ETV Bharat / state

ପୁରା ଉଁଆସ ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର, ସାଂସାରିକ ଜୀବନ ବିଷୟରେ ଜାଣିବେ ଶିଶୁ

author img

By

Published : Sep 6, 2021, 12:56 PM IST

ଆଉ ଦିନକ ପରେ ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା । ଏଦି ଦିନ ସୋନପୁର ଗଡଜାତରେ ପାଳିତ ହୁଏ ପୁରା ଉଆଁସ ପର୍ବ । ଛୋଟ ଛୋଟ ପିଲାମାନେ ଆଗାମୀ ଭବିଷ୍ୟତ ସଂସାରର ଚଳଣୀକୁ ଖେଳ ମାଧ୍ୟମରେ ଶିକ୍ଷା ଗ୍ରହଣ କରିଥାନ୍ତି । ଅଧିକ ପଢନ୍ତୁ...

ପୁରା ଉଁଆସ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ଉତ୍ସାହିତ ପିଲାମାନେ
ପୁରା ଉଁଆସ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ଉତ୍ସାହିତ ପିଲାମାନେ

ସୁବର୍ଣ୍ଣପୁର: ଆଉ ଦିନକ ପରେ ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା । ଏଦି ଦିନ ସୋନପୁର ଗଡଜାତରେ ପାଳିତ ହୁଏ ପୁରା ଉଆଁସ ପର୍ବ । ଛୋଟ ଛୋଟ ପିଲାମାନେ ଆଗାମୀ ଭବିଷ୍ୟତ ସଂସାରର ଚଳଣୀକୁ ଖେଳ ମାଧ୍ୟମରେ ଶିକ୍ଷା ଗ୍ରହଣ କରିଥାନ୍ତି । ଏହି ଦିନ ମା’ ମାନେ ଝିଅମାନଙ୍କ ପାଇଁ ମାଟି ତିଆରି କୁଣ୍ଢିକାଞ୍ଚି ଖେଳିବା ପାଇଁ ଦେଇଥାନ୍ତି ତ ପୁଅପିଲାମାନେ କାଠ ତିଆରି ହାତୀଘୋଡା ଖେଳିଥାନ୍ତି । ତେବେ ସାଂସାରିକ ଜୀବନ ଜିଇଁବା ପାଇଁ ପିଲାଟି ଦିନରୁ ମା ବାପା ମାନେ ପୁଅଝିଅକୁ ଏହି ପର୍ବ ମାଧ୍ୟମରେ ଶିକ୍ଷା ଦେଇଥାନ୍ତି ।

ପୁରା ଉଁଆସ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ଉତ୍ସାହିତ ପିଲାମାନେ

ଗତ ବର୍ଷ କୋରୋନା କଟକଣା ଭିତରେ ପିଲାମାନେ ଏହି ଖେଳ ଖେଳିବାରୁ ବଞ୍ଚିତ ହୋଇଥିବା ବେଳେ ମହାରଣା କାରିଗରମାନଙ୍କ ଜୀବନ ଜୀବିକା ବି ପ୍ରଭାବିତ ହୋଇଥିଲା । କିନ୍ତୁ ଏବେ ଧିରେ ଧିରେ ଜନସାଧାରଣଙ୍କ ମନରୁ କୋରୋନାର ଭୟ ଦୂରେଇ ଯାଉଥିବାରୁ ସମାଜ ବ୍ୟବସ୍ଥା ବି ଧିରେ ଧିରେ ସ୍ବାଭାବିକ ହେଉଛି । ହେଲେ ଏବେ ବି ସାପ୍ତାହିକ ବଜାର ବସୁ ନ ଥିବା ବେଳେ ଦୈନିକ ବଜାର ଓ ରାସ୍ତାକଡ ବଜାରରେ କାରିଗରମାନେ ହାତୀଘୋଡା ବିକ୍ରୀ କରୁଛନ୍ତି ।

ସାରା ପଶ୍ଚିମ ଓଡିଶାରେ ଏହି ପୁରା ଉଆଁସ ପର୍ବ ପାଳନ କରାଯାଏ । କିନ୍ତୁ ସପ୍ତପୁରୀ ଅମାବାସ୍ୟାରେ ସୁବର୍ଣ୍ଣପୁରରେ ହନୁମାନ ପୋଡି ଉତ୍ସବ ଏହି ପର୍ବକୁ ଏକ ସ୍ବତନ୍ତ୍ର ସ୍ଥାନ ଦେଇ ପାରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.