ETV Bharat / state

ପ୍ରଧାନପାଲି ପ୍ରକାଶ ପ୍ରଧାନ ହତ୍ୟାକାଣ୍ଡ, ଧରାପଡିଲେ ଫେରାର୍ ୩ ଅଭିଯୁକ୍ତ

author img

By

Published : Nov 19, 2021, 12:59 PM IST

ସମ୍ବଲପୁର ପ୍ରକାଶ ପ୍ରଧାନ ହତ୍ୟା ଘଟଣା । ଗିରଫ ହେଲେ ଫେରାର୍ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ । ଅଧିକ ପଢନ୍ତୁ

ପ୍ରଧାନପାଲି ପ୍ରକାଶ ପ୍ରଧାନ ହତ୍ୟାକାଣ୍ଡ; ଧରାପଡିଲେ ଫେରାର୍ ୩ ଅଭିଯୁକ୍ତ
ପ୍ରଧାନପାଲି ପ୍ରକାଶ ପ୍ରଧାନ ହତ୍ୟାକାଣ୍ଡ; ଧରାପଡିଲେ ଫେରାର୍ ୩ ଅଭିଯୁକ୍ତ

ସମ୍ବଲପୁର: ଜିଲ୍ଲା ଅନ୍ତର୍ଗତ ପ୍ରଧାନପାଲି ଗ୍ରାମର ପ୍ରକାଶ ପ୍ରଧାନ ହତ୍ୟା ଘଟଣା । ପୋଲିସ ହାତରେ ଧରାପଡିଲେ ହତ୍ୟାକାଣ୍ଡର ୩ ଜଣ ଅଭିଯୁକ୍ତ । ପ୍ରକାଶଙ୍କ ହତ୍ୟା ପରେ ସେମାନେ ଦୀର୍ଘ ଦିନ ହେଲା ଫେରାର୍ ହୋଇଯାଇଥିଲେ । ଶେଷରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଏହି ଫେରାର୍ ଅଭିଯୁକ୍ତମାନେ ହେଲେ ଭୋଜରାଜ ପ୍ରଧାନ, ଗଜରାଜ ପ୍ରଧାନ, ରୁକ୍କଣ ପ୍ରଧାନ । ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି ।

ପ୍ରଧାନପାଲି ପ୍ରକାଶ ପ୍ରଧାନ ହତ୍ୟାକାଣ୍ଡ; ଧରାପଡିଲେ ଫେରାର୍ ୩ ଅଭିଯୁକ୍ତ
ପ୍ରଧାନପାଲି ପ୍ରକାଶ ପ୍ରଧାନ ହତ୍ୟାକାଣ୍ଡ; ଧରାପଡିଲେ ଫେରାର୍ ୩ ଅଭିଯୁକ୍ତ

ଏସପିଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୬ ତାରିଖ ରାତି ପ୍ରାୟ ୮ଟା ସମୟରେ କତରବଗା ଥାନା ଅନ୍ତର୍ଗତ ପ୍ରଧାନପାଲି ଗାଁର ପ୍ରକାଶ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ୭ ଜଣ ବ୍ୟକ୍ତି ଜମିଜମା ବିବାଦକୁ କେନ୍ଦ୍ରକରି PWD ରାସ୍ତା ନିକଟରେ ଟାଙ୍ଗିଆ, ଭୁଜାଲି, ଆଇରନ୍ ରଡ୍ ଏବଂ ଲାଠିରେ ପ୍ରକାଶ ଏବଂ ଧନଞ୍ଜୟ ନାମକ ଜଣେ ବ୍ୟକ୍ତିଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଧନଞ୍ଜୟ ଆହତ ହୋଇଥିବାବଳେ ପ୍ରକାଶଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏନେଇ କତରବଗା ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ୪ ଜଣକୁ ଗିରଫ କରିଥିଲା । ହେଲେ ଅନ୍ୟ ୩ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ଏବେ ସମସ୍ତ ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.