ETV Bharat / state

ବେଆଇନ ବଜ୍ରକାପ୍ତା ଡିଲ ବେଳେ ମାଡ଼ି ବସିଲା STF

author img

By

Published : Jun 20, 2022, 2:51 PM IST

ବନ୍ୟଜନ୍ତୁ ବେଆଇନ ବେପାର ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।ବଜ୍ରକାପ୍ତା ଡିଲ ସମୟରେ ମାଡି ବସିଲା ଏସଟିଏଫ ଟିମ୍‌ । ଅଧିକ ପଢନ୍ତୁ

pangolin rescue by STF and two arrest from subarnapur
ବେଆଇନ ବଜ୍ରକାପ୍ତା ଡିଲ ବେଳେ ମାଡ଼ି ବସିଲା ଏସ ଟି ଏଫ

ସୁବର୍ଣ୍ଣପୁର: ବନ୍ୟଜନ୍ତୁ ବେଆଇନ ବେପାର ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ବଜ୍ରକାପ୍ତା ଡିଲ ସମୟରେ ମାଡି ବସିଲା ଏସଟିଏଫ ଟିମ୍‌ । ନଅ କେଜି ଓଜନର ବଜ୍ରକାପ୍ତାକୁ ଜବତ କରିବା ସହିତ ଦୁଇ ଜଣ ଯୁବକକୁ ଗିରଫ କରାଯାଇଛି । ଗତକାଲି ରାତିରେ ଡୁଙ୍ଗୁରିପାଲି ସହରର ବଲାଙ୍ଗୀର ମୁଖ୍ୟରାସ୍ତା ଉପରେ ଚାଲିଥିଲା ବଜ୍ରକାପ୍ତା ଡ଼ିଲ ।

ଖବର ପାଇ ଡ଼ିଲ ସମୟରେ ଭୁବନେଶ୍ୱରର ଏସଟିଏଫ ଟିମ ମାଡି ବସିବା ସହ ଲୋଇସିଂହା ଥାନା ଶଙ୍ଖୁଆ ଗାଁର ଅଶୋକ ବିଶି(42) ଓ ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଗାଁର ଜୟ କୁମାର ପଟେଲ(37)ଙ୍କୁ ଗିରଫ କରିଥିଲା । ବଜ୍ରକାପ୍ତା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗତକାଲି ରାତି 11ଟାରେ ବିନିକା ବନବିଭାଗକୁ ହସ୍ତାନ୍ତର କରିଥିଲା ଏସଟିଏଫ ଟିମ ।

ଇଟିଭି ଭାରତ,ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.