ETV Bharat / state

ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ସନ୍ଥକବିଙ୍କ ସମାଧି ପୀଠ

author img

By

Published : May 1, 2023, 1:35 PM IST

ସନ୍ଥକବିଙ୍କ ସମାଧି ପୀଠରେ ପର୍ଯ୍ୟଟକଙ୍କ ରାତ୍ରି ଯାପନ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକଙ୍କ ଦାବି । ଅଧିକ ପଢନ୍ତୁ

santha kabi bhima bhoi pitha neglected
santha kabi bhima bhoi pitha neglected

santha kabi bhima bhoi pitha neglected

ସୋନପୁର:''ମୋ ଜୀବନ ପଛେ ନର୍କେ ପଡ଼ିଥାଉ , ଜଗତ ଉଦ୍ଧାର ହେଉ " ଏଭଳି ସହସ୍ରାଧିକ କାଳଜୟୀ ପଂକ୍ତିର ରଚୟିତା ସନ୍ଥ କବି ଭୀମଭୋଇଙ୍କ ପୀଠ ଆଜି ଅବହେଳିକା ଅବସ୍ଥାରେ । ସୋନପୁରରେ ଥିବା ସନ୍ଥ କବିଙ୍କ ସମାଧି ପୀଠ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ଯାହାଙ୍କ କାବ୍ୟ କବିତା ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ମାନବ ସମାଜକୁ ଏକ ଦିଗ ଦେଖାଇଥିଲା ତାଙ୍କ ପୁଣ୍ୟ ପୀଠର ଆଜି ପର୍ଯ୍ୟନ୍ତ ବିକାଶ ହୋଇ ପାରୁନାହିଁ ।

ଜିଲ୍ଲାର ଖାଲିଆପାଲିରେ ରହିଛି ସନ୍ଥ କବି ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧି ପୀଠ। ସନ୍ଥ କବି ଏଠାରେ ଏକ ଆଶ୍ରମ ପ୍ରତିଷ୍ଠା କରି ସାଧନା କରିଥିଲେ । ସାଧନା କାଳରେ ଶିଷ୍ୟ ହରି ପଣ୍ଡା ,ବସୁ ପଣ୍ଡା ଆଦି ସନ୍ଥ କବିଙ୍କ ମୁଖ ନିସୃତ କାବ୍ୟ କବିତାକୁ ଲେଖୁଥିଲେ । ସନ୍ଥ କବିଙ୍କ କାବ୍ୟ କବିତାରେ ମାନବବାଦର ସ୍ୱର ଦେଖିବାକୁ ମିଳେ ଯାହା ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ତେବେ ସନ୍ଥ କବିଙ୍କ ଏହି ଆଶ୍ରମରେ ପ୍ରତିବର୍ଷ ମାଘମେଳା ପାଳିତ ହୋଇ ଆସୁଛି ।

ଏହା ମଧ୍ୟ ପଢନ୍ତୁ-ପୁଅର ମୃତ୍ୟୁ ଖବର ଶୁଣି ବାପାର ଉଡିଗଲା ପ୍ରାଣବାୟୁ, ଏକାଠି ଜଳିଲା ଜୁଇ

ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ପଡୋଶୀ ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡ ଆଦି ଅଞ୍ଚଳରୁ ହଜ଼ାରହଜ଼ାର ପର୍ଯ୍ୟଟକ ଓ ମହିମା ଗୋସାଇଁଙ୍କ ଶ୍ରଦ୍ଧାଳୁଙ୍କ ଏଠାକୁ ସୁଅ ଛୁଟିଥାଏ । ମେଳା ଅବସରରେ ପୀଠରେ ଆୟୋଜିତ ହୋଇଥାଏ ସାରସ୍ୱତ ସାହିତ୍ୟ ସମାରୋହ। ହେଲେ ମନ୍ଦିରକୁ ବାଦ ଦେଲେ ଏହି ଆଶ୍ରମର ବିଶେଷ ଉନ୍ନତିକରଣ କରାଯାଇ ପାରି ନାହିଁ । ପର୍ଯ୍ୟଟକଙ୍କ ରାତ୍ରି ଯାପନ ଓ ରହଣୀର ସୁବିଧା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରି ନାହିଁ । ତେଣୁ ଏହି ପୂଣ୍ୟ ପୀଠର ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ଦାବି ହେଉଛି । ବିଶେଷକରି ସନ୍ଥକବିଙ୍କ ଅପ୍ରକାଶିତ ପଣ୍ଡୁଲିପି ଗୁଡିକର ପ୍ରକାଶନ ସହିତ ଏହି ପୀଠର ବିକାଶ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ଏହା ମଧ୍ୟ ପଢନ୍ତୁ-ଜୀବିତ ନବଜାତକକୁ ମୃତ ଘୋଷଣା କଲେ ଡାକ୍ତର, ହସ୍ପିଟାଲରେ ଉତ୍ତେଜନା

ସନ୍ଥକବି ଭୀମଭୋଇ ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ' କବିତା ଅନ୍ୟତମ ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.