ETV Bharat / state

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

author img

By

Published : Sep 14, 2022, 8:43 AM IST

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗ । ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ । ଅଧିକ ପଢନ୍ତୁ

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ
ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

ସମ୍ବଲପୁର: ସାଙ୍ଗକୁ ହତ୍ୟା କଲା ସାଙ୍ଗ ! ଏମିତି କିଛି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଗୋଦାରମୁଣ୍ଡା ଗାଁରୁ । ଗୋଦାରମୁଣ୍ଡା ଗାଁର ସୁଧାଂଶୁ ଭୋଇଙ୍କ ପୁଅ ଦେବାଶିଷ ଭୋଇଙ୍କୁ ତାଙ୍କର ସାଙ୍ଗ ଟିକମ ବାରିକ ଓ କିଛି ଲୋକ ମିଶି ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । ଗତ 7 ତାରିଖ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୁଚିଣ୍ଡା ଥାନା ଅଧିକାରୀ FIR ରଖୁ ନଥିବାରୁ ମଙ୍ଗଳବାର ମୃତକଙ୍କ ଗାଁ ଲୋକେ ସମ୍ବଲପୁର ଏସପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ।

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ



ଅଭିଯୋଗ ଅନୁଯାୟୀ, ଗତ 7 ତାରିଖ ଦିନ ଏହି ଘଟଣା ଘଟିଥିଲା । ଗୋଦାରମୁଣ୍ଡା ଗାଁର ଦେବାଶିଷ ଭୋଇ ଘରେ ଥିବାବେଳେ ପାଖ ଗାଁର ସାଙ୍ଗ ଟିକମ ବାରିକ ଦେବଗଡ଼ ଗଣେଶ ପୂଜା ଦେଖିବାକୁ ତାଙ୍କୁ ଘରୁ ଡାକି ନେଇଥିଲେ । ଦୁଇ ସାଙ୍ଗ ଦେବାଶିଷଙ୍କ ସ୍କୁଟିରେ ଦେବଗଡ଼ ଯାଇଥିଲେ । ତେବେ ଏହାର ପରଦିନ ଅର୍ଥାତ ୮ ତାରିଖ ସକାଳୁ ଦେବାଶିଷ ଭୋଇଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ପାଇଥିଲେ । ଭାତପୁରା ଗାଁରେ ଏକ ପୋଲ ତଳୁ ତାଙ୍କର ମୃତଦେହ ହୋଇଥିଲା । ତେବେ ଘର ଲୋକ ଦୁର୍ଘଟଣାସ୍ଥଳକୁ ଯାଇ ଦେଖିବା ପରେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି ସନ୍ଦେହ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ପିପିଲିରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ମର୍ଡର ପରେ ମୁଣ୍ଡ-ଗଣ୍ଡି ଅଲଗା କଲା ଦୁର୍ବୃତ୍ତ

ଏନେଇ ପରିବାର ଲୋକେ ଗତ ଶନିବାର ଦିନ କୁଚିଣ୍ଡା ଥାନାରେ ଏତଲା ଦେଇଥିଲେ । କିନ୍ତୁ କୁଚିଣ୍ଡା ଥାନା ଅଧିକାରୀ ଏତଲା ରଖିନଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଗ୍ରାମବାସୀ ଓ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦେବାଶିଷଙ୍କ ଡିମିରିମୁଣ୍ଡା ଗାଁର ଏକ ଯୁବତୀ ସହ ପ୍ରେମ ସମ୍ପର୍କ ଥିଲା । ହେଲେ ସେହି ଯୁବତୀଙ୍କ ବାପା ଏହାକୁ ଗ୍ରହଣ କରୁନଥିଲେ । ତେଣୁ ତାଙ୍କ ବାପାଙ୍କ ଇସାରାରେ ଟିକମ ବାରିକ ଦେବାଶିଷଙ୍କୁ ହତ୍ୟା କରିଛି ଏବଂ ଏହାକୁ ଦୁର୍ଘଟଣାର ରୂପ ଦେଇଛି ।'' କୁଚିଣ୍ଡା ଥାନା ଅଧିକାରୀ ଏତଲା ଗ୍ରହଣ ନ କରିବାରୁ ମଙ୍ଗଳବାର ଦିନ ପରିବାର ଲୋକେ ଏସପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି । ଏସପି ମଧ୍ୟ ଘଟଣାର ତଦନ୍ତ ହେବ ବୋଲି ମୃତକଙ୍କ ପରିବାର ଲୋକଙ୍କୁ ଆଶ୍ବାସନା ଦେଇଥିବା ଜଣାପଡ଼ିଛି ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.