ଗର୍ଜନ । ବିଭିନ୍ନ ଦାବି ନେଇ ସିଟୁ ପକ୍ଷରୁ ଆଜି ବିଶାଳ ବିକ୍ଷୋଭ ସହ ରାଲି କରାଯାଇଛି । ସମସ୍ତ ନିର୍ମାଣ ଶ୍ରମିକ, ଠିକା ଶ୍ରମିକ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସିଟୁ ପକ୍ଷରୁ ଆଜି ସମସ୍ତ ଶ୍ରମିକଙ୍କୁ ନେଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରମିକଙ୍କ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ସିଟୁ । ବିଭିନ୍ନ ଶ୍ରମିକ ସଂଗଠନ ସହ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରମିକ ଦିବସକୁ କିଛିଦିନ ବିତିବା ପରେ ପୁଣି ନିଜ ଦାବିକୁ ନେଇ ଶ୍ରମିକମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର ବିରୋଧରେ ଏକଜୁଟ୍‌ ହେବାରେ ଲାଗିଛନ୍ତି ଶ୍ରମିକ । ଜନ ବିରୋଧୀ କେନ୍ଦ୍ର ସରକାରଙ୍କୁ ସରକାରରୁ ହଟାଇବା ପାଇଁ ଏକତ୍ରିତ ହୋଇ ଲଢ଼ି ଏ ସରକାରକୁ ବିରୋଧ କରିଛନ୍ତି ସମସ୍ତ ଶ୍ରମିକ ଏବଂ ଶ୍ରମିକ ସଂଗଠନ।

ଏହା ମଧ୍ୟ ପଢନ୍ତୁ: Jharsuguda By Poll: ପୁଣି ସିଇଓଙ୍କ ଦ୍ବାରସ୍ତ ବିଜେପି, ସେପଟେ ବିଜେଡି କ୍ୟାମ୍ପରେ ବିଜେପି ଷ୍ଟାର ପ୍ରଚାରକ

କେନ୍ଦ୍ର ସରକାରଙ୍କ ଦ୍ୱାରା ହେଉଥିବା ଜନ ବିରୋଧୀ କାର୍ଯ୍ୟ ଯଥା ଶ୍ରମ ଆଇନରେ ପରିବର୍ତ୍ତନ ଏବଂ ଶ୍ରମିକମାନଙ୍କ ପ୍ରତି ଅସହିଷ୍ଣୁତା, ଆଠ ଘଣ୍ଟା କାମ ବଦଳରେ ୧୨ ଘଣ୍ଟା କାମ କରାଇବା ଏବଂ ଶ୍ରମ ଆଇନକୁ ଶ୍ରମିକ ବିରୋଧୀ କରାଇବା ଆଦିକୁ ନେଇ ଆଜିର ଏହି ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟ ପକ୍ଷରେ ଶ୍ରମିକ ଏବଂ ସଧାରଣ ଜନତାଙ୍କ ପ୍ରତି ମଧ୍ୟ ଜନ ବିରୋଧୀ କାର୍ଯ୍ୟ ଯଥା ଅଯଥା ଭାବରେ ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ଚାଉଳ, ଗ୍ୟାସ, ପେଟ୍ରୋଲିୟମ ତୈଳ, ଗ୍ୟାସ ଦର ବୃଦ୍ଧି ଏବଂ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଏହାସହ ମନିଟାଇଜେସନ ପାଇପ୍‌ ଲାଇନ କରି ଯେଉଁଭଳି ଭାବରେ ସରକାରଙ୍କ ଅଧୀନରେ ଥିବା ସେଲ(ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ, ଭେଲ, ହାଲ(ହିନ୍ଦୁସ୍ତାନ ଏରୋନୋଟିକ୍ସ ଟିମିଟେଡ) ସହ ରେଲଓ୍ବେ ଏବଂ ବିଭିନ୍ନ ବ୍ୟାଙ୍କଙ୍କୁ ଘରୋଇକରଣ କରିବା ଏବଂ କେବଳ ପୁଞ୍ଜିପତିମାନଙ୍କୁ ସମର୍ଥନ କରିବା ନିୟମ ଆଦିକୁ ବିରୋଧରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଶ୍ରମିକ । ସେକ୍ଟର ଚାରିରୁ ବାହାରି ଏକ ବିଶାଳ ରାଲି ସେକ୍ଟେର ୨ ଯାଏଁ ଯାଇଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.