ETV Bharat / state

ଓଲଟିଲା କୁକୁଡା ବୋଝେଇ ଗାଡି, ଲୋକେ ବୋହିନେଲେ କୁକୁଡା

author img

By

Published : Nov 20, 2020, 5:41 PM IST

ସୁନ୍ଦରଗଡରେ ଏକ କୁକୁଡା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କୁକୁଡା ବୋହିନେବାରେ ବ୍ୟସ୍ତ ରହିଲେ, ହେଲେ ଡ୍ରାଇଭରଙ୍କ ଅବସ୍ଥା କେହି ବୁଝିଲେନି । ଅଧିକ ପଢନ୍ତୁ...

ଓଲଟିଲା କୁକୁଡା ବୋଝେଇ ଗାଡି, ଲୋକେ ବୋହିନେଲେ କୁକୁଡା
ଓଲଟିଲା କୁକୁଡା ବୋଝେଇ ଗାଡି, ଲୋକେ ବୋହିନେଲେ କୁକୁଡା

ସୁନ୍ଦରଗଡ: ଭୁଲିଗଲେ ମାନବିକତା, ହରାଇବସିଲେ ହିତାହିତ ଜ୍ଞାନ । କୁକୁଡା ବୋଝେଇ ଗାଡି ଓଲଟି ପଡିବା ପରେ ଲୋକେ କୁକୁଡା ବୋହିନେବାରେ ବ୍ୟସ୍ଥ ରହିଲେ । ହେଲେ ଦୁର୍ଘଟଣାର ଶିକାର ହୋଇଥିବା ଡ୍ରାଇଭରଙ୍କ ଅବସ୍ଥା କେହିବୁଝିଲେନି । ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଏପରି ଏକ ଘଟଣା ସୁନ୍ଦରଗଡରେ ଦେଖିବାକୁ ମିଳିଛି ।

ଓଲଟିଲା କୁକୁଡା ବୋଝେଇ ଗାଡି, ଲୋକେ ବୋହିନେଲେ କୁକୁଡା

ସୂଚନା ଅନୁଯାୟୀ ଜିଲ୍ଲା ସ୍ଥିତ ସଦର ଥାନା ଅନ୍ତର୍ଗତ ଭେଡାବାହାଲ କୁଲକୁଲା ଜଙ୍ଗଲ ନିକଟରେ ଏକ କୁକୁଡା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କ ଅବସ୍ଥା ନଦେଖି କୁକୁଡା ସବୁ ବୋହି ନେଇଯିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଓଲଟିଲା କୁକୁଡା ବୋଝେଇ ଗାଡି
ଓଲଟିଲା କୁକୁଡା ବୋଝେଇ ଗାଡି

ଏପରିକି ଲୋକେ ବ୍ୟାଗ, ବସ୍ତା ଆଦିରେ କୁକୁଡା ବୋହି ନେଇ ଯାଇଛନ୍ତି । କାହାରି ଆଖିକୁ ଡ୍ରାଇଭରଙ୍କ ଅବସ୍ଥା ଦେଖାଯାଇନଥିଲା । ସମସ୍ତେ କୁକୁଡା ନେବାରେ ବ୍ୟସ୍ତ ଥିଲେ । ଏହିସମୟରେ କିଛି ଲୋକେ ଭିଡିଓ ସୁଟ୍ ମଦ୍ୟ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଡ୍ରାଇଭରଙ୍କୁ ସୁନ୍ଦରଗଡ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛି

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.