ETV Bharat / state

ବୃଦ୍ଧ ଶ୍ରଦ୍ଧାଳୁଙ୍କ ଦଣ୍ଡବତ ଯାତ୍ରା

author img

By

Published : Jul 22, 2020, 11:03 PM IST

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ 2200 କିଲୋମିଟର ଦଣ୍ଡବତ ଯାତ୍ରା। ସିଏ ବି ପରିଣତ ବୟସରେ । ହଁ ଏକଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ସୁଦୂର ରାଜସ୍ଥାନରୁ ପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ବାହାରିଛନ୍ତି 4 ଜଣ ବୃଦ୍ଧ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ବୃଦ୍ଧ ଶ୍ରଦ୍ଧାଳୁଙ୍କ ଦଣ୍ଡବତ ଯାତ୍ରା
ବୃଦ୍ଧ ଶ୍ରଦ୍ଧାଳୁଙ୍କ ଦଣ୍ଡବତ ଯାତ୍ରା

ସୁବର୍ଣ୍ଣପୁର: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ 2200 କିଲୋମିଟର ଦଣ୍ଡବତ ଯାତ୍ରା। ସିଏ ବି ପରିଣତ ବୟସରେ । ହଁ ଏକଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ସୁଦୂର ରାଜସ୍ଥାନରୁ ପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ବାହାରିଛନ୍ତି 4 ଜଣ ବୃଦ୍ଧ ଶ୍ରଦ୍ଧାଳୁ । ବିଶ୍ବ ଶାନ୍ତି ଓ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଏହି କଷ୍ଟସାଧ୍ୟ ଦଣ୍ଡବତ ଯାତ୍ରା କରୁଛନ୍ତି ।

ବୃଦ୍ଧ ଶ୍ରଦ୍ଧାଳୁଙ୍କ ଦଣ୍ଡବତ ଯାତ୍ରା
ବୃଦ୍ଧ ଶ୍ରଦ୍ଧାଳୁଙ୍କ ଦଣ୍ଡବତ ଯାତ୍ରା
ବୃଦ୍ଧ ଶ୍ରଦ୍ଧାଳୁଙ୍କ ଦଣ୍ଡବତ ଯାତ୍ରା
ବୃଦ୍ଧ ଶ୍ରଦ୍ଧାଳୁଙ୍କ ଦଣ୍ଡବତ ଯାତ୍ରା
ବୃଦ୍ଧ ଶ୍ରଦ୍ଧାଳୁଙ୍କ ଦଣ୍ଡବତ ଯାତ୍ରା

ଗତ 3 ନଭେମ୍ବର 2019ରେ ରାଜସ୍ଥାନରୁ ବାହାରି ଚାରି ଜଣ ଶ୍ରଦ୍ଧାଳୁ ପୁରୀକୁ ଯାତ୍ରା କରୁଛନ୍ତି। ଆଜିକୁ ସାଢ଼େ ଆଠ ମାସରୁ ଅଧିକ ହେଲା ଚାଲି ଚାଲି ଯାଉଛନ୍ତି ଯେ ଥକି ନାହାନ୍ତି। ଏଯାଏ 1800 କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରି ସୁବର୍ଣ୍ଣପୁର ସହର ଅତିକ୍ରମ କରିଛନ୍ତି। ଆହୁରି ପ୍ରାୟ 400 କିଲୋମିଟର ପଥ ଅତିକ୍ରମ କରିବେ। ରାଜସ୍ଥାନର କେରଲିରୁ ବାହାରି ଚାରି ବନ୍ଧୁ ଭକ୍ତରାମ ସିଂ, ବଟୁଲାଲ, ଜୟ ସିଂ ଓ ହରିମାନ ସିଂ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଅଭିଳାଷ କରି ବାହାରି ପଡିଛନ୍ତି। ତେବେ ଶ୍ରଦ୍ଧାଳୁ ମାନେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ନ ପାରିଲେ ମନ୍ଦିର ବେଢାରେ ମୁଣ୍ଡିଆ ମାରିବେ ବୋଲି କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.