ETV Bharat / state

ସମ୍ବଲପୁରରେ 12 ଦଫା ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବିକ୍ଷୋଭ

author img

By

Published : Sep 24, 2020, 10:25 AM IST

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓଡିଶା ରାଜ୍ୟ,ସମ୍ବଲପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 12 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

The trade union protested against the central government
ସମ୍ବଲପୁରରେ 12 ଦଫା ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବିକ୍ଷୋଭ

ସମ୍ବଲପୁର: କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓଡିଶା ରାଜ୍ୟ,ସମ୍ବଲପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 12 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର କରିଥିବା ଶ୍ରମ ଆଇନରେ ପରିବର୍ତ୍ତନ, ଡ୍ୟୁଟିର ସମୟକୁ 8 ଘଣ୍ଟାରୁ 12 ଘଣ୍ଟାକୁ ବୃଦ୍ଧି କରିବା, ଏହା ସହ ବିଭିନ୍ନ ଲାଭଦାୟକ ସରକାରୀ ସଂସ୍ଥା ଗୁଡିକୁ ଘରୋଇକରଣ କରିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଏବଂ ଦରଦାମ ବୃଦ୍ଧି ଆଦିକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସମ୍ବଲପୁରରେ 12 ଦଫା ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବିକ୍ଷୋଭ

ଏହି ପ୍ରତିବାଦ ସର୍ବଭାରତୀୟ ସ୍ତରରେ ହେଉଛି । ଲକଡାଉନର ସୁଯୋଗ ନେଇ ସରକାର କେତେକ ବିଲ ପାସ କରିବା ସହ ଯେଉଁ ପଦକ୍ଷେପ ସବୁ ନେଉଛନ୍ତି ତାହା ଶ୍ରମିକ ଓ କୃଷକ ବିରୋଧୀ ଅଟେ ବୋଲି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ଏନେଇ ବୁଧବାର ସମ୍ବଲପୁର ଜିଲ୍ଳାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ତେବେ ଦାବୀ ପୂରଣ ନହେଲେ ଆଗାମୀ ଦିନରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.