ETV Bharat / state

ମହାନଦୀ ଗର୍ଭରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଦାବି

author img

By

Published : May 27, 2022, 2:59 PM IST

ସୁବର୍ଣ୍ଣପୁରରେ ଚଳିତ ଥର ଅଧିକାଂଶ ଦିନ ତାପମାତ୍ରା ରେକର୍ଡ କରିଛି । ଫଳରେ ମହାନଦୀର ଜଳଧାରଣ କ୍ଷମତା ବଢାଇବା ପାଇଁ ମହାନଦୀ ଗର୍ଭରେ ବିଭିନ୍ନ ସ୍ଥାନରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ BJP ଦାବି କରିଛି । ଅଧିକ ପଢନ୍ତୁ

ମହାନଦୀ ଗର୍ଭରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଦାବି
ମହାନଦୀ ଗର୍ଭରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଦାବି

ସୁବର୍ଣ୍ଣପୁର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଚାଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ସୁବର୍ଣ୍ଣପୁରରେ ଚଳିତଥର ଅଧିକାଂଶ ଦିନ ତାପମାତ୍ରା ରେକର୍ଡ କରିଛି । କିଛି ବର୍ଷ ପୂର୍ବରୁ ସୁବର୍ଣ୍ଣପୁର ଗ୍ରୀଷ୍ମ ବେଶ ଆରାମ ଦାୟକ ଭାବେ ପରିଚୟ ପାଇଥିବା ବେଳେ ଏବେ କିନ୍ତୁ ତତଲା ସ୍ଥାନରେ ପରିଣତ ହୋଇଛି । ଫଳରେ ମହାନଦୀର ଜଳଧାରଣ କ୍ଷମତା ବଢାଇବା ପାଇଁ ମହାନଦୀ ଗର୍ଭରେ ବିଭିନ୍ନ ସ୍ଥାନରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ BJP ଦାବି କରିଛି ।

ମହାନଦୀ ଗର୍ଭରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଦାବି

ରାଜ୍ୟ ସରକାର ଗ୍ରୀନ ମହାନଦୀ ଯୋଜନାରେ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହି ଯୋଜନା ଫେଲ୍‌ ମାରିଛି । ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ରାଶି ଓ ପାହାଡ ସଦୃଶ ପଥର ଯୋଗୁଁ ସହରରେ ଉତ୍ତାପ ବୃଦ୍ଧି ପାଉଛି । ତେବେ ତ୍ରୀବେଣୀ ସଙ୍ଗମ ରାମେଶ୍ବର ଘାଟରେ ବ୍ୟାରେଜ ନିର୍ମାଣ କରାଗଲେ ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି ହେବା ସହିତ ତାପମାତ୍ରା ହ୍ରାସ ହେବ ବୋଲି ବିଜେପି ଦାବି କରିଛି ।

ମହାନଦୀର ଉପର ମୁଣ୍ଡରେ ଅନେକ ଗୁଡିଏ ବ୍ୟାରେଜ ଯୋଗୁଁ ଗ୍ରୀଷ୍ମରେ ମହାନଦୀ ଶୁଖିଲା ପଡିଛି । ଧାରେ ଦୁଇ ଧାର ପାଣି ପ୍ରବାହିତ ହେଉଛି ମହାନଦୀରେ । ଫଳରେ ମହାନଦୀର ବିକିରଣ ଗ୍ରୀଷ୍ମରେ ସୁବର୍ଣ୍ଣପୁରକୁ ଦେଶର ଉତ୍ତପ୍ତ ସହର ଭାବେ ପରିଣତ କରିଛି । ମହାନଦୀରେ ଆନିକଟ ଓ ବ୍ୟାରେଜ ତିଆରି ହେଲେ ଜଳାଭାବ ଦୂର ହେବା ସହିତ ଗ୍ରୀଷ୍ଣରେ ସୁବର୍ଣ୍ଣପୁର ପୁଣି ଆରାମ ଦାୟକ ସହର ଭାବେ ପରିଣତ ହେବ ବୋଲି ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.