ETV Bharat / state

ଶୀତଳଷଷ୍ଠୀ ଯାତ୍ରା ପାଇଁ ସୁବର୍ଣ୍ଣପୁରରେ ଧାର୍ଯ୍ୟ ହେଲା ତାରିଖ

author img

By

Published : May 23, 2020, 3:35 PM IST

ଦେଶରେ କୋରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଜାରି ରହିଛି । ଏହି ସମୟରେ ସାମାଜିକ ଦୂରତାକୁ ପାଳନ କରି ଜନ ସମାଗମ ବାରଣ କରିଛି । ଏମତିି ପରିସ୍ଥିତିରେ ଶୀତଳଷଷ୍ଠୀ ପଡୁଥିବାବେଳେ କମ ଲୋକଙ୍କୁ ନେଇ ଏଥର ଅନୁଷ୍ଠିତ ହେବ ଶିବ ବିବାହ ଅନୁଷ୍ଠିତ । ଅଧିକ ପଢନ୍ତୁ...

ଶୀତଳଷଷ୍ଠୀ ଯାତ୍ରୀ ପାଇଁ ସୁବର୍ଣ୍ଣପୁରରେ ଧାର୍ଯ୍ୟ ହେଲା ତାରିଖ
ଶୀତଳଷଷ୍ଠୀ ଯାତ୍ରୀ ପାଇଁ ସୁବର୍ଣ୍ଣପୁରରେ ଧାର୍ଯ୍ୟ ହେଲା ତାରିଖ

ସୁବର୍ଣ୍ଣପୁର: ଜିଲ୍ଲା ଦେବୋତ୍ତର ବିଭାଗ ଏଥର ନିରାଡ଼ମ୍ବର ଭାବେ ଶୀତଳଷଷ୍ଠୀ ଯାତ୍ରା ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଗାମୀ 25 ତାରିଖରୁ 28 ତାରିଖ ଯାଏଁ ଯାତ୍ରା ପାଳନ କରିବାକୁ ସ୍ଥିର ହୋଇଛି। ଚନ୍ଦ୍ରଶେଖର ପାଠାଗାର ଯାତ୍ରା କମିଟି ତରଫରୁ କେବଳ ରୀତିନୀତି ଅନୁଯାୟୀ ଶିବ ବିବାହ ଉତ୍ସବ ପ୍ରସ୍ତୁତି କରାଯାଉଛି।

ଶୀତଳଷଷ୍ଠୀ ଯାତ୍ରୀ ପାଇଁ ସୁବର୍ଣ୍ଣପୁରରେ ଧାର୍ଯ୍ୟ ହେଲା ତାରିଖ

କୋଭିଡ 19 ସଂକ୍ରମଣକୁ ଆଖି ଆଗରେ ରଖି ଜନ ସମାଗମ ପାଇଁ ବାରଣ କରାଯାଇଛି । ସୀମିତ ଲୋକଙ୍କ ଉପସ୍ଥିତିରେ ଏହି ଦେବ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଆଗାମୀ 26 ତାରିଖରେ ଜିଲ୍ଲା କୋଷାଗାରରୁ 108 ଭରି ସ୍ୱର୍ଣ୍ଣ ନାଗ ପ୍ରତିମା ଚନ୍ଦ୍ରଶେଖର ମନ୍ଦିରକୁ ପୂଜା ଆରାଧନା କରାଯାଇ ନିଆଯିବ ବୋଲି ଯାତ୍ରା କମିଟି ସଭାପତି କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.