ETV Bharat / state

କାଲିଠୁ ଆରମ୍ଭ ହେବ ପୁରନ୍ଦର ନାଟ ମହୋତ୍ସବ

author img

By ETV Bharat Odisha Team

Published : Jan 18, 2024, 8:30 PM IST

କାଲିଠାରୁ ଆରମ୍ଭ ହେବ ପୁରନ୍ଦର ନାଟ ମହୋତ୍ସବ
କାଲିଠାରୁ ଆରମ୍ଭ ହେବ ପୁରନ୍ଦର ନାଟ ମହୋତ୍ସବ

Purandar Natya Mahotsav: ପୁରନ୍ଦର ବାରିକ ସ୍ମୃତି କମିଟିକୁ ଆରମ୍ଭ ହେବ ତିନି ଦିନିଆ ନାଟ ମହୋତ୍ସବ । ଗଡଜାତର ପାଟ ଢୋଲିଆ ସ୍ବର୍ଗତ ପୁରନ୍ଦର ବାରିକଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ଏହା ଆୟୋଜିତ ହେଉଛି । ଅଧିକ ପଢନ୍ତୁ

କାଲିଠାରୁ ଆରମ୍ଭ ହେବ ପୁରନ୍ଦର ନାଟ ମହୋତ୍ସବ

ସୁବର୍ଣ୍ଣପୁର: ଆସନ୍ତାକାଲି ଠାରୁ ଆରମ୍ଭ ହେବା ସୋନପୁର ଗଡଜାତରେ ଆୟୋଜିତ ହେବ ପୁରନ୍ଦର ନାଟ ମହୋତ୍ସବ । ଏହା ତିନି ଦିନ ଧରି ଚାଲିବ । ଏଥିରେ ୭ଟି ନାଟକ ଅନୁଷ୍ଠାନ ସାମିଲ ହେବେ ବୋଲି ସୂଚନା ମିଳିଛି । ଲୋକ ସଂସ୍କୃତିକୁ ସୋନପୁର ଗଡଜାତରେ ବଞ୍ଚାଇ ରଖିବା ପାଇଁ ପୁରନ୍ଦର ସ୍ମୃତି କମିଟି ପକ୍ଷରୁ ଅୟୋଜନ କରାଯାଉଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରନ୍ଦର ସ୍ମୃତି କମିଟି ସୂଚନା ଦେଇଛି ।

ସୋନପୁର ସହରର ରୟାଲ ପଡିଆ ଠାରେ ତିନି ଦିନ ଧରି ଏହି ନାଟ ମହୋତ୍ସବରେ ଚାଲିବାକୁ ଥିବାବେଳେ ପଶ୍ଚିମ ଓଡିଶାର ୭ଟି ନାଟକ ଅନୁଷ୍ଠାନ ନିଜ ନିଜର ନାଟକ ପରିବେଷଣ କରିବେ । ଲୋକ ସଂସ୍କୃତିକୁ ସୋନପୁର ଗଡଜାତରେ ବଞ୍ଚାଇ ରଖିବା ପାଇଁ ପୁରନ୍ଦର ନାଟ ମହୋତ୍ସବରେ ପଶ୍ଚିମ ଓଡ଼ିଶାର ବଛା ବଛା ନାଟ୍ୟ ଅନୁଷ୍ଠାନ ଲୋକ ସଂସ୍କୃତି ବିଷୟ ବସ୍ତୁ ଉପରେ ଆଧାରିତ ନାଟକ ପରିବେଷଣ କରାଯିବ । ତେବେ ଉଦଘାଟନୀ ଉତ୍ସବରେ ଭବାନୀପାଟଣାର କାରୁଣ୍ୟ ନାଟ୍ୟ ଅନୁଷ୍ଠାନ ଝରକା ନାଟକ ପରିବେଷଣ କରିବେ । ସେହିପରି ସନ୍ଧ୍ୟାର ଦ୍ଵିତୀୟ ନାଟକ ରଙ୍ଗଭୂମି ପଦ୍ମପୁରର ଲୁ ଅନୁଷ୍ଠାନ ପରିବେଷଣ କରିବେ ବୋଲି ସୂଚନା ମିଳିଛି ।

ଦ୍ଵିତୀୟ ସନ୍ଧ୍ୟାରେ ସେହିପରି ଦୁଇଟି ନାଟକ ପାଚେନ ଓ ଟୁକୁ ଯଥାକ୍ରମେ ବେଳପାହାଡ଼ର ମିରର ଥିଏଟର ଓ ସୁବର୍ଣ୍ଣପୁର ବଡକର୍ଲେର ବୀଣାପାଣି ସାହିତ୍ୟ କଳା ସଂସଦର କଳାକାର ମାନେ ପରିବେଷଣ କରିବେ । ଉଦଯାପନୀ ସନ୍ଧ୍ୟାରେ ତିନୋଟି ନାଟକ ପରିବେଷଣ କରାଯିବ । ପ୍ରଥମ ନାଟକ ମଧୁବିଦ୍ୟା ନୂଆଁପଡାର ଜ୍ଞାନଦୋୟ ଅନୁଷ୍ଠାନର କଳାକାର ମାନେ ପରିବେଷଣ କରିବେ ବୋଲି କହିଛନ୍ତି କମିଟି ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ ......ନଗର ବୁଲିଲେ ମହାରାଜା କଂସ, ଅପରିଷ୍କାର ବସଷ୍ଟାଣ୍ଡ ନେଇ 20 ଲକ୍ଷ ସ୍ବର୍ଣ୍ଣମୁଦ୍ରାରେ କଲେ ଦଣ୍ଡିତ

ଦ୍ଵିତୀୟ ନାଟକ ସମ୍ବଲପୁର ଶ୍ରୀକଲଚରାଲ ଏସୋସିଏସନ କେଡା ନାଟକ ଓ ଅନ୍ତିମରେ ପଦ୍ମପୁରର ଅବର୍ଣିଗୁଡା ଅନୁଷ୍ଠାନ ଟିକଟ ପରିବେଷଣ କରାଯିବ । ତେବେ ପ୍ରତିଦିନ ସନ୍ଧ୍ୟାରେ 6 ଘଣ୍ଟା 30 ମିନିଟରୁ ଆରମ୍ଭ ହୋଇ ରାତ୍ର 10 ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ସହରର ରୟାଲ ପଡ଼ିଆ ଠାରେ ହେବାକୁ ଥିବା ଏହି ନାଟକ ମହୋତ୍ସବରେ ଦେଖଣାହାରୀ ଓ କଳାକାରମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଆଜି ସହରର ପ୍ରୋଗ୍ରେସ ଇନ୍ ସମ୍ବିଳନୀ କକ୍ଷରେ ପୁରନ୍ଦର ବାରିକ ସ୍ମୃତି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷର ଏହି ନାଟ ମହୋତ୍ସବରେ ସୋନପୁର ଗଡଜାତବାସୀ ଲୋକ ସଂସ୍କୃତି ଉପରେ ଆଧାରିତ ନାଟକ ମାଧ୍ୟମରେ ଗଡଜାତର ପାଟ ଢୋଲିଆ ପୁଣ୍ୟାତ୍ମା ସ୍ବର୍ଗତ ପୁରନ୍ଦର ବାରିକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବାର ସୁଯୋଗ ସୃଷ୍ଟି କରାଯାଇଥିବାରୁ ପୁରନ୍ଦର ବାରିକ ସ୍ମୃତି କମିଟିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.