ETV Bharat / state

ଧାନ ବିକ୍ରି ସମସ୍ୟାକୁ ନେଇ କଂଗ୍ରେସର ରାସ୍ତା ଅବରୋଧ

author img

By

Published : Jun 30, 2021, 1:59 PM IST

କଂଗ୍ରେସ ପକ୍ଷରୁ ବିନିକା ସହରକୁ ପ୍ରବେଶ ରାସ୍ତା ଅବରୋଧ । ରବି ଋତୁ ଧାନ ବିକ୍ରି ସମସ୍ୟାକୁ ନେଇ ଏହି ଆନ୍ଦୋଳନ କରାଯାଇଛି। ଅଧିକ ପଢନ୍ତୁ....

congress protest in subarnapur
ଧାନ ବିକ୍ରି ସମସ୍ୟାକୁ ନେଇ କଂଗ୍ରେସ କରିଛି ରାସ୍ତା ଅବରୋଧ

ସୁବର୍ଣ୍ଣପୁର: ଜିଲ୍ଲା କଂଗ୍ରେସ ପକ୍ଷରୁ ବିନିକା ସହରକୁ ପ୍ରବେଶ ରାସ୍ତା ଅବରୋଧ କରାଯାଇଛି। ଜିଲ୍ଲାରେ ରବି ଋତୁ ଧାନ ବିକ୍ରି ସମସ୍ୟାକୁ ନେଇ ଏହି ଆନ୍ଦୋଳନ କରାଯାଇଛି। ଗତ ରବି ଋତୁରେ ଆରମ୍ଭରୁ ଧାନ ବିକ୍ରିରେ ଅବ୍ୟବସ୍ଥା ଲାଗି ରହିଥିଲା। କଂଗ୍ରେସ ଦଳ ପକ୍ଷରୁ ଚାଷୀ ସମସ୍ୟା ସମାଧାନ ଦାବିରେ ବାରମ୍ବାର ଆନ୍ଦୋଳନ କରାଯାଇଛି ।

ଧାନ ବିକ୍ରି ସମସ୍ୟାକୁ ନେଇ କଂଗ୍ରେସ କରିଛି ରାସ୍ତା ଅବରୋଧ

ଏପରିକି ଗତ ଆଠ ଦିନ ହେଲା ବିନିକା ତହସିଲ କାର୍ଯ୍ୟାଳୟ ଆଗରେ କଂଗ୍ରେସ ଆନ୍ଦୋଳନ ଜାରି ରଖିଛି। କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଧାରଣା ବି ଦିଆଯାଇଥିଲା। ତେବେ ଧାନ ବିକ୍ରିବଟା ସମସ୍ୟାର କୌଣସି ସମାଧାନ ନ ହେବାରୁ ଆଜି ପୁଣି ବାଧ୍ୟ ହୋଇ କଂଗ୍ରେସ କର୍ମୀମାନେ ବିନିକା ସହରର ପ୍ରବେଶ ରାସ୍ତା ଅବରୋଧ କରିଛନ୍ତି।

ରାସ୍ତା ଅବରୋଧ ଫଳରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଚାଷୀଙ୍କ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଜିଲ୍ଲା କଂଗ୍ରେସ ଚେତାବନୀ ଦେଇଛି। ରାସ୍ତା ଅବରୋଧ ହଟେଇବାକୁ ସ୍ଥାନୀୟ ତହସିଲଦାର କଂଗ୍ରେସ କର୍ମୀଙ୍କ ସହିତ ଆଲୋଚନା କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.