ETV Bharat / state

ଭକ୍ତଙ୍କ ବିନା ନିରାଡମ୍ବର ଭାବେ ପାଳିତ ହେଉଛି ଶୀତଳଷଷ୍ଠୀ ଯାତ୍ରା

author img

By

Published : May 25, 2020, 3:37 PM IST

Updated : May 25, 2020, 6:01 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ଶୀତଳଷଷ୍ଠୀ ଯାତ୍ରା ନିରାଡମ୍ବର ଭାବେ ପାଳିତ ହେଉଛି । ଏଥର କେବଳ ବିବାହ ଉତ୍ସବର ରୀତିନୀତି ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଦେବୋତ୍ତର ବିଭାଗ ଓ ଯାତ୍ରା କମିଟି ପକ୍ଷରୁ ଭକ୍ତଙ୍କ ସମାଗମ ପାଇଁ ବାରଣ କରାଯାଇଛି ।

ଭକ୍ତଙ୍କ ବିନା ନିରାଡମ୍ବର ଭାବେ ପାଳିତ ହେଉଛି ଶୀତଳଷଷ୍ଠୀ ଯାତ୍ରା
ଭକ୍ତଙ୍କ ବିନା ନିରାଡମ୍ବର ଭାବେ ପାଳିତ ହେଉଛି ଶୀତଳଷଷ୍ଠୀ ଯାତ୍ରା

ସୁବର୍ଣ୍ଣପୁର: ନିରାଡମ୍ବର ଭାବେ ପାଳିତ ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ଐତିହାସିକ ଶୀତଳଷଷ୍ଠୀ ଯାତ୍ରା । ଏହି ଯାତ୍ରାର କନ୍ୟା ଖୋଜା ଓ ନିର୍ବନ୍ଧ ପର୍ବ ସମାପନ ହୋଇଥିବା ବେଳେ ଦେବ ନିମନ୍ତ୍ରଣ , ଅଳଙ୍କାର ଧାରଣ ଓ ଦେବ ଦଂପତ୍ତିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସହରର ଢେରା ପଡାର ବି ଡିଲେଶ୍ବରୀ ଏଥର କନ୍ୟାମାତା ଭାବେ ଥନାପତିପଡାର ଚନ୍ଦ୍ର ଶେଖର ମନ୍ଦିରରୁ କନ୍ୟାମାତା ପାର୍ବତୀଙ୍କୁ ବରଣ କରି ଆଣିଛନ୍ତି ।

ଭକ୍ତଙ୍କ ବିନା ନିରାଡମ୍ବର ଭାବେ ପାଳିତ ହେଉଛି ଶୀତଳଷଷ୍ଠୀ ଯାତ୍ରା

ମଙ୍ଗଳବାର ଯାତ୍ରାର ମୁଖ୍ୟ ଆକର୍ଷଣ ରାଜୁଡା ଅମଳରୁ ମହଣ ରୂପାରେ ତିଆରି ବିମାନ ,108 ଭରି ସ୍ବର୍ଣ୍ଣ ନାଗ ଓ ଦେବ ଦଂପତ୍ତିଙ୍କ ଅଳଙ୍କାର ଜିଲ୍ଲା କୋଷାଗାରରୁ ବାହାର କରାଯିବ । ପ୍ରତିବର୍ଷ ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ସହିତ ଦେବୀ କନ୍ୟା ପାର୍ବତୀଙ୍କ ସହିତ ବହୁ ଆଡମ୍ବରରେ ପାଳିତପାଳିତ ହୋଇ ଆସୁଛି । ହେଲେ ଏଥର କେବଳ ବିବାହ ଉତ୍ସବର ରୀତିନୀତି ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଦେବୋତ୍ତର ବିଭାଗ ଓ ଯାତ୍ରା କମିଟି ପକ୍ଷରୁ ଭକ୍ତଙ୍କ ସମାଗମ ପାଇଁ ବାରଣ କରାଯାଇଛି । କୋରୋନା ଗାଇଡଲାଇନକୁ ଉଲ୍ଲଂଘନ ନକରି ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ବିବାହ ଉତ୍ସବ ପାଳନ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : May 25, 2020, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.