ETV Bharat / state

ପାଚିକା ସହାୟିକା ସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ୧୦ ଦଫା ଦାବିପତ୍ର

author img

By ETV Bharat Odisha Team

Published : Oct 11, 2023, 10:09 PM IST

ସୁବର୍ଣ୍ଣପୁରରେ ପାଚିକା ସହାୟିକା ସଂଘ ବିକ୍ଷୋଭ । ଜିଲ୍ଲାପାଳଙ୍କୁ 10 ଦଫା ଦାବିପତ୍ର ପ୍ରଦାନ । ଦାବି ପୂରଣ ନହେଲେ ଆନ୍ଦୋଳନର ଚେତାବନୀ । ଅଧିକ ପଢନ୍ତୁ

ପାଚିକା ସହାୟିକା ସଂଘର ବିକ୍ଷୋଭ ,ଜିଲ୍ଲାପାଳଙ୍କୁ ୧୦ ଦଫା ଦାବିପତ୍ର
ପାଚିକା ସହାୟିକା ସଂଘର ବିକ୍ଷୋଭ ,ଜିଲ୍ଲାପାଳଙ୍କୁ ୧୦ ଦଫା ଦାବିପତ୍ର

ପାଚିକା ସହାୟିକା ସଂଘର ବିକ୍ଷୋଭ ,ଜିଲ୍ଲାପାଳଙ୍କୁ ୧୦ ଦଫା ଦାବିପତ୍ର

ସୁବର୍ଣ୍ଣପୁର: ଜିଲ୍ଲା ପାଚିକା ସହାୟିକା ସଂଘ ପକ୍ଷରୁ ବିଭିନ୍ନ ସମ୍ଯାକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ସଂଘର ସଭାନେତ୍ରୀ ମମତା ମାଝୀଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକ ସଂଘର କାର୍ଯ୍ୟକର୍ତା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ 10 ଦଫା ଦାବିପତ୍ର ଦେଇଛନ୍ତି । ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ଆଗରେ ବହୁବାର ଉପସ୍ଥାପନ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ସଂଘ ।

ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ପାଚିକମାନଙ୍କୁ ଦରମା ପ୍ରାଦାନ କରୁଥିବାବେଳେ ସେମାନଙ୍କ ପ୍ରତି ଅବହଳା କରାଯାଉଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର 40 ପ୍ରତିଶତ ଓ କେନ୍ଦ୍ର ସରକାର 60 ପ୍ରତିଶତ ମଜୁରୀ ପ୍ରଦାନ କରୁଥିବାବେଳେ 2018 ମସିହାରୁ କେନ୍ଦ୍ର ସରକାର 60 ପ୍ରତିଶତ ଅର୍ଥ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି । ତେବେ ପାଚିକାମାନଙ୍କ ଅଧିକାର ପାଇଁ ସଂଘ ପକ୍ଷରୁ ସରକାରଙ୍କୁ 10 ଦଫା ଦାବି ପ୍ରଦାନ କରାଯିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କାଯାଇଛି ।

ଏହା ମଧ୍ୟ ପଢନ୍ତୁ..ପାଚିକା ସହାୟିକା ସଂଘର ବିକ୍ଷୋଭ, ଦାବି ପୂରଣ ନ ହେଲେ ଜାରି ରହିବ ଆନ୍ଦୋଳନ

ପାଚିକା ସହାୟିକା ସଂଘର 10 ଦଫା ଦାବି

ପାଚକ ପାଚିକା ସରକାରୀ ମାନ୍ୟତା ପ୍ରଦାନ କରିବା ସହିତ ନିଯୁକ୍ତି ପତ୍ର ପ୍ରଦାନ କରିବା ,ଦୈନିକ ସର୍ବନିମ୍ନ ମଜୁରୀ 331 ଟଙ୍କା ପ୍ରଦାନ କରିବା ସହିତ ମାସିକ ଦଶ ହଜାର ଦଶ ଟଙ୍କା ପ୍ରଦାନ କରିବା, 2018 ମସିହାରୁ ଲାଗୁ କରାଯାଇଥିବା ବର୍ଦ୍ଧିତ ଦରମା ମାସିକ ୨ ହଜାର ଟଙ୍କା ଲେଖାଏଁ ମୋଟ 36 ହଜାର ଟଙ୍କା ତୁରନ୍ତ ପ୍ରଦାନ କରିବା ,ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା , ସରକାରୀ ସ୍ବାସ୍ଥ୍ୟ ଚିକିତ୍ସା ସହାୟତା ପ୍ରଦାନ କରିବା ସହିତ ଜୀବନ ବୀମା ଲାଗୁ କରିବା, ବିଦ୍ୟାଳୟ କମିଟି ପାଚକ ପାଚିକାଙ୍କୁ ନିଯୁକ୍ତି କରିବା ଓ ଛଟେଇ କରିବା ବ୍ୟବସ୍ଥାକୁ ସିଧାସଳଖ ଶିକ୍ଷା ବିଭାଗ ନିଜ ନିୟନ୍ତ୍ରଣରେ ରଖିବା, ପାଚିକାମାନଙ୍କୁ ଭବିଷ୍ୟତ ନିଧି ଯୋଜନାରେ ସାମିଲ କରିବା, 60 ବର୍ଷ ପରେ ଅବସର ଗ୍ରହଣ କରୁଥିବା ପାଚିକାମାନଙ୍କୁ ଅବସରକାଳୀନ ପେନସନ ଓ ଭତ୍ତା ପ୍ରଦାନ କରିବା ,ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ମାସିକ ମଜୁରୀ ପ୍ରଦାନ କରିବା ସହିତ ଖରା ଛୁଟିରେ ଦରମା ପ୍ରଦାନ କରିବା ଆଦି ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଯଦି ଦାବି ପୂରଣ ନ କରାଯାଏ ତାହାଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.