ETV Bharat / state

ଭିଜିଲାନ୍ସ ଜାଲରେ ପୁଣି ଜଣେ କିରାଣୀ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ

author img

By

Published : May 21, 2023, 1:23 PM IST

Updated : May 21, 2023, 1:59 PM IST

ଲାଞ୍ଚ ନେଇ ଧରାପଡିଲେ ସୋନପୁର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ । ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

veterinary office head clerk caught by vigilance
veterinary office head clerk caught by vigilance

veterinary office head clerk caught by vigilance

ସୋନପୁର: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ସୋନପୁର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲର ପଶୁ ସମ୍ପଦ ନିରୀକ୍ଷକ ନାରାୟଣ ମେହେରଙ୍କ ଏରିଅର ବିଲ କରିବାକୁ ଲାଞ୍ଚ ନେଉଥିଲେ କନିଷ୍ଠ କିରାଣୀ ଜଣଙ୍କ ।

ନାରାୟଣ ମେହେର ଏରିଅର ଟଙ୍କା ପାଇବାକୁ ଆବେଦନ କରିନଥିଲେ ମଧ୍ୟ ମିଳିନଥିଲା । ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଟଙ୍କାର ବିଶେଷ ଆବଶ୍ୟକତା ହେବାରୁ ନାରାୟଣ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣୀ ଗୋଲୋକଙ୍କୁ ଜଣାଇଥିଲେ । ଏରିଅର ଟଙ୍କା କାର୍ଯ୍ୟ ତୁରନ୍ତ କରିଦେବା ପାଇଁ କିରାଣୀଙ୍କୁ ଅନୁରୋଧ କରିଥିଲେ ନାରାୟଣ । କିନ୍ତୁ ଗୋଲକ ନାରାୟଣଙ୍କୁ ଏରିଅର ଟଙ୍କା କରାଇ ଦେବାକୁ ପ୍ରତିଶୃତି ଦେଇ ଆଉ କରିଥିଲେ ।

ଯାହା ଫଳରେ ବାରମ୍ବାର ନାରାୟଣ ଗୋଲକଙ୍କ ପାଖକୁ ଦୌଡିଥିଲେ । ଦୌଡି ଦୌଡି ନୟାନ୍ତ ହେବା ପରେ ଶେଷରେ ଗୋଲକ ନାରାୟଣଙ୍କୁ ଲାଞ୍ଚ ଦେବା ପାଇଁ କହିଥିଲେ । ନାରାୟଣ ଅନ୍ୟ ଉପାୟ ନପାଇ ଗୋଲକ ଦାବି କରିଥିବା 20 ହଜାର ଟଙ୍କାରୁ 15 ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ତେବେ ନାରାୟଣ ନିଜ ଏରିଅର ଅର୍ଥରୁ ଗୋଲକଙ୍କୁ ଲାଞ୍ଚ ଦେବାକୁ ଇଚ୍ଛା ନଥିବାରୁ ସେ ଭିଜିଲାନ୍ସ ବିଭାଗର ସାହାଯ୍ୟ ଲୋଡିଥିଲେ । ଭିଜିଲାନ୍ସ କର୍ମଚାରୀମାନେ ନାରାୟଣଙ୍କୁ ଟଙ୍କା ଦେବା ବେଳେ ଗିରଫ କରିବେ ବୋଲି ପ୍ରତିଶୃତି ଦେଇ ଯୋଜନା ପ୍ରସ୍ତୁତ କରିଥିଲେ । ଆଜି ପ୍ରାଣୀ ଚିକିତ୍ସାଳୟର କିରାଣୀ ଗୋଲୋକଙ୍କୁ ନାରାୟଣ ଲାଞ୍ଚ ଦେଉଥିବା ବେଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସାଦା ପୋଷାକରେ ଭିଜିଲାନ୍ସ କର୍ମଚାରୀ ମାନେ ଚଢାଉ କରିଥିଲେ । ଏହାପରେ ରେର୍ଡ ହ୍ୟାଣ୍ଡରେ ଗୋଲକଙ୍କୁ କାବୁ କରିଥିଲା ଭିଜିଲାନ୍ସ ।

କିଛି ଦିନ ତଳେ ଭିଜିଲାନ୍ସ ତରଭା ବ୍ଳକରେ କାର୍ଯ୍ୟରତ ଜଣେ କିରାଣୀଙ୍କୁ ଲାଞ୍ଚ ନେବା ମାମଲାରେ ଗିରଫ କରିଥିଲେ । ଗତ 15 ଦିନ ଭିତରେ ଭିଜିଲାନ୍ସ ଦୁଇ ଦୁଇଟି ଘଟଣାରେ ଦୁଇ ଜଣ କିରାଣୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇି । ଆଜିର ଘଟଣାରେ ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ମିଳିତ ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟରେ ଚଢାଉ କରି କନିଷ୍ଠ କିରାଣୀ ଗୋଲକଙ୍କୁ ଗିରଫ କରିଛନ୍ତି । ଗୋଲକଙ୍କ ପାଖରୁ 15 ହଜାର ଲାଞ୍ଚ ଟଙ୍କା ଜବତ କରାଯିବା ସହ ଏକ ମାମଲା ରୁଜୁ କରାଯାଇଛି । ଗୋଲକଙ୍କୁ ଗିରଫ କରିବା ପରେ ତାଙ୍କ ବାସଭବନରେ ଚଢାଉ କରିବା ପାଇଁ ଭିଜିଲାନ୍ସ ବିଭାଗ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଆଜି ଅପରାହ୍ନରେ ବଲାଙ୍ଗୀର ଭିଜିଲାନ୍ସ ଗୋଲକଙ୍କୁ କୋର୍ଟରେ ହାଜର କରିବେ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ସୋନପୁର

Last Updated : May 21, 2023, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.