ETV Bharat / state

ବ୍ୟାପକ ଜଙ୍ଗଲ କ୍ଷୟ, ସଲାସୁତରାରେ ଚାଲିଛି କାଠ ବେପାର

author img

By

Published : Apr 17, 2021, 12:32 PM IST

ବନ ବିଭାଗ ପୁରୁଣା ଜଙ୍ଗଲର ପୁନଃରୁଦ୍ଧାର କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ଏହି ସେକ୍ସନ ଅଧୀନରେ କିଛି ନୂଆ ଚାରା ଲଗାଯାଇଥିଲା । ଅଧିକ ପଢନ୍ତୁ...

ବ୍ୟାପକ ଜଙ୍ଗଲ କ୍ଷୟ , ସଲାସୁତରାରେ ଚାଲିଛି କାଠ ବେପାର
ବ୍ୟାପକ ଜଙ୍ଗଲ କ୍ଷୟ , ସଲାସୁତରାରେ ଚାଲିଛି କାଠ ବେପାର

ସୁବର୍ଣ୍ଣପୁର:ବିନିକା ବନାଞ୍ଚଳର ସିଂହୀଯୁବା ସେକ୍ସନ ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ପରିମାଣରେ ଗଛ କଟା ଚାଲିଛି। ବନ ବିଭାଗ ପୁରୁଣା ଜଙ୍ଗଲର ପୁନଃରୁଦ୍ଧାର କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏହି ସେକ୍ସନ ଅଧୀନରେ କିଛି ନୂଆ ଚାରା ଲଗାଯାଇଥିଲା ।

ବ୍ୟାପକ ଜଙ୍ଗଲ କ୍ଷୟ , ସଲାସୁତରାରେ ଚାଲିଛି କାଠ ବେପାର

ତେବେ ଗଛ ଗୁଡିକ ଆଖି ଦୃଶିଆ ହେବା ପରେ କିଛି ଅସାମାଜିକ ଲୋକ ବ୍ୟାପକ ପରିମାଣରେ ଗଛ କାଟି ଚାଲିଛନ୍ତି। ଗଛ ବେପାରୀ ମାନେ ବଳୀ ଗୁଡ଼ିକ କାଟି ଜଙ୍ଗଲରେ ହିଁ ସାଇତି ରଖୁଛନ୍ତି । ତେବେ ସମୟ ସୁବିଧା ଦେଖି ଜଙ୍ଗଲରୁ ବଳୀ ଗୁଡିକ ପାର କରୁଥିବା ଜଣାପଡିଛି।

ଏହି ବେଆଇନ ଗଛ କଟା ଓ ବେପାରର କିଛି ବନ ବିଭାଗର କର୍ମଚାରୀ ସାମିଲ ହୋଇଥିବା ଅଭିଯୋଗ ହେଉଛି । ତୁରନ୍ତ ବନ ବିଭାଗ ସକ୍ରିୟ ହୋଇ ଜଙ୍ଗଲର ସୁରକ୍ଷା କରିବା ସହିତ ଦୋଷୀ ବନ କର୍ମଚାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଲେ ଏହାର ପ୍ରତିବାଦରେ ଆନ୍ଦୋଳନ କରାଯିବ ବୋଲି ସ୍ବେଚ୍ଛାସେବୀ ବଳଦେବ ବେଦବାଗ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.