ETV Bharat / state

ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି, ମିଶ୍ରଣ ପର୍ବରେ ସାମିଲ ହେଲେ 800ରୁ ଉର୍ଦ୍ଧ୍ବ ଲୋକ

author img

By ETV Bharat Odisha Team

Published : Nov 9, 2023, 10:56 AM IST

ସୁନ୍ଦରଗଡ଼ ଜିଲ୍ଲାରେ ସୁଦୃଢ଼ ହେବାରେ ଲାଗିଛି ବିଜେଡି । ମିଶ୍ରଣ ପର୍ବରେ ସାମିଲ ହେଲେ 800ରୁ ଉର୍ଦ୍ଧ୍ବ ଲୋକ। ଅଧିକ ପଢନ୍ତୁ

bjd joining program held in sundargarh
bjd joining program held in sundargarh

bjd joining program held in sundargarh

ରାଉରକେଲା: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଦଳକୁ ସଦୃଢ କରିବାରେ ଲାଗି ପଢିଛି ବିଜେଡି । ସୁନ୍ଦରଗଡରେ ଆୟୋଜିତ ମିଶ୍ରଣ ପର୍ବରେ ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଆଠ ଶହରୁ ଅଧିକ ଲୋକ । ସବଡେଗା ବ୍ଲକ ଚେୟାରମ୍ୟାନଙ୍କ ସହିତ ୫୦ ରୁ ଉର୍ଦ୍ଧ ଦଳରେ ସାମିଲ ହୋଇଥିବା ବେଳେ ତଳସରା ନିର୍ବାଚନ ମଣ୍ଡଳୀର ସବଡେଗା ବ୍ଲକ ଚେୟାରମେନ କୁନ୍ତୀ ପ୍ରଧାନ ଓ ୮ ଜଣ ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର ବିଜେଡି ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Odisha Election: 2024ରେ ସର୍ବକାଳୀନ ରେକର୍ଡ କରିବ ବିଜେଡି: ଏୟୁ ସିଂଦେଓ

ବୁଧବାର ସ୍ଥାନୀୟ ସଂସ୍କୃତି ଭବନ ଠାରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲ୍ଲା ସାଂଗଠନିକ ପର୍ଯ୍ୟବେକ୍ଷକ ପ୍ରିତି ରଞ୍ଜନ ଘଡ଼େଇ ଏବଂ ମନ୍ତ୍ରୀ ସାରଦା ନାଏକ ଉପସ୍ଥିତ ଥିଲେ । ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଥିଲେ 8ଶହକରୁ ଅଧିକ କର୍ମକର୍ତ୍ତା । ଏହି ମିଶ୍ରଣ ପର୍ବ ଆଗାମୀ ନିର୍ବାଚନରେ ବିଜେଡିକୁ ବଳ ଯୋଗାଇବ । ବିଜେଡି ସହ ମିଶିବା ଆଗାମୀ ନିର୍ବାଚନରେ ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ନବନିଯୁକ୍ତ ସଦସ୍ୟମାନେ ମତ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ପଦକ୍ଷେପ ଓ ନିରବିଚ୍ଛିନ୍ନ ସେବା ଯୋଗୁଁ ବିଜେଡିରେ ମିଶିବାକୁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ମତ ରଖିଛନ୍ତି ମନ୍ତ୍ରୀ ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଏନେଇ କହିଛନ୍ତି ଯେ, ବିଜେଡିର ମିଶ୍ରଣ ପର୍ବରେ ଛାତ୍ର, ଯୁବକ ଓ ମହିଳା ମାନେ ଦଳରେ ସାମିଲ ହୋଇଛନ୍ତି । ସବଡେଗା ବ୍ଲକ ଚେୟାରମ୍ୟାନ, ସରପଞ୍ଚ, ଓ୍ବାର୍ଡ୍‌ ମେମ୍ବର ଓ ସମିତି ସଭ୍ୟ ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ଲୋକମାନେ ସମ୍ମାନ ଜଣାଇ ସମସ୍ତେ ଏକାଠି ହୋଇଛନ୍ତି । ଏହି ମିଶ୍ରଣ ପର୍ବ ସୁନ୍ଦରଗଡ଼ରେ ବିଜେଡିକୁ ଆହୁରି ସୁଦୃଢ଼ କରିବ ।

ଶ୍ରମ ମନ୍ତ୍ରୀ ସାରଦା ନାୟକ କହିଛନ୍ତି ଯେ, ବିରୋଧି ଦଳ ଶୂନ୍ୟ ହେବାକୁ ଯାଉଛି । ନବୀନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଜନସାଧାରଣ ବିଜେଡିରେ ସାମିଲ ହେଉଛନ୍ତି, ଆଗାମୀ ନିର୍ବାଚନରେ ବିଜେଡିର ଏକ ତରଫା ବିଜୟ ହେବ । ସୁନ୍ଦରଗଡରେ 800ରୁ ଊର୍ଦ୍ଧ୍ବ ଲୋକ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.