ETV Bharat / state

ଫୁଟବଲ୍‌ ମ୍ୟାଚ ଦେଖି ଫେରୁଥିବା ବେଳେ ଧକ୍କା ଦେଲା ବସ୍‌, 3 ଯୁବକ ମୃତ

author img

By

Published : Dec 15, 2022, 8:36 AM IST

ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ ଧକ୍କାରେ ତିନି ବାଇକ ଆରୋହୀ ମୃତ । ଫୁଟବଲ ମ୍ୟାଚ ଦେଖି ଫେରୁଥିବା ବେଳେ ଘଟିଲା ଅଘଟଣ । ଅଧିକ ପଢନ୍ତୁ

Etv Bharat
Etv Bharat

ବାଇକକୁ ଧକ୍କା ଦେଲା ବସ

ରାଉରକେଲା: ଫୁଟବଲ ମ୍ୟାଚ ଦେଖି ଫେରୁଥିବା ବେଳେ ଅଘଟଣ । ବାଇକକୁ ଏକ ବସ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତୁମୁଳିଆରେ । ତିନି ମୃତକ ହେଉଛନ୍ତି ରାହୁଲ ପାଣ୍ଡେ,ଶ୍ୟାମ ଗିଦିଲି ଓ ଓମ ଭୈଷାଲ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ଗୋପାଳପୁର ଠାରୁ ତିନି ଯୁବକ ଏକ ବାଇକ ଯୋଗେ କନିକାକୁ ଫୁଟବଲ ମ୍ୟାଚ ଦେଖିବାକୁ ଯାଇ ଫେରୁଥିଲେ । ଫେରିବା ବାଟରେ ତୁମୁଲିଆ ଠାରୁ ବେଲପାହାଡ ଅଭିମୁଖେ ଯାଉଥିବା ଏକ ବସ ବାଇକକୁ ଧକ୍କା ଦେଇଥିଲା । ଫଳରେ ତିନି ବାଇକ ଆରୋହୀ ଘଟଣାସ୍ଥଳରେ ଟଳିପଡିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ଥିବା ବେଳେ ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଲାଞ୍ଚ ମାମଲାରେ ଜୁନାଗଡ ତହସିଲର ପୂର୍ବତନ କିରାଣୀଙ୍କୁ ଜେଲ୍

ଏନେଇ ଖବର ପାଇ ହେମଗିର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତକ ତିନି ଜଣ ହେମଗିରି ଥାନା ଗୋପାଳପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଏହି ଘଟଣାକୁ ନେଇ ହେମଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁଃଖରେ ଭାଙ୍ଗି ପଡିଛନ୍ତି ମୃତକଙ୍କ ପରିବାର ଲୋକେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.