ETV Bharat / state

ବାଲୁଙ୍କେଶ୍ବର ବାବାଙ୍କ ନିର୍ବନ୍ଧ ଶେଷ, ବଣ୍ଟାଯିବ ନିମନ୍ତ୍ରଣ ପତ୍ର

author img

By

Published : Jun 4, 2019, 2:54 PM IST

ସରିଲା ନିର୍ବନ୍ଧ ଏବେ ବିବାହ । ଏନେଇ ଚଳଚଞ୍ଚଳ ସାରା ସମ୍ବଲପୁର । ଶୀତଳଷଷ୍ଠୀ ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁର: ଅନ୍ୟତମ ପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟି କୁହାଯାଉଥିବା ନନ୍ଦପଡାର ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ କନ୍ୟା ଅନ୍ବେଷଣ ଓ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଜି ରାତିରେ ହେବ ନରସିଂହ ନିଉତା ବା ଦେବ ନିମନ୍ତ୍ରଣ । ଭଗବାନ ନରସିଂହ ଦିବ୍ୟ ବିମାନରେ ବାହାରି ସହରର ସବୁ ମନ୍ଦିର ଯାଇ ଶିବ ଓ ମାତା ପାର୍ବତୀଙ୍କ ବିବାହ ପାଇଁ ନିମନ୍ତ୍ରଣ କରିବେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର


ଗତକାଲି ରାତ୍ରି ପ୍ରାୟ 8ଟାରେ ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପାଇଁ ଯୋଗ୍ୟ କନ୍ୟା ଖୋଜିବାକୁ ନନ୍ଦପଡା ମନ୍ଦିରରୁ ସପ୍ତଋଷି ବାହାରିଥିଲେ । ଘଣ୍ଟ, ଘଣ୍ଟା, ଶଙ୍ଖ, ମାର୍ଦଳ ସହ ପାରମ୍ପରିକ ବାଦ୍ୟର ତାଳେ ତାଳେ ବାହାରିଥିଲା ଶୋଭାଯାତ୍ରା । ସହର ପରିକ୍ରମା କରି ଶେଷରେ ପହଞ୍ଚିଥିଲା ପୂର୍ବରୁ କନ୍ୟା ପିତା ମାତା ଚୟନ ହୋଇଥିବା ପ୍ରକାଶ ପାଣ୍ଡେ ଓ କାଦମ୍ବିନୀ ଆଚାର୍ଯ୍ୟଙ୍କ ଘରେ । ସମ୍ମାନର ସହ ସ୍ବାଗତ କରାଯାଇଥିଲାା ବରପକ୍ଷଙ୍କୁ ।


ସ୍ବାଗତ ସମ୍ବର୍ଦ୍ଧନା ପରେ ପରମ୍ପରା ଅନୁଯାୟୀ କନ୍ୟା ପକ୍ଷ ବର ପକ୍ଷକୁ ସେମାନଙ୍କ ଆଗମନର କାରଣ ପଚାରନ୍ତି । ଉତ୍ତରରେ ସେମାନେ ଉତ୍ତର ଦିଅନ୍ତି ଯେ, ଆପଣଙ୍କ କନ୍ୟା ଖୁବ ସୁନ୍ଦର । ତେଣୁ ଆପଣଙ୍କ କନ୍ୟା ହାତ ମାଗିବାକୁ ଆସିଛୁ ବୋଲି କହିଥିଲେ ବରପକ୍ଷ । କନ୍ୟା ପକ୍ଷ ବର ବା ଭଗବାନ ଶଙ୍କର କଣ କରନ୍ତି ବୋଲି ପଚାରନ୍ତି । ଏହାର ଉତ୍ତରରେ ବର ପକ୍ଷ କୁହନ୍ତି ଯେ ବର ଭୂତପ୍ରେତଙ୍କ ସହ ଶ୍ମଶାନରେ ବାସ କରନ୍ତି । ଏହାସହ ଚିତାଭସ୍ମ ଶରୀରରେ ଲେପନ କରନ୍ତି ।


ଏହା ଶୁଣିବା ମାତ୍ରେ କନ୍ୟା ପକ୍ଷ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦିଅନ୍ତି । କିନ୍ତୁ ପରେ ବର ପକ୍ଷ' 'ଓଁ ଧ୍ୟାୟେ ନିତ୍ୟମ ମହେଶମ ରଜତ ଗିରି ନିଭମ' ଶିବ ସ୍ତୁତି ଗାନ କରିବା ପରେ କନ୍ୟା ପକ୍ଷରୁ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା । ଏହାପରେ ବର ପକ୍ଷ କିଛି ଫୁଲ, ବେଲପତ୍ର,ଚନ୍ଦନ ସହ 72ଟି ସର୍ଗି ପତ୍ରର ଏକ ବିଡା ଦେଇ ନିର୍ବନ୍ଧ ସମ୍ପନ୍ନ କରିଥିଲେ । ଏହି ପରମ୍ପରାକୁ ସ୍ଥାନୀୟ ଭାଷାରେ ପଟରପେଣ୍ଡି ବୋଲି କୁହାଯାଏ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:Body:

dh


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.