ETV Bharat / state

ଘରପାଖେ ବୁଲୁଥିଲା ବଜ୍ରକାପ୍ତା, ଉଦ୍ଧାର କଲା ବନବିଭାଗ

author img

By

Published : Mar 2, 2022, 5:34 PM IST

ସୁବର୍ଣ୍ଣପୁର ଜିଲ୍ଲାରୁ ବଜ୍ରକାପ୍ତା ଉଦ୍ଧାର । ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗ୍ରାମର ଯୋଗୀନ୍ଦ୍ରଙ୍କ ଘରୁ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ । ଅଧିକ ପଢନ୍ତୁ

ଘରପାଖେ ବୁଲୁଥିଲା ବଜ୍ରକାପ୍ତା, ଉଦ୍ଧାରଲା ବନବିଭାଗ
ଘରପାଖେ ବୁଲୁଥିଲା ବଜ୍ରକାପ୍ତା, ଉଦ୍ଧାରଲା ବନବିଭାଗ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକର ଚନ୍ଦଲି ଗ୍ରାମର ଯୋଗୀନ୍ଦ୍ରଙ୍କ ଘରୁ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ । ସୂଚନାଅନୁସାରେ, ଚନ୍ଦଲି ଗ୍ରାମରେ ବଜ୍ରକାପ୍ତାଟି ଯୋଗୀନ୍ଦ୍ରଙ୍କ ଘର ପାଖରେ ବୁଲୁଥିବା ସେ ଦେଖିବାକୁ ପାଇଥିଲେ ।

ଘରପାଖେ ବୁଲୁଥିଲା ବଜ୍ରକାପ୍ତା, ଉଦ୍ଧାରଲା ବନବିଭାଗ

ଯୋଗୀନ୍ଦ୍ର ବଜ୍ରକାପ୍ତାଟିକୁ ଦାଣ୍ଡରୁ ଘଉଡେଇ ଆଣି ନିଜ ବାହାର ଘରେ ରଖିଥିଲେ । ବିନିକା ରେଞ୍ଜ ବନ କର୍ମଚାରୀମାନଙ୍କୁ ଖବର ଦେବା ପରେ ବନ କର୍ମଚାରୀମାନେ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ପରେ ବଜ୍ରକାପ୍ତାଟିକୁ ନେଇ ନିକଟସ୍ଥ ବିନିକା ରେଞ୍ଜ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.